ଅସୁସ୍ଥ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

ଜଗତ୍‌ସିଂହପୁର ଅଫିସ,୧୦ା୪: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ପରିସରରୁ ଅସୁସ୍ଥ ଥିବା ଜଣେ ଗରିବ ବୃଦ୍ଧାଙ୍କୁ ତାଙ୍କ ଗାଁରେ ଛାଡିବାକୁ ଆସିଥିବା ଏକ ବେସରକାରୀ ଆମ୍ବୁଲାନ୍ସ ଜଗତ୍‌ସିଂହପୁର ସହର ରାସ୍ତା ପାର୍ଶ୍ୱରେ ଛାଡି ପଳାଇଛି। ସମ୍ପୃକ୍ତ ବୃଦ୍ଧା ହେଲେ ଜଗତ୍‌ସିଂହପୁର ଥାନା ଜୟଶୋଳ ରଣହନ୍ତାର ଶାନ୍ତିଲତା ସ୍ବାଇଁ (୬୦)। ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଏବଂ କେହି ସମ୍ପର୍କୀୟ ଆସିଲେ ତାଙ୍କୁ ଘରକୁ ଛଡ଼ାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏଡିଏମ୍‌(ମଡେିକାଲ) ଲାଲମୋହନ ରାଉତରାୟ ସୂଚନା ଦେଇଛନ୍ତି। ତେବେ ଆମ୍ବୁଲାନ୍ସ କାହିଁକି ଏଭଳି କଲା ତାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ତଦନ୍ତ କରାଯାଇ ଆମ୍ବୁଲାନ୍ସ ଚାଳକଙ୍କ ବିରୋଧରେ କାର୍ଯ୍ୟନେୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।
ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୧ଟା ବେଳେ ଜଗତ୍‌ସିଂହପୁର ସାନବଜାରସ୍ଥିତ ମହାଦେବ କ୍ଲବ ବିଲ୍ଡିଂ ସାମ୍ନା ରାସ୍ତା ପାର୍ଶ୍ୱରେ ଶାନ୍ତିଲତା ଓ ତାଙ୍କସହ ଜଣେ ବିହାରୀ ଲୋକଙ୍କୁ ଆମ୍ବୁଲାନ୍ସ ଛାଡି ଖସି ଯାଇଥିଲା। ବୃଦ୍ଧାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ବିହାରୀ ଲୋକଜଣକ ତାଙ୍କୁ ଏହି ବିଲ୍ଡିଂ ବାରଣ୍ଡାକୁ ନେଇ ବସାଇଥିଲେ। କିଛି ଲୋକ ଦେଖି ସେଠାକୁ ଯାଇଥିଲେ। ବିହାରୀ ଲୋକଜଣକ ପ୍ରଥମେ କେତେଜଣ ଖବରଦାତାଙ୍କୁ ଦେଖି ଅସୁବିଧା କଥା କହିଥିଲେ। ସମ୍ପୃକ୍ତ ବ୍ୟକ୍ତି ହିନ୍ଦୀରେ କହିଥିଲେ, ଶାନ୍ତିଲତା ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ରୁହନ୍ତି ଏବଂ ସେ ତାଙ୍କ ପଡୋଶୀ। ହଠାତ୍‌ ଶାନ୍ତିଲତାଙ୍କ ଝାଡା, ପରିଶ୍ରାରେ ଅସୁବିଧା ହେବାରୁ ସେ ଗତ ୭ ତାରିଖରେ ତାଙ୍କୁ କଟକ ବଡ ଡାକ୍ତରଖାନା ନେଇଥିଲେ। ଗୁରୁବାର ଡାକ୍ତରଖାନାରୁ ତାଙ୍କ ଗାଁ ରଣହନ୍ତାରେ ଛାଡିବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ଯେହେତୁ ସେ ରଣହନ୍ତା କିମ୍ବା ଜଗତ୍‌ସିଂହପୁର ଦେଖି ନ ଥିଲେ ତେଣୁ କେଉଁଠି ଛାଡିଲେ ଜାଣିପାରି ନ ଥିଲେ। ଏସବୁ ଶୁଣି ଖବରଦାତାମାନେ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ, ଜଗତ୍‌ସିଂହପୁର ଥାନା ଆଇଆଇସିଙ୍କୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଓ ପରିଷଦ ନିର୍ବାହୀ ଅଧିକାରୀ ପ୍ରମୁଖ ବୃଦ୍ଧାଙ୍କ ନିକଟରେ ପହଞ୍ଚତ୍ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରି ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ବ୍ୟବସ୍ଥା କରିଥିଲେ। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୃଦ୍ଧିଜୀବୀଙ୍କ ପ୍ରତିକ୍ରିୟା ହେଲା ବେସରକାରୀ ଆମ୍ବୁଲାନ୍ସ ଚାଳକ ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ଏହାଦ୍ୱାରା ବେସରକାରୀ ଆମ୍ବୁଲାନ୍ସ ଉପରୁ ଲୋକଙ୍କ ଭରସା ତୁଟିଯିବ। ଜଗତ୍‌ସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ବୃଦ୍ଧା ଲକ୍ଷ୍ମୀସାଗର ଅଞ୍ଚଳରେ ୨୦ ବର୍ଷ ହେବ ରହୁଥିଲେ। ତାଙ୍କର ୨ ପୁଅ ଓ ୧ଟି ଝିଅ ରହିଛନ୍ତି। ଝିଅ ବିବାହ କରି ସାରିଛନ୍ତି। ୨ ପୁଅ ମଧ୍ୟରୁ ଜଣେ ରଣହନ୍ତା ଓ ଅନ୍ୟଜଣକ ଜୟଶୋଳରେ ରହୁଛନ୍ତି। ବୃଦ୍ଧା ସେଠାରେ ରହି ମୁଲ ଲାଗି ଚଳୁଥିଲେ। ବିହାରୀ ଲୋକଜଣଙ୍କ ସହ ତାଙ୍କର ଘନିଷ୍ଠତା ରହିଛି। ନିକଟରେ ଲକ୍ଷ୍ମୀସାଗର ଓ ବମିଖାଲ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି। ଏହା ଭିତରେ ବୃଦ୍ଧାଙ୍କ ଦେହ ଖରାପ ହୋଇଯିବାରୁ ବିହାରୀ ଲୋକଜଣକ ପ୍ରଥମେ ତାଙ୍କୁ କ୍ୟାପିଟାଲ ଓ ପରେ କଟକ ବଡ ଡାକ୍ତରଖାନା ନେଇଥିଲେ। ଯେହେତୁ ଭୁବନେଶ୍ୱରରେ ବିନା ରୋଜଗାରରେ ଅସୁସ୍ଥ ଅବସ୍ଥାରେ ରହିବା ସମ୍ଭବ ନୁହେଁ ତେଣୁ ବୃଦ୍ଧା ଗାଁକୁ ଯିବାକୁ ମନସ୍ଥ କରିଥାଇପାରନ୍ତି। କଟକରୁ ରଣହନ୍ତା ଯିବା ପାଇଁ ଆମ୍ବୁଲାନ୍ସରେ ଯାଇଥିଲେ ସୁଦ୍ଧା କାହିଁକି ଆମ୍ବୁଲାନ୍ସ ଚାଳକ ଏଭଳି କଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ। ଯେହେତୁ ଶାନ୍ତିଲତା ଦୀର୍ଘ ବର୍ଷ ହେବ ଭୁବନେଶ୍ୱରରେ ରହୁଥିଲେ ଏବଂ ଗାଁ ସହ ସେଭଳି ସମ୍ପର୍କ ନ ଥିଲା ତେଣୁ ସେ ବାଟ ଦେଖାଇପାରି ନ ଥିବେ ବୋଲି ସନ୍ଦେହ କରାଯାଉଛି। ତାଙ୍କ ସହ ଥିବା ବିହାରୀ ଲୋକଜଣକ ମଧ୍ୟ ଏହି ଅଞ୍ଚଳ ବିଷୟରେ ଅଜ୍ଞ। ବୃଦ୍ଧା ଏବଂ ତାଙ୍କ ସାଥିରେ ଥିବା ଲୋକ ଉଭୟ ଯଦି ରାସ୍ତା ଦେଖାଇ ପାରି ନ ଥିବେ ଆମ୍ବୁଲାନ୍ସ ଚାଳକ ଭ୍ରମରେ ପଡିବା ପରିବର୍ତ୍ତେ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି। କିନ୍ତୁ ତାହା ଠିକ ନୁହେଁ। ଏ ପରିସ୍ଥିତିରେ ଅନ୍ତତଃ ଲୋକେ ହୁଅନ୍ତୁ ଅବା ପୋଲିସ, କାହାରି ସହଯୋଗ ନେଇ ବୃଦ୍ଧାଙ୍କୁ ତାଙ୍କ ଗାଁରେ ଛାଡିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?