ଅସୁସ୍ଥ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

ଜଗତ୍‌ସିଂହପୁର ଅଫିସ,୧୦ା୪: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ପରିସରରୁ ଅସୁସ୍ଥ ଥିବା ଜଣେ ଗରିବ ବୃଦ୍ଧାଙ୍କୁ ତାଙ୍କ ଗାଁରେ ଛାଡିବାକୁ ଆସିଥିବା ଏକ ବେସରକାରୀ ଆମ୍ବୁଲାନ୍ସ ଜଗତ୍‌ସିଂହପୁର ସହର ରାସ୍ତା ପାର୍ଶ୍ୱରେ ଛାଡି ପଳାଇଛି। ସମ୍ପୃକ୍ତ ବୃଦ୍ଧା ହେଲେ ଜଗତ୍‌ସିଂହପୁର ଥାନା ଜୟଶୋଳ ରଣହନ୍ତାର ଶାନ୍ତିଲତା ସ୍ବାଇଁ (୬୦)। ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଏବଂ କେହି ସମ୍ପର୍କୀୟ ଆସିଲେ ତାଙ୍କୁ ଘରକୁ ଛଡ଼ାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏଡିଏମ୍‌(ମଡେିକାଲ) ଲାଲମୋହନ ରାଉତରାୟ ସୂଚନା ଦେଇଛନ୍ତି। ତେବେ ଆମ୍ବୁଲାନ୍ସ କାହିଁକି ଏଭଳି କଲା ତାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ତଦନ୍ତ କରାଯାଇ ଆମ୍ବୁଲାନ୍ସ ଚାଳକଙ୍କ ବିରୋଧରେ କାର୍ଯ୍ୟନେୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।
ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୧ଟା ବେଳେ ଜଗତ୍‌ସିଂହପୁର ସାନବଜାରସ୍ଥିତ ମହାଦେବ କ୍ଲବ ବିଲ୍ଡିଂ ସାମ୍ନା ରାସ୍ତା ପାର୍ଶ୍ୱରେ ଶାନ୍ତିଲତା ଓ ତାଙ୍କସହ ଜଣେ ବିହାରୀ ଲୋକଙ୍କୁ ଆମ୍ବୁଲାନ୍ସ ଛାଡି ଖସି ଯାଇଥିଲା। ବୃଦ୍ଧାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ବିହାରୀ ଲୋକଜଣକ ତାଙ୍କୁ ଏହି ବିଲ୍ଡିଂ ବାରଣ୍ଡାକୁ ନେଇ ବସାଇଥିଲେ। କିଛି ଲୋକ ଦେଖି ସେଠାକୁ ଯାଇଥିଲେ। ବିହାରୀ ଲୋକଜଣକ ପ୍ରଥମେ କେତେଜଣ ଖବରଦାତାଙ୍କୁ ଦେଖି ଅସୁବିଧା କଥା କହିଥିଲେ। ସମ୍ପୃକ୍ତ ବ୍ୟକ୍ତି ହିନ୍ଦୀରେ କହିଥିଲେ, ଶାନ୍ତିଲତା ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ରୁହନ୍ତି ଏବଂ ସେ ତାଙ୍କ ପଡୋଶୀ। ହଠାତ୍‌ ଶାନ୍ତିଲତାଙ୍କ ଝାଡା, ପରିଶ୍ରାରେ ଅସୁବିଧା ହେବାରୁ ସେ ଗତ ୭ ତାରିଖରେ ତାଙ୍କୁ କଟକ ବଡ ଡାକ୍ତରଖାନା ନେଇଥିଲେ। ଗୁରୁବାର ଡାକ୍ତରଖାନାରୁ ତାଙ୍କ ଗାଁ ରଣହନ୍ତାରେ ଛାଡିବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ଯେହେତୁ ସେ ରଣହନ୍ତା କିମ୍ବା ଜଗତ୍‌ସିଂହପୁର ଦେଖି ନ ଥିଲେ ତେଣୁ କେଉଁଠି ଛାଡିଲେ ଜାଣିପାରି ନ ଥିଲେ। ଏସବୁ ଶୁଣି ଖବରଦାତାମାନେ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ, ଜଗତ୍‌ସିଂହପୁର ଥାନା ଆଇଆଇସିଙ୍କୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଓ ପରିଷଦ ନିର୍ବାହୀ ଅଧିକାରୀ ପ୍ରମୁଖ ବୃଦ୍ଧାଙ୍କ ନିକଟରେ ପହଞ୍ଚତ୍ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରି ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ବ୍ୟବସ୍ଥା କରିଥିଲେ। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୃଦ୍ଧିଜୀବୀଙ୍କ ପ୍ରତିକ୍ରିୟା ହେଲା ବେସରକାରୀ ଆମ୍ବୁଲାନ୍ସ ଚାଳକ ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ଏହାଦ୍ୱାରା ବେସରକାରୀ ଆମ୍ବୁଲାନ୍ସ ଉପରୁ ଲୋକଙ୍କ ଭରସା ତୁଟିଯିବ। ଜଗତ୍‌ସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ବୃଦ୍ଧା ଲକ୍ଷ୍ମୀସାଗର ଅଞ୍ଚଳରେ ୨୦ ବର୍ଷ ହେବ ରହୁଥିଲେ। ତାଙ୍କର ୨ ପୁଅ ଓ ୧ଟି ଝିଅ ରହିଛନ୍ତି। ଝିଅ ବିବାହ କରି ସାରିଛନ୍ତି। ୨ ପୁଅ ମଧ୍ୟରୁ ଜଣେ ରଣହନ୍ତା ଓ ଅନ୍ୟଜଣକ ଜୟଶୋଳରେ ରହୁଛନ୍ତି। ବୃଦ୍ଧା ସେଠାରେ ରହି ମୁଲ ଲାଗି ଚଳୁଥିଲେ। ବିହାରୀ ଲୋକଜଣଙ୍କ ସହ ତାଙ୍କର ଘନିଷ୍ଠତା ରହିଛି। ନିକଟରେ ଲକ୍ଷ୍ମୀସାଗର ଓ ବମିଖାଲ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି। ଏହା ଭିତରେ ବୃଦ୍ଧାଙ୍କ ଦେହ ଖରାପ ହୋଇଯିବାରୁ ବିହାରୀ ଲୋକଜଣକ ପ୍ରଥମେ ତାଙ୍କୁ କ୍ୟାପିଟାଲ ଓ ପରେ କଟକ ବଡ ଡାକ୍ତରଖାନା ନେଇଥିଲେ। ଯେହେତୁ ଭୁବନେଶ୍ୱରରେ ବିନା ରୋଜଗାରରେ ଅସୁସ୍ଥ ଅବସ୍ଥାରେ ରହିବା ସମ୍ଭବ ନୁହେଁ ତେଣୁ ବୃଦ୍ଧା ଗାଁକୁ ଯିବାକୁ ମନସ୍ଥ କରିଥାଇପାରନ୍ତି। କଟକରୁ ରଣହନ୍ତା ଯିବା ପାଇଁ ଆମ୍ବୁଲାନ୍ସରେ ଯାଇଥିଲେ ସୁଦ୍ଧା କାହିଁକି ଆମ୍ବୁଲାନ୍ସ ଚାଳକ ଏଭଳି କଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ। ଯେହେତୁ ଶାନ୍ତିଲତା ଦୀର୍ଘ ବର୍ଷ ହେବ ଭୁବନେଶ୍ୱରରେ ରହୁଥିଲେ ଏବଂ ଗାଁ ସହ ସେଭଳି ସମ୍ପର୍କ ନ ଥିଲା ତେଣୁ ସେ ବାଟ ଦେଖାଇପାରି ନ ଥିବେ ବୋଲି ସନ୍ଦେହ କରାଯାଉଛି। ତାଙ୍କ ସହ ଥିବା ବିହାରୀ ଲୋକଜଣକ ମଧ୍ୟ ଏହି ଅଞ୍ଚଳ ବିଷୟରେ ଅଜ୍ଞ। ବୃଦ୍ଧା ଏବଂ ତାଙ୍କ ସାଥିରେ ଥିବା ଲୋକ ଉଭୟ ଯଦି ରାସ୍ତା ଦେଖାଇ ପାରି ନ ଥିବେ ଆମ୍ବୁଲାନ୍ସ ଚାଳକ ଭ୍ରମରେ ପଡିବା ପରିବର୍ତ୍ତେ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି। କିନ୍ତୁ ତାହା ଠିକ ନୁହେଁ। ଏ ପରିସ୍ଥିତିରେ ଅନ୍ତତଃ ଲୋକେ ହୁଅନ୍ତୁ ଅବା ପୋଲିସ, କାହାରି ସହଯୋଗ ନେଇ ବୃଦ୍ଧାଙ୍କୁ ତାଙ୍କ ଗାଁରେ ଛାଡିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri