Posted inଖେଳ

ଅର୍ଜୁନ ପୁରସ୍କାର: ଅଙ୍କିତା, ଶରନଙ୍କ ନାମ ସୁପାରିସ କଲା ଏଆଇଟିଏ

ନୂଆଦିଲ୍ଲୀ,୧୭।୫ (ପି.ଟି.): ଏସିଆନ ଗେମ୍ସ ପଦକ ବିଜେତା ତଥା ଟେନିସ୍‌ ତାରକା ଅଙ୍କିତା ରାଇନା ଓ ଦିଭିଜ ଶରନଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍‌ କରାଯାଇଛି। ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଏହି ଦୁଇ ଖେଳାଳିଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ପୂର୍ବତନ ଡେଭିସ୍‌ କପ୍‌ କୋଚ୍‌ ନନ୍ଦନ ବଲଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଏଆଇଟିଏ ସୁପାରିସ କରିଛି।
୨୭ ବର୍ଷୀୟା ଅଙ୍କିତା ୨୦୧୮ ଏସିଆନ ଗେମ୍ସରେ ମହିଳା ସିଙ୍ଗଲ୍ସରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଫେଡ୍‌ କପ୍‌ରେ ମଧ୍ୟ ସେ ଦମ୍‌ଦାର ପ୍ରଦର୍ଶନ କରି ଭାରତକୁ ପ୍ରଥମଥର ପାଇଁ ଓ୍ବାଲର୍‌ଡ ଗ୍ରୁପ୍‌ ପ୍ଲେ- ଅଫ୍ସରେ ପହଞ୍ଚାଇଥିଲେ। ସେହିପରି ଦିଲ୍ଳୀର ଶରନ ଜାକାର୍ତ୍ତରେ ଅନୁଷ୍ଠିତ ଏସିଆନ ଗେମ୍ସରେ ନିଜ ଦେଶରେ ରୋହନ ବୋପାନ୍ନାଙ୍କ ସହ ପୁରୁଷ ଡବଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୩୪ ବର୍ଷୀୟ ଶରନ ୨୦୧୯ ସେସନରେ ଦୁଇଟି ଏଟିପି ଟାଇଟଲ ହାସଲ କରିଥିଲେ। ସେ ଓ ବୋପାନ୍ନା ପୁଣେରେ ଟାଟା ଓପନ୍‌ ମହାରାଷ୍ଟ୍ର ଓ ସେଣ୍ଟ ପିଟର୍ସବର୍ଗରେ ଆଇଗର ଜେଲେନେଙ୍କ ସହ ମିଶି ଏଟିପି ଟାଇଟଲ ଜିତିଥିଲେ। ଅର୍ଜୁନ ପୁରସ୍କାର ପାଇବା ପାଇଁ ଏହି ଦୁଇ ଖେଳାଳିଙ୍କର ହକ୍‌ ରହିଛି ଓ ଏମାନେ ଯୋଗ୍ୟ। ତେଣୁ ଆମେ ଏମାନଙ୍କ ନାମ ସୁପାରିସ କରିଛୁ ବୋଲି ଏଆଇଟିଏ ସାଧାରଣ ସମ୍ପାଦକ ହିରୋନମୟ ଚାଟାର୍ଜୀ କହିଛନ୍ତି।
୨୦୧୮ ଫେଡ୍‌ କପ୍‌ରେ ଅଙ୍କିତା ସିଙ୍ଗଲ୍ସରେ ଅପରାଜେୟ ରହିଥିଲେ। ସେବେଠାରୁ ସେ ଡବ୍ଲ୍ୟୁଟିଏ ଓ ଆଇଟିଏଫ୍‌ରେ ଭାରତର ଶ୍ରେଷ୍ଠ ଖେଳାଳି ବିବେଚିତ ହେଉଛନ୍ତି। ସେ ୬ଟି ୨୫ ହଜାର ଆମେରିକୀୟ ଡଲାର ଲିବେଲର ଟାଇଟଲ ମଧ୍ୟ ହାସଲ କରିଛନ୍ତି ଓ ଚଳିତ ବର୍ଷ ମାର୍ଚ୍ଚରେ ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ୧୬୦ତମ ସ୍ଥାନ ହାସଲ କରିଛନ୍ତି। ଶେଷଥର ପାଇଁ ବୋପାନ୍ନା ଟେନିସ ଖେଳାଳି ହିସାବରେ ୨୦୧୮ରେ ଅର୍ଜୁନ ପୁରସ୍କାର ଜିତିଥିଲେ।
ସେହିପରି ଜୀବନବ୍ୟାପୀ ଅବଦାନ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ଲାଗି ନନ୍ଦନଙ୍କ ନାମ ସୁପାରିସ କରାଯିବ ବୋଲି ଏଆଇଟିଏ ତରଫରୁ କୁହାଯାଇଛି। ୬୦ ବର୍ଷୀୟ ନନ୍ଦନ ୧୯୮୦- ୮୩ରେ ଡେଭିସ କପ୍‌ରେ ଦୁଇଟି ଟାଇ ଖେଳିଥିଲେ। ସେ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜୟ ବରଣ କରିଥିଲେ। ଦୀର୍ଘ ବର୍ଷ ଧରି ସେ ଡେଭିସ କପ୍‌ରେ ଭାରତୀୟ ଦଳରେ କୋଚ୍‌ ରହିଥିଲେ। ଏପର୍ଯ୍ୟନ୍ତ କେବଳ ୩ଟି ଖେଳାଳି ଧ୍ୟାନଚାନ୍ଦ ପୁରସ୍କାର ହାସଲ କରିଛନ୍ତି। ସେମାନେ ହେଲେ ଜିସାନ ଅଲି (୨୦୧୪), ଏସ୍‌.ପି. ମିଶ୍ରା (୨୦୧୫) ଓ ନୀତୀନ କୀର୍ତ୍ତନ (୨୦୧୯)। ଏପର୍ଯ୍ୟନ୍ତ କୌଣସି ଟେନିସ ଖେଳାଳିଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?