ଅପରାଧରେ ବୁଡ଼ିଛନ୍ତି ୯୪୭ ପୋଲିସ ଅଧିକାରୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ। ଦୁର୍ନୀତି, ଅପରାଧ ଏବଂ ଅସଦାଚରଣ ଭଳି କୁତ୍ସିତ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବାକୁ ପ୍ରଶାସନିକ ସ୍ତରରେ ପୋଲିସ ବ୍ୟବସ୍ଥା ରହିଛି। ମାତ୍ର ବାଡ ଫସଲ ଖାଇବା ଭଳି ପୋଲିସ ବାବୁମାନେ ଅପରାଧ, ଦୁର୍ନୀତିଗ୍ରସ୍ତ ଭଳି କୁତ୍ସିତ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ଆମ ରାଜ୍ୟ ପୋଲିସ ପ୍ରଶାସନିକ ବ୍ୟବସ୍ଥାରେ ଏଭଳି କଳଙ୍କର ଛିଟା ବେଳକୁ ବେଳ ବଢିବାରେ ଲାଗିଛି। ଚାକିରି ଆରମ୍ଭରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ସହ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଆଇନକାନୁନ ପାଳନ କରିବାକୁ ଶପଥ ନେଇଥିବା ପୋଲିସ ଅଧିକାରୀମାନେ ଯେ ଆଇନ ରକ୍ଷକ ବଦଳରେ ଭକ୍ଷକ ସାଜୁଛନ୍ତି, ସୂଚନା ଅଧିକାର ଆଇନ (ଆରଟିଆଇ) ତଥ୍ୟରୁ ଏକଥା ଜଳ ଜଳ ହୋଇ ଦିଶୁଛି।
ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୧୬ ଓ ୨୦୧୭ରେ ଓଡ଼ିଶା ପୋଲିସର ୯୪୭ ଜଣ ବଡ଼ ଅଫିସର (ଆଇପିଏସ୍‌, ଓପିଏସ୍‌, ଓଏପିଏସ)ଙ୍କ ଠାରୁ ଆରମ୍ଭ କରି ଇନ୍ସପେକ୍ଟର ଓ କନଷ୍ଟେବଳଙ୍କ ନାମରେ ଦୁର୍ନୀତି, ଅପରାଧ ଓ ବ୍ୟଭିଚାର ଭଳି ସଙ୍ଗିନ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ଆଇପିଏସ ଅଫିସର ୨୧ ଜଣ, ଓପିଏସ ୪୮ ଏବଂ ଓଏପିଏସ ୧୦ ଜଣଙ୍କ ନାମରେ ଅଭିଯୋଗ ରହିଛି। ଏହି କର୍ମଚାରୀମାନଙ୍କ କଦର୍ଯ୍ୟ ଆଚରଣ ଓ କାର୍ଯ୍ୟକଳାପ ଯୋଗୁ ସମଗ୍ର ପୋଲିସ ପ୍ରଶାସନକୁ କଳଙ୍କିତ ହେବାକୁ ପଡିଛି। କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟରୁ ମିଳିଥିବା ଆରଟିଆଇ ସୂଚନା ମୁତାବକ ୨୦୧୬ ଓ ୨୦୧୭ ମଧ୍ୟରେ ଥାନାରେ କର୍ତ୍ତବ୍ୟ ନିର୍ବାହ କରୁଥିବା ୮୬୮ ଜଣ ପୋଲିସ ଅଧିକାରୀଙ୍କ ନାମରେ ମଧ୍ୟ ସଙ୍ଗିନ ଅଭିଯୋଗ ହୋଇଛି। ଜନସାଧାରଣଙ୍କୁ ପ୍ରତ୍ୟକ୍ଷ ସମ୍ମୁଖୀନ ହେଉଥିବା କନଷ୍ଟେବଳ ଓ ଇନ୍ସପେକ୍ଟରମାନେ ଦୁର୍ନୀତି ଓ ବ୍ୟଭିଚାରରେ ବୁଡ଼ି ରହୁଥିବା ଜଣାପଡିଛି। ୨୦୧୬ରେ ୪୩୯ ଜଣଙ୍କ ନାମରେ ଏଭଳି ସଙ୍ଗିନ ଅଭିଯୋଗ ହୋଇଥିବା ବେଳେ ୨୦୧୭ରେ ୪୨୯ ଜଣଙ୍କ ନାମରେ ଅଭିଯୋଗ ହୋଇଛି। କେବଳ ଯେ ତଳିଆ କର୍ମଚାରୀ କଳଙ୍କିତ ହୋଇଛନ୍ତି ତାହା ନୁହେଁ ଅନେକ ଆଇପିଏସ୍‌ ଏବଂ ଓପିଏସ୍‌ ଅଧିକାରୀମାନେ ମଧ୍ୟ ଦୁର୍ନୀତି ଓ ଅପରାଧ ଭଳି କଳଙ୍କକୁ ନିଜ ମୁଣ୍ଡରେ ବୋହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୨୧ ଜଣ ଆଇପିଏସ୍‌, ୪୮ ଓପିଏସ୍‌ ଅଫିସର ଏବଂ ୧୦ ଜଣ ଓଏପିଏସ ଅଫିସରଙ୍କ ନାମରେ ଦୁର୍ନୀତି, ହିଂସା ଏବଂ ଅସଦାଚରଣ ଭଳି ଅଭିଯୋଗ ହୋଇଛି। ତେବେ ସବୁଠୁ ଉଦ୍‌ବେଗର ବିଷୟ ହେଉଛି ଯେ, ଏଭଳି ସଙ୍ଗିନ ଅଭିଯୋଗ ସତ୍ତ୍ୱେ ପୋଲିସ ପ୍ରଶାସନ ସେହି ଅଭିଯୁକ୍ତ ଅଫିସରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏପରି କି ତଦନ୍ତ ବାହାନାରେ ମାମଲାକୁ ଦୀର୍ଘ ବର୍ଷ ଧରି ଗଡ଼ାଇ ଦିଆଯାଉଛି। ୮୬୮ ଅଫିସର ଓ ତଳିଆ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ମଧ୍ୟ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାପଡିଛି। ଏପରି କି ଅଭିଯୋଗ ପରେ ମଧ୍ୟ ଲୋକପାଳଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇନାହିଁ। ତେବେ ବିଭାଗ ପକ୍ଷରୁ ୩୪ ଜଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ୭ଟି ମାମଲାକୁ ଏହି ୨ ବର୍ଷ ମଧ୍ୟରେ ରଫାଦଫା କରାଯାଇଥିବା ସୂଚନା ଦିଆଯାଇଛି। ଅଧିକାରୀମାନଙ୍କ ଏଭଳି ଆଚରଣ ଯୋଗୁ ଜନସାଧାରଣଙ୍କର ପୋଲିସ ପ୍ରଶାସନ ଉପରୁ ବେଳକୁ ବେଳ ଭରସା ତୁଟି ଯାଉଛି। ଅପରାଧ ସହୁଥିଲେ ମଧ୍ୟ ଲୋକମାନେ ଥାନାକୁ ଯାଇ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ...

ନିଦ ହଜାଇଲେଣି ସାଇବର ଅପରାଧୀ

ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍‌ସଆପ...

ଉଠାଦୋକାନୀଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ଅପରାଜିତା

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ଓଡ଼ିଶାକୁ ବିଶ୍ୱ ଦରବାରରେ ପ୍ରସିଦ୍ଧ କରିବା ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହୋଇଥିଲା ହକି ବିଶ୍ୱକପ୍‌। ସେହି ସମୟରେ ଉଠାଦୋକାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri