ଅନ୍‌ଲାଇନ୍‌ ପାଠପଢ଼ାକୁ ନେଟ୍‌ଓ୍ବର୍କ ଅଫ୍‌ଲାଇନ

ଅନୁଗୋଳ ଅଫିସ, ୧୮।୫:  ସ୍ମାର୍ଟଫୋନ ଥିଲେ ବି ଆସୁନି ନେଟଓ୍ବର୍କ। ଗାଁ ଡେଇଁ ପାଞ୍ଚ କୋଶ ଗଲେ ହୋଇପାରୁଛି ଯୋଗାଯୋଗ। ଦୈନିକ ଏପରି ଅସୁବିଧା ଭିତରେ କିପରି ସରକାରଙ୍କ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍‌ଲାଇନରେ ପଢ଼ିପାରିବେ ପିଲା। ପଛେଇଥିବା ସିଲାବସ୍‌ ସରିବ କେମିତି। ଭିତ୍ତିଭୂମି ନ ପରଖି ସରକାର କିପରି ଏଭଳି ଯୋଜନା କରୁଛନ୍ତି ବୋଲି ଅନୁଗୋଳ ଜିଲାର ଅନେକ ଅଭିଭାବକ ପ୍ରଶ୍ନ କରିଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, କରୋନା ବିପତ୍ତି ସମୟରେ ଘରେ ପିଲାଙ୍କୁ ପାଠ ପଢ଼ାଇବାକୁ ଏମିତି ଯୋଜନା କରିଛି ରାଜ୍ୟ ଗଣଶିକ୍ଷା ବିଭାଗ। ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ କେତେକ ଜିଲାରେ ଏଭଳି ଅନ୍‌ଲାଇନ୍‌ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଗଲାଣି। ହେଲେ ଘୋର ଭିତ୍ତିଭୂମି ଅଭାବ ଥିବା ଅନୁଗୋଳ ଜିଲାରେ ଏହି ଯୋଜନା ସଫଳ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଅନୁଗୋଳ ବ୍ଲକ କୋଠଭୂଇଁ ପଞ୍ଚାୟତର ଦଣ୍ଡାବାହାଳ ଗଁାକୁ ଏ ପର୍ଯ୍ୟନ୍ତ ମୋବାଇଲ୍‌ ସେବା ପହଞ୍ଚିପାରି ନାହିଁ। କାହା ସହ କଥା ହେବାକୁ ହେଲେ ଗଁା ଠାରୁ ୫ କିଲୋମିଟର ଦୂରକୁ ଯିବାକୁ ପଡ଼ୁଛି। କେବଳ ଏହି ଗୋଟିଏ ଉଦାହରଣ ନୁହେଁ, ମାଣିକଯୋଡ଼ି, ଟିକରପଡ଼ା, ପୁରୁଣାକୋଟ, ଜଗନ୍ନାଥପୁର ଓ ବଲଙ୍ଗ ପଞ୍ଚାୟତର ଅନେକ ଗଁାରେ ମୋବାଇଲ୍‌ ନେଟ୍‌ୱର୍କ ଆଜି ବି ସାତସପନ। ସେହିପରି ପାଲଲହଡ଼ା, ଆଠମଲ୍ଲିକ ବ୍ଲକର ବହୁ ଗଁାରେ ମଧ୍ୟ ଏପରି ଅସୁବିଧା ରହିଛି। ତେଣୁ ମୋବାଇଲ ସେବା ଠାରୁ ଦୂରରେ ଥିବା ଏସବୁ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ଆସିବ କେଉଁଠୁ। ଏହାଛଡ଼ା ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଅଧିକାଂଶ ଛାତ୍ରୀଛାତ୍ରଙ୍କ ପରିବାର ନିକଟରେ ସ୍ମାର୍ଟଫୋନ୍‌ ନାହିଁ। ଏଭଳି କ୍ଷେତ୍ରରେ ମୋବାଇଲ ମାଧ୍ୟମରେ ଅନ୍‌ଲାଇନ୍‌ରେ ପାଠପଢ଼ା ଯୋଜନା ଅସମ୍ଭବ ଭଳି ମନେ ହେଉଛି। ଜଣେ ଅଭିଭାବକ ବରଦା ପ୍ରସନ୍ନ ଦାସ କହିଛନ୍ତି, ଏହା ଧର୍ମକୁ ଆଖି ଠାର ଭଳି। ଏହାଦ୍ୱାରା ସରକାରୀ ସ୍କୁଲ ନୁହେଁ କେବଳ ଇଂଲିଶ ମିଡିୟମରେ ପଢ଼ୁଥିବା ମମି, ଡାଡିଙ୍କ ପିଲାମାନେ ଉପକୃତ ହୋଇପାରିବେ। ଜିଲା ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସାରା ରାଜ୍ୟରେ ଏପରି ସମସ୍ୟା ରହିଛି। ହ୍ବାଟ୍ସଆପ୍‌ରେ ପଢ଼ାଇବା ସମ୍ଭବ ହୋଇପାରୁ ନ ଥିବାରୁ ଟେଲିଭିଜନ ମାଧ୍ୟମରେ ପିଲାଙ୍କୁ ପଢ଼ାଯାଉଛି। ଏହା କିଛି ମାତ୍ରାରେ ପିଲାଙ୍କ ପାଇଁ କାମରେ ଆସିବ। ତେବେ ଜିଲାରେ ଅନ୍‌ଲାଇନ୍‌ରେ ପାଠପଢ଼ା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। କେବଳ ଅନ୍‌ଲାଇନ୍‌ ଶିକ୍ଷାଦାନ ନେଇ ରାଜ୍ୟ ଶିକ୍ଷା ବିଭାଗ ପାଖରୁ ଯାହା ମେସେଜ୍‌ ଆସିଛି ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri