ଅନ୍ୟ ଲାଗି ପ୍ରେରଣା ସାଜିଛନ୍ତି ସୁଲଣର ଯୁବଗୋଷ୍ଠୀ

ହାଟଡିହୀ, ୧୦।୧୨(ଡି.ଏନ.ଏ.)- ସମାଜସେବା କରିବା ସକାଶେ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି ଉମାକାନ୍ତ। ସେ ନିଜ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ଏକାଠି ନିଜ ଗ୍ରାମ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣରେ ମା’ ତାରିଣୀ ସେବା ସଂସ୍ଥାନ ନାମରେ ଏକ ସଂଗଠନ ଗଢିଛନ୍ତି। ଏହି ସଂସ୍ଥା ଜରିଆରେ ସେ ଗରିବ ଓ ଅସହାୟଙ୍କ ପ୍ରତି ସହାୟତାର ହାତ ବଢାଇବା ସହ ପରିବେଶ ସୁରକ୍ଷା ଲାଗି ବୃକ୍ଷରୋପଣ ଭଳି ବିଭିନ୍ନ କାର୍ଯ୍ୟ କରୁଛନ୍ତି। ନିଜ ଗାଁ ସମେତ ଆଖପାଖ ଅଞ୍ଚଳକୁ ସବୁଜିମା ମଣ୍ଡିତ କରିବା ଲକ୍ଷ୍ୟରେ ଆଗକୁ ଆଗକୁ ପାଦ ବଢାଇ ଚାଲିଛନ୍ତି ଏହି ଯୁବ ଗୋଷ୍ଠୀ । ସେମାନେ ଗରିବ ରୋଗୀଙ୍କୁ ବିଭିନ୍ନ ଡାକ୍ତରଖାନା ନେଇ ଜରୁରିକାଳୀନ ଚିକତ୍ସାସେବା ଯୋଗାଇବା ସହ ନିୟମିତ ରକ୍ତଦାନ ଶିବିର ଆୟୋଜନ କରି ଆସୁଛନ୍ତି। ଆଗାମୀ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ସେବାମୂଳକ କାର୍ଯ୍ୟ ଜାରି ରଖିବା ସକାଶେ ଏହି ଯୁବଗୋଷ୍ଠୀ ସଙ୍କଳ୍ପ ନେଇ ଆଖପାଖ ଗାଁର ଯୁବଗୋଷ୍ଠୀ ଲାଗି ପ୍ରେରଣା ସାଜିଛନ୍ତି।
ସେବା କାର୍ଯ୍ୟ କଲେ ଯେଉଁ ଆତ୍ମସନ୍ତୋଷ ମିଳେ, ସେଭଳି ଆନନ୍ଦ ଆଉ କେଉଁଥିରୁ ମିଳେନି । ବର୍ତ୍ତମାନର ଯୁବଗୋଷ୍ଠୀ ଚାକିରି ପଛରେ ଗୋଡାଇ ସେବାମୂଳକ କାର୍ଯ୍ୟରୁ ଦୂରେଇ ରହୁଛନ୍ତି, ଯାହାକି ଏକ ବିଡମ୍ବନା। ସେ ଛାତ୍ର ଜୀବନରୁ ସେବାକାର୍ଯ୍ୟ କରିବା ଲାଗି ସଙ୍କଳ୍ପ ନେଇ ପରେ ଅନ୍ୟମାନଙ୍କୁ ପ୍ରଭାବିତ କରି ସେମାନଙ୍କ ଦୁଃଖସୁଖରେ ସାଥୀ ହେବା ସହ ଗରିବ ଲୋକଙ୍କୁ ସହାୟତା କରି ଆସୁଛନ୍ତି। ସରକାରୀ ସହାୟତାକୁ ଅପେକ୍ଷା ନ କରି ସେମାନେ ନିଜ ଚେଷ୍ଟାରେ ଏହି କାର୍ଯ୍ୟ କରୁଛନ୍ତି। ଛାତ୍ର ଜୀବନରୁ ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିବା ଉମାକାନ୍ତ ଏହି ସୂଚନା ଦେଇ କହିଛନ୍ତି, ଜଣେ ଅସହାୟ ବୃଦ୍ଧ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ସେ ଦେଖି ବ୍ୟଥିତ ହୋଇଥିଲେ। ଏହା ତାଙ୍କ ମାନସିକ ସ୍ଥିତିକୁ ପ୍ରଭାବିତ କରିଥିଲା। ସେବେ ଠାରୁ ସେବା, ବୃକ୍ଷରୋପଣ ଓ ରକ୍ତଦାନକୁ ସେ ନିଜ ଜୀବନର ଲକ୍ଷ୍ୟ ବୋଲି ବାଛି ନେଇଛନ୍ତି।
କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ଗ୍ରାମର କୃଷ୍ଣଚନ୍ଦ୍ର ରାଉତଙ୍କ ପୁଅ ଉମାକାନ୍ତ। ବୟସ ୨୬ ବର୍ଷ ହେବ। ଭଦ୍ରକ ବିଏନଏମଏ ମହାବିଦ୍ୟାଳୟରୁ ଯୁକ୍ତ ୩ ବାଣିଜ୍ୟ ପାସ୍‌ କରି ୨୦୧୪ରୁ ଡାକ ବିଭାଗ ଅଧୀନରେ କାର୍ଯ୍ୟ କରୁଛନ୍ତି। ଚାକିରି ତାଙ୍କ ବୃତ୍ତି ହେଲେ ବି ସେ ଅବସର ସମୟକୁ ସମାଜସେବା କାର୍ଯ୍ୟରେ ଲଗାଇଆସୁଛନ୍ତି। ନିଜ ଗାଁ ଅନୁଷ୍ଠାନ ବ୍ୟତୀତ ସେ ପ୍ରାୟ ୩୦ଟି ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହିଛନ୍ତି। ନିଜ ଗ୍ରାମ ସଂଗଠନ ଜରିଆରେ ଅଦ୍ୟାବଧି ସେ ଦୁଇ ଶହରୁ ଅଧିକ ଅସହାୟ ଗରିବଙ୍କୁ ଆନନ୍ଦପୁର, କେନ୍ଦୁଝର, କଟକ, ଭୁବନେଶ୍ୱର ପ୍ରଭୃତି ସ୍ଥାନର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି। ପରିବେଶରେ ସନ୍ତୁଳନ ରକ୍ଷା ସହ ପ୍ଲାଷ୍ଟିକ୍‌ ମୁକ୍ତ ସମାଜ ଗଠନ ଲାଗି ତାଙ୍କ ସଙ୍ଗଠନ ସଚେତନତା ସୃଷ୍ଟି କରୁଛି। ଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ବୃକ୍ଷରୋପଣ ଲାଗି ଉତ୍ସାହିତ କରିବା ସହିତ ବିଭିନ୍ନ ଗ୍ରାମକୁ ଯାଇ ଯୁବପିଢିଙ୍କୁ ଏଥିଲାଗି ଉତ୍ସାହିତ କରୁଛନ୍ତି। ଅଦ୍ୟାବଧି ସେମାନେ ବିଭିନ୍ନ ସ୍ଥାନରେ ୨ ଶହରୁ ଅଧିକ ବୃକ୍ଷରୋପଣ କରି ସେଗୁଡିକର ଯତ୍ନ ନେଉଛନ୍ତି। ମା’ ତାରିଣୀ ସେବା ସଂସ୍ଥାନର ସମସ୍ତ ସଦସ୍ୟ ଏଭଳି ସମାଜସେବା କାର୍ଯ୍ୟ ଲାଗି ଅଞ୍ଚଳବାସୀଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଜିଲା ବ୍ୟତୀତ ବାହାର ଜିଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ଏଥିଲାଗି ଉମାକାନ୍ତଙ୍କୁ ମଳିଛି ବହୁ ସମ୍ବର୍ଦ୍ଧନା ଓ ସମ୍ମାନ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri