ଅନ୍ଧବିଶ୍ୱାସ: ୧୨ ଘଣ୍ଟା କୀର୍ତ୍ତନ କଲେ ଗାଁ ମାଡ଼ିବନି କରୋନା, ଜଣେ ଗିରଫ

ଗୋଷାଣୀ,୧ା୪(ଡି.ଏନ୍‌.ଏ.): ମହାମାରୀ କରୋନାର ମୁକାବିଲା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ବିଶେଷକରି ଗୁଜବ ଓ ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବାକୁ ବାରମ୍ବାର ସଚେତନ କରାଯାଉଛି। ଏଭଳି କାର୍ଯ୍ୟ କଲେ ଗିରଫ କରାଯିବ ବୋଲି ମଧ୍ୟ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ବୁଝାଯାଉଛି। ହେଲେ ଆଦିବାସୀ ଅଞ୍ଚଳର ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନି। ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲା ଗୋଷାଣୀ ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ। ଗାଁରେ ୧୨ ଘଣ୍ଟା ଧରି ଭଜନ କୀର୍ତ୍ତନ କଲେ କରୋନା ଗାଁ ମାଡ଼ିବନି ଏବଂ କାହାର କୌଣସି କ୍ଷତି ହେବନାହିଁ। ଗାଁର ଲକ୍ଷ୍ମୀ ଚରଣ ପାତ୍ର ଗ୍ରାମବାସୀଙ୍କ ମଧ୍ୟରେ ଏପରି ପ୍ରଚାର କରିଥିଲେ। ଏଥିରେ ବିଶ୍ୱାସ କରି ମଙ୍ଗଳବାର ଗାଁ ମଣ୍ଡପରେ ଆରମ୍ଭ ହୋଇଥିଲା ଭଜନ କୀର୍ତ୍ତନ। ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏତେ ସଚେତନ କରାଯାଉଥିବାବେଳେ ଏଠାରେ ଦିନ ତମାମ ଚାଲିଥିଲା ଏହି କାର୍ଯ୍ୟକ୍ରମ। ଏହି ସମୟରେ ଅଭିଯୁକ୍ତ ଲକ୍ଷ୍ମୀ ଚରଣ ପାତ୍ର ନିଜ ଗୋଡ଼, ହାତ ବାନ୍ଧି ଗାଁ ଦାଣ୍ଡରେ ଗଡ଼ିଥିଲେ। ରୋଗରୁ ମୁକ୍ତି ପାଇଁ ଏପରି କରିଥିବା ଜଣାପଡ଼ିଛି। ଗାଁରେ ଏପରି କାର୍ଯ୍ୟକ୍ରମ ଚାଲିଥିବା ନେଇ ସୋସିଆଲ୍‌ ମିଡିଆରେ ପ୍ରଚାର ହେବାପରେ ଖବର ଗାରାବନ୍ଧ ପୋଲିସ ଓ ପ୍ରଶାସନ ନିକଟରେ ପହଞ୍ଚିଥିଲା। ତୁରନ୍ତ ଗାଁରେ ପୋଲିସ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରିଥିଲା। ଏ ନେଇ ଗାରାବନ୍ଧ ଥାନାରେ କେସ୍‌ ନଂ. ୨୩/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାରେ ସମ୍ପୃକ୍ତ ଲକ୍ଷ୍ମୀ ଚରଣ ପାତ୍ରଙ୍କୁ ଗିରଫ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri