ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୪ା୯(ବ୍ୟୁରୋ):ଅଳ୍ପ ଖର୍ଚ୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି। ଉଭୟଙ୍କୁ ଏକାସଙ୍ଗେ ହାସଲ କରିହେବ ବୋଲି ଇସ୍ପାତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଟ୍ରେଡ ୟୁନିୟନ ନେତୃମଣ୍ଡଳୀ ସହିତ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଆଲୋଚନାରେ ଇସ୍ପାତ ଶିଳ୍ପରେ ଭାଗୀଦାରି ସଂସ୍କୃତିକୁ ମଜଭୁତ କରିବା ପାଇଁ ଅନେକ ସକାରାତ୍ମକ ଓ ଗଠନମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଟ୍ରେଡ ୟୁନିୟନର ପ୍ରତିନିଧିମାନେ ଶ୍ରମିକ କଲ୍ୟାଣ, ମାନବ ସମ୍ବଳର ସୁବିନିଯୋଗ, ଦକ୍ଷତା ବିକାଶ, ସୁରକ୍ଷା, ବାସଗୃହ, ସବୁ ବୟସର ଶ୍ରମିକଙ୍କ ଉପସ୍ଥିତି, ମଜୁରିର ରିଭିଜନ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା। ଉପସ୍ଥିତ ଟ୍ରେଡ୍‌ ୟୁନିୟନ ପ୍ରତିନିଧିମାନେ ଶ୍ରମିକମାନଙ୍କ ନିକଟତର ହେବା ଉଦ୍ୟମକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି। ଗତ ମାସରେ ବୋକାରୋ ଷ୍ଟିଲ ପ୍ଲାଣ୍ଟ ଗସ୍ତ ସମୟରେ ଧର୍ମେନ୍ଦ୍ର କର୍ମଚାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ କର୍ମଚାରୀମାନଙ୍କ ସ୍ବାର୍ଥରକ୍ଷା ସହ ପ୍ରବନ୍ଧନ ଓ କର୍ମଚାରୀମାନଙ୍କ ମଧ୍ୟରେ ସହବନ୍ଧନ ମାଧ୍ୟମରେ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସ୍ଥାୟୀ ଓ ଠିକା ଉଭୟ କର୍ମଚାରୀଙ୍କୁ ଡିଜିଟାଲ ରାସ୍ତାରେ ଦେୟ ପ୍ରଦାନ କରାଯିବା ସହ ପାରଦର୍ଶିତା ରକ୍ଷା କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଇସ୍ପାତ ଶିଳ୍ପର ଟାଉନଶିପ ସମସ୍ତ ନାଗରିକଙ୍କ ସହିତ ସ୍ମାର୍ଟସିଟିମାନର ହେବା ଜରୁରୀ। ସେଲ ଦ୍ୱାରା ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟସେବା ସୁବିଧା ଆଗାମୀ ଦିନରେ ଚାଲୁ ରହିବା ସହ ଏହାକୁ ଆଧୁନିକୀକରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ: କହିଲେ-ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି…

ଭୁବନେଶ୍ୱର, ୨୭।୭: ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ…

ଅଭିଜିତ ଦୀପକେ କରିବେ ବିବାହ! ଆସିଲା ପ୍ରସ୍ତାବ, ମାଆ କହିଲେ-‘ମୋତେ ଏମିତି ବୋହୂ ଦରକାର’

ନୂଆଦିଲ୍ଲୀ, ୨୭॥୭: କକ୍ରୋଚ ଜନତା ପାର୍ଟି (CJP)ର ନେତୃତ୍ୱରେ ଜନ୍ତରମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ ସମାପ୍ତ ହୋଇଯାଇଛି। ସିଜେପି (CJP)ର ଏହି…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ଗାଦିଚ୍ୟୁତ ହେବେ ଭାଜପା ସରକାର! CJP ପରେ ମୁଣ୍ଡ ଟେକିଲାଣି RHA; ୩୫ ଲକ୍ଷ ଫଲୋୟର୍ସ, E20 ଜନତା ପାର୍ଟି ବି ଦେଲାଣି ଟେନସନ

ନୂଆଦିଲ୍ଲୀ,୨୭।୭: ‘କକ୍ରୋଚ ଜନତା ପାର୍ଟି’ (CJP) ସୋସିଆଲ ମିଡିଆ – ବିଶେଷକରି ଇନଷ୍ଟାଗ୍ରାମ – ମାଧ୍ୟମରେ ଏତେ ବଡ଼ ପ୍ରତିବାଦ କରିଥିଲା ଯେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

୫ବର୍ଷରେ ବାଦ୍‌ ପଡ଼ିଲେଣି ୭୪.୮୯ଲକ୍ଷ ଭୋଟର

ଭୁବନେଶ୍ୱର,୨୭ା୭ (ରବିନାରାୟଣ ଜେନା): ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ରାଜ୍ୟରେ ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଜାରି ରହିଛି। ଗତ ୫ତାରିଖରେ ଭୋଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri