ଅଣସର ସମୟର ନିଷିଦ୍ଧ ନିୟମ: ବିବାହିତ ଝିଅ ବାପଘରକୁ ଆସନ୍ତି ନାହିଁ

ପୁରୀ ଅଫିସ, ୨୩ା୬: ସରିଛି ସ୍ନାନଯାତ୍ରା। ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କର ଅଣସର ଘରେ ଚାଲିଛି ଗୁପ୍ତସେବା। ଚତୁର୍ଦ୍ଧାବିଗ୍ରହଙ୍କ ସେବାରେ ଗୋଷ୍ଠୀଗତ ଭାବେ ଲାଗିପଡ଼ିଛନ୍ତି ଦଇତାପତି ସେବକ। ବେଶ୍‌ ନିଷ୍ଠା ଓ ଏକାଗ୍ରତାର ସହ ରହୁଛନ୍ତି। ଏହି ଅଣସର ସମୟରେ ଦଇତାପତି ପରିବାରର ବିବାହିତ ଝିଅମାନେ ବାପଘରକୁ ଆସନ୍ତି ନାହିଁ। ଠାକୁର ଅଣସରରେ ଥିବାବେଳେ ଏଭଳି କିଛି ନିୟମ ପାଳନ କରନ୍ତି ଦଇତାପତି ପରିବାର।

ଏ ସମ୍ପର୍କରେ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ତଥା ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ଅଣସର ୧୫ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦଇତାପତି ପରିବାର ଶୁଦ୍ଧପୂତ ଭାବେ ରୁହନ୍ତି। ପବିତ୍ର ସ୍ନାନପୂର୍ଣ୍ଣିମା ପୂର୍ବରୁ ଘର, ପୋଷାକପତ୍ର ଇତ୍ୟାଦି ସଫା କରାଯାଏ। ରୋଷେଇ ଘର, ଠାକୁରଘର ଭଲ ଭାବେ ଧୁଆ ହୋଇ ଧଉଳା ଯାଏ। ସ୍ନାନପୂର୍ଣ୍ଣିମା ଦିନ ସ୍ନାନ ଜଳ ଆସିବା ପରେ ବଡ଼ବଡ଼ିଆଙ୍କୁ ଲାଗି କରାଯାଏ। ଏହି ସ୍ନାନ ଜଳ ମାଟିହାଣ୍ଡିରେ ପଡ଼ିିବା ପରେ ହବିଷାନ୍ନ ତିଆରି ହୁଏ। ଦଇତାପତି ପରିବାରର ସ୍ତ୍ରୀ ଲୋକମାନେ ପାଟଶାଢି ପରିଧାନ କରି କାଠଚୁଲିରେ ହବିଷାନ୍ନ ତିଆରି କରିଥାନ୍ତି। ବର୍ତ୍ତମାନ ସମସ୍ତଙ୍କ ଘରେ କାଠଚୁଲି ନ ଥିଲେ ବି ଅଧିକାଂଶ ପରିବାର କାଠଚୁଲିରେ ହବିଷାନ୍ନ ପ୍ରସ୍ତୁତ କରନ୍ତି, ଯାହାର କାଠଚୁଲି ନାହିଁ ସେମାନେ ନୂଆ ଗ୍ୟାସ୍‌ ଚୁଲାରେ ହବିଷାନ୍ନ ତିଆରି କରନ୍ତି। ଶ୍ରୀମନ୍ଦିରରେ ଯେଉଁଭଳି ପାରମ୍ପରିକ ଭାବେ ବିଭିନ୍ନ ପରିବା ପଡ଼ି ଡାଲମା ଏବଂ ଅନ୍ନ ତିଆରି ହୁଏ ସେହିପରି ଡାଲମା, ଅନ୍ନ ପ୍ରତ୍ୟେକ ପରିବାରରେ ପ୍ରସ୍ତୁତ କରାଯାଏ। ଯିଏ ଯେଉଁଆଡେ ଯାଆନ୍ତି ସୂର୍ଯ୍ୟାସ୍ତ ପୂର୍ବରୁ ଫେରି ହବିଷାନ୍ନ ସେବନ କରନ୍ତି। ଦଇତାପତି ପରିବାରର ସମସ୍ତ ସଦସ୍ୟ ଅର୍ଥାତ୍‌ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଦିନକୁ ଗୋଟିଏ ଥର ହବିଷାନ୍ନ ଖାଆନ୍ତି। କେହି ବାହାରେ କିଛି ବି ଖାଦ୍ୟ ଗ୍ରହଣ କରନ୍ତି ନାହିଁ କି ପାଣି ମଧ୍ୟ ପିଅନ୍ତି ନାହିଁ। କୌଣସି ପରିବାରର ଯଦି କେହି ବାହାରେ ଚାକିରି କରୁଥିବେ ତେବେ ଏହି ୧୫ ଦିନ ଛୁଟି ଆଣି ଘରକୁ ଆସନ୍ତି। ଶୁଦ୍ଧପୂତ ଭାବେ ପରିବାର ସଦସ୍ୟଙ୍କ ସହ ରହି ସମସ୍ତ ନୀତି ନିୟମ ପାଳନ କରିଥାନ୍ତି। ତେବେ ଏହି ସମୟରେ ବିବାହିତ ଝିଅମାନେ ବାପଘରକୁ ଆସନ୍ତି ନାହିଁ। ସେହିପରି ବନ୍ଧୁବାନ୍ଧବ ମଧ୍ୟ ଆସି ନ ଥାନ୍ତି। ଭିକାରିଙ୍କୁ ବି ଭିକ୍ଷା ଦିଆଯାଇ ନ ଥାଏ। ଅଣସର ୧୫ଦିନ ମହାପ୍ରଭୁ ଖଟ, ପଲଙ୍କ, ଗଦି, ମାଣ୍ଡି କିଛି ବି ବ୍ୟବହାର କରୁ ନ ଥିବାରୁ ଦଇତା ପରିବାରରେ ମଧ୍ୟ ଏହା ବ୍ୟବହାର ହୋଇ ନ ଥାଏ। ମୋଟାମୋଟି ସମସ୍ତେ ବିଳାସ ବ୍ୟସନରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି। ଏପରି କି ଏହି ସମୟରେ ଦଇତାପତି ପରିବାର ସଦସ୍ୟମାନେ ସୁନା ଅଳଙ୍କାର ପ୍ରାୟ ପିନ୍ଧନ୍ତି ନାହିଁ ବୋଲି ଦଇତାପତି ସେବକ ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?