ଅଣସର ସମୟର ନିଷିଦ୍ଧ ନିୟମ: ବିବାହିତ ଝିଅ ବାପଘରକୁ ଆସନ୍ତି ନାହିଁ

ପୁରୀ ଅଫିସ, ୨୩ା୬: ସରିଛି ସ୍ନାନଯାତ୍ରା। ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କର ଅଣସର ଘରେ ଚାଲିଛି ଗୁପ୍ତସେବା। ଚତୁର୍ଦ୍ଧାବିଗ୍ରହଙ୍କ ସେବାରେ ଗୋଷ୍ଠୀଗତ ଭାବେ ଲାଗିପଡ଼ିଛନ୍ତି ଦଇତାପତି ସେବକ। ବେଶ୍‌ ନିଷ୍ଠା ଓ ଏକାଗ୍ରତାର ସହ ରହୁଛନ୍ତି। ଏହି ଅଣସର ସମୟରେ ଦଇତାପତି ପରିବାରର ବିବାହିତ ଝିଅମାନେ ବାପଘରକୁ ଆସନ୍ତି ନାହିଁ। ଠାକୁର ଅଣସରରେ ଥିବାବେଳେ ଏଭଳି କିଛି ନିୟମ ପାଳନ କରନ୍ତି ଦଇତାପତି ପରିବାର।

ଏ ସମ୍ପର୍କରେ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ତଥା ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ଅଣସର ୧୫ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦଇତାପତି ପରିବାର ଶୁଦ୍ଧପୂତ ଭାବେ ରୁହନ୍ତି। ପବିତ୍ର ସ୍ନାନପୂର୍ଣ୍ଣିମା ପୂର୍ବରୁ ଘର, ପୋଷାକପତ୍ର ଇତ୍ୟାଦି ସଫା କରାଯାଏ। ରୋଷେଇ ଘର, ଠାକୁରଘର ଭଲ ଭାବେ ଧୁଆ ହୋଇ ଧଉଳା ଯାଏ। ସ୍ନାନପୂର୍ଣ୍ଣିମା ଦିନ ସ୍ନାନ ଜଳ ଆସିବା ପରେ ବଡ଼ବଡ଼ିଆଙ୍କୁ ଲାଗି କରାଯାଏ। ଏହି ସ୍ନାନ ଜଳ ମାଟିହାଣ୍ଡିରେ ପଡ଼ିିବା ପରେ ହବିଷାନ୍ନ ତିଆରି ହୁଏ। ଦଇତାପତି ପରିବାରର ସ୍ତ୍ରୀ ଲୋକମାନେ ପାଟଶାଢି ପରିଧାନ କରି କାଠଚୁଲିରେ ହବିଷାନ୍ନ ତିଆରି କରିଥାନ୍ତି। ବର୍ତ୍ତମାନ ସମସ୍ତଙ୍କ ଘରେ କାଠଚୁଲି ନ ଥିଲେ ବି ଅଧିକାଂଶ ପରିବାର କାଠଚୁଲିରେ ହବିଷାନ୍ନ ପ୍ରସ୍ତୁତ କରନ୍ତି, ଯାହାର କାଠଚୁଲି ନାହିଁ ସେମାନେ ନୂଆ ଗ୍ୟାସ୍‌ ଚୁଲାରେ ହବିଷାନ୍ନ ତିଆରି କରନ୍ତି। ଶ୍ରୀମନ୍ଦିରରେ ଯେଉଁଭଳି ପାରମ୍ପରିକ ଭାବେ ବିଭିନ୍ନ ପରିବା ପଡ଼ି ଡାଲମା ଏବଂ ଅନ୍ନ ତିଆରି ହୁଏ ସେହିପରି ଡାଲମା, ଅନ୍ନ ପ୍ରତ୍ୟେକ ପରିବାରରେ ପ୍ରସ୍ତୁତ କରାଯାଏ। ଯିଏ ଯେଉଁଆଡେ ଯାଆନ୍ତି ସୂର୍ଯ୍ୟାସ୍ତ ପୂର୍ବରୁ ଫେରି ହବିଷାନ୍ନ ସେବନ କରନ୍ତି। ଦଇତାପତି ପରିବାରର ସମସ୍ତ ସଦସ୍ୟ ଅର୍ଥାତ୍‌ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଦିନକୁ ଗୋଟିଏ ଥର ହବିଷାନ୍ନ ଖାଆନ୍ତି। କେହି ବାହାରେ କିଛି ବି ଖାଦ୍ୟ ଗ୍ରହଣ କରନ୍ତି ନାହିଁ କି ପାଣି ମଧ୍ୟ ପିଅନ୍ତି ନାହିଁ। କୌଣସି ପରିବାରର ଯଦି କେହି ବାହାରେ ଚାକିରି କରୁଥିବେ ତେବେ ଏହି ୧୫ ଦିନ ଛୁଟି ଆଣି ଘରକୁ ଆସନ୍ତି। ଶୁଦ୍ଧପୂତ ଭାବେ ପରିବାର ସଦସ୍ୟଙ୍କ ସହ ରହି ସମସ୍ତ ନୀତି ନିୟମ ପାଳନ କରିଥାନ୍ତି। ତେବେ ଏହି ସମୟରେ ବିବାହିତ ଝିଅମାନେ ବାପଘରକୁ ଆସନ୍ତି ନାହିଁ। ସେହିପରି ବନ୍ଧୁବାନ୍ଧବ ମଧ୍ୟ ଆସି ନ ଥାନ୍ତି। ଭିକାରିଙ୍କୁ ବି ଭିକ୍ଷା ଦିଆଯାଇ ନ ଥାଏ। ଅଣସର ୧୫ଦିନ ମହାପ୍ରଭୁ ଖଟ, ପଲଙ୍କ, ଗଦି, ମାଣ୍ଡି କିଛି ବି ବ୍ୟବହାର କରୁ ନ ଥିବାରୁ ଦଇତା ପରିବାରରେ ମଧ୍ୟ ଏହା ବ୍ୟବହାର ହୋଇ ନ ଥାଏ। ମୋଟାମୋଟି ସମସ୍ତେ ବିଳାସ ବ୍ୟସନରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି। ଏପରି କି ଏହି ସମୟରେ ଦଇତାପତି ପରିବାର ସଦସ୍ୟମାନେ ସୁନା ଅଳଙ୍କାର ପ୍ରାୟ ପିନ୍ଧନ୍ତି ନାହିଁ ବୋଲି ଦଇତାପତି ସେବକ ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri