ଅଣସର ଘରେ ମହାପ୍ରଭୁ: କମିଲା ଶ୍ରୀମନ୍ଦିର ହୁଣ୍ଡି ଅର୍ଥ

ପୁରୀ ଅଫିସ,୨୦ା୬: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଚାଲିଛି ଦାରୁବିଗ୍ରହଙ୍କ ଗୁପ୍ତ ସେବା। ଦଇତାପତି ସେବକମାନେ ସେବା କରୁଛନ୍ତି। ଅନ୍ୟପଟେ ଅଣସର ତାଟିରେ ପୂଜା ପାଉଛନ୍ତି ପଟିଦିଅଁ। ଏଥିପାଇଁ ରତ୍ନସିଂହାସନ ଫାଙ୍କା ପଡ଼ିଥିବାବେଳେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ବୁଧବାର ହୁଣ୍ଡି ଗଣତିରୁ ଏଭଳି ଚିତ୍ର ସ୍ପଷ୍ଟ ଜଣାପଡ଼ିଛି। ଅଣସରର ଦ୍ୱିତୀୟ ଦିନରେ ହୁଣ୍ଡିରୁ ମାତ୍ର ୬୮,୩୪୯ ଟଙ୍କା ଏବଂ ୪୫୦ ମିଲିଗ୍ରାମ୍‌ ସୁନା ବାହାରିଛି। ରୁପା ଆଦୌ ବାହାରି ନାହିଁ। ସେହିପରି ଅଣସରର ପ୍ରଥମ ଦିନରେ ଅର୍ଥାତ୍‌ ସୋମବାର ବି ହୁଣ୍ଡି ଅର୍ଥ କମିଥିଲା। ପୂର୍ବରୁ ସାଧାରଣ ଦିନରେ ଅତି କମ୍‌ରେ ଦେଢଲକ୍ଷରୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାହାରୁଥିବା ବେଳେ କିଛି ସୁନା, ରୁପା ବି ମିଳିଥାଏ। କିନ୍ତୁ ଅଣସର ଯୋଗୁ ଭକ୍ତଙ୍କ ସଂଖ୍ୟା କମିଥିବାରୁ ଏହାର ପ୍ରଭାବ ହୁଣ୍ଡିରେ ପଡୁଛି। ଅଣସର ପରେ ବର୍ତ୍ତମାନ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ଦର୍ଶନ ପାଇଁ ଭକ୍ତମାନେ ଯାଉଛନ୍ତି। ଶ୍ରୀମନ୍ଦିରକୁ କମ୍‌ସଂଖ୍ୟକ ଭକ୍ତ ଆସୁଥିବାରୁ ହୁଣ୍ଡି ଅର୍ଥ କମିଛି। ନୀଳାଦ୍ରିବିଜେ ପରେ ମହାପ୍ରଭୁ ରତ୍ନସିଂହାସନରେ ବିଜେ କଲେ ପୁଣି ହୁଣ୍ଡି ଅର୍ଥ ସ୍ବାଭାବିକ ହୋଇଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏଣିକି ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ, ଯାତ୍ରୀଙ୍କ ମହଲରେ ଖୁସିର ଲହରୀ; ଜାଣନ୍ତୁ ଟିକେଟ ଦର…

କେସିଙ୍ଗା,୨୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାବାସୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଜିଲାର ଏକମାତ୍ର ବିମାନବନ୍ଦର ଉତ୍କେଲା ବିମାନ ବନ୍ଦରରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ବିମାନ ଉଡ଼ିବ।…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri