ଅଜଣା ରୋଗରେ ପୀଡିତ ଦେବେନ୍ଦ୍ର

ଜାମଟିକ୍ରା, ୧୩।୧ (ଡି.ଏନ.ଏ) ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଜାମଟିକ୍ରା ଗ୍ରାମ ପଧାନପଡାର ଦାସ ନାଗଙ୍କ ସାନପୁଅ ଦେବେନ୍ଦ୍ର ନାଗ (୩୮)। ଦୀର୍ଘ ୪ ବର୍ଷ ହେଲା ସେ ଜୀବନ ସହ ସଂଘର୍ଷ କରି ଆସୁଛନ୍ତି । ଦେବେନ୍ଦ୍ରଙ୍କ ଚିକିତ୍ସା ଲାଗି ଅଭାବୀ ପରିବାର ଲୋକେ ଧାରକରଜ କରି ଟଙ୍କା ଖର୍ଚ୍ଚ କଲେ । ମାତ୍ର କୌଣସି ସୁଫଳ ନ ମିଳିବାରୁ ଦେବେନ୍ଦ୍ର ଭଗବାନଙ୍କ ଭରସାରେ ପଡିିଛନ୍ତି । ସେପଟେ ଦିନକୁ ଦିନ ତାଙ୍କ ଯନ୍ତ୍ରଣା ବଢ଼ିଚାଲିଛି । ଚିକିତ୍ସା ପାଇଁ ବହୁ ଅର୍ଥ ଆବଶ୍ୟକ ଥିବାରୁ ତାଙ୍କର ଚିକିତ୍ସା ହୋଇପାରୁ ନ ଥବବା ପରିବାର ଲୋକେ କହିଛନ୍ତି ।
ଦେବେନ୍ଦ୍ରଙ୍କ ପରିବାର କହିଲେ ବାପା ଦାସ, ମା’ ଜନ ଓ ଅବିବାହିତା ବଡ ଭଉଣୀ ସୀତା । ସେ ଗାଡ଼ି ଚଳାଇ ମା’ ବାପାଙ୍କୁ ପୋଷୁଥିଲେ। କିନ୍ତୁ ଦିନେ ଦେବେନ୍ଦ୍ର ହଠାତ ତଳେ ପଡିଯିବାରୁ ତାଙ୍କ ଡାହାଣ ଗୋଡ ଭାଙ୍ଗିଗଲା। ପରିବାର ଲୋକେ ଅର୍ଥ ଯୋଗାଡ କରି ତାଙ୍କୁ ବୁର୍ଲା ମେଡିକାଲକୁ ନେଲେ । ସେଠାରେ ଅପରେସନ କରି ଗୋଡେ ଲୁହା ରଡ୍‌ ଲଗାଗଲା। ସେ ଆଉ ଦିନେ ହଠାତ ପଡିଯିବାରୁ ସେହି ଗୋଡଟି ପୁଣି ଭାଙ୍ଗିଗଲା। ଆଉ ସେହି ଦିନଠୁ ଅଣ୍ଟାରୁ ତଳକୁ ସବୁ ଅଚଳ ହୋଇଗଲା । ଫଳରେ ସେ ଆଉ ଚାଲିବୁଲି ପାରିଲେ ନାହିଁ । ଭଗବାନଙ୍କୁ ଭରସା କରି ଦେବେନ୍ଦ୍ର ଦୀର୍ଘ ୪ ବର୍ଷ ହେଲା ଖଟରେ ଶୋଇ ଦିନ କାଟୁଛନ୍ତି । ବୃଦ୍ଧ ବାପା ଆଗଭଳି ଆଉ କାମ କରି ପାରୁନାହାନ୍ତି । ବଡ ଭଉଣୀ କୁଲି ମଜୁରୀ କରି ପରିବାର ଚଳାଉଛନ୍ତି । ମା’ ମଧ୍ୟ ରୋଗରେ ପୀଡିତ । ଏବେ ମା’ ବାପାଙ୍କୁ ଘାରିଛି ପୁଅର ଚିନ୍ତା। ସେମାନଙ୍କର ଜମିବାଡି କିଛି ନାହିଁ । ଯେଉଁ ବୟସରେ ପୁଅ ମା’ ବାପାଙ୍କୁ ପୋଷିବା କଥା ସେହି ବୟସରେ ଦେବେନ୍ଦ୍ର ବୋଝ ପାଲଟିଛନ୍ତି । ଏହି ପରିବାରକୁ ଟଙ୍କିକିଆ ଚାଉଳ କେବଳ ୨୦ କେଜି ମିଳୁଛି । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ କିଛି ଆର୍ଥିକ ସହାୟତା ମିଳିଲେ ଦେବେନ୍ଦ୍ରଙ୍କ ଚିକିତ୍ସା ହୋଇପାରିବ ବୋଲି ତାଙ୍କ ବାପା ଦାସ ନାଗ ପ୍ରକାଶ କରିଛନ୍ତି। ଏହାସହିତ ତିନିଚକିଆ ସାଇକେଲ, ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବା ପାଇଁ ପରିବାର ଲୋକେ ଗୁହାରି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri