୯ ଦିନ ପରେ ଘୋଷଯାତ୍ରା; ରଥ ପାଇଁ କାଠ ଅଭାବ

ଢେଙ୍କାନାଳ ଅଫିସ, ୨୪।୬:  ଶ୍ରୀ କଳାଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉମାତ୍ର ୯ ଦିନ। ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ବା କଥା। ହେଲେ କାଠ ଅଭାବ ଯୋଗୁ ଢେଙ୍କାନାଳରେ ରଥ ନିର୍ମାଣ ଧିମେଇଛି। ଅନ୍ୟ ଉପାୟ ନ ଥିବାରୁ ରଥ କାମରେ ବ୍ୟବହୃତ ହେଉଛି ପୁରୁଣା କାଠ ରଥ। ଏପରି ଅବ୍ୟବସ୍ଥାର ସମାଧାନ କରିବା ପରିବର୍ତ୍ତେ ଦେବୋତ୍ତର ଏବଂ ବନ ବିଭାଗ ଏବେ ପରସ୍ପର ଉପରକୁ ଆରୋପ ପ୍ରତ୍ୟାରୋପ ଲଗାଇବା ଆରମ୍ଭ କରିଛନ୍ତି, ଯାହା ଜଗନ୍ନାଥପ୍ରେମୀଙ୍କୁ କ୍ଷୁବ୍ଧ କରାଇଛି।
ରଥଯାତ୍ରାକୁ ହାତଗଣତି ଦିନ ବାକିଥିବାବେଳେ ସ୍ଥାନୀୟ ରଥଗଡ଼ାରେ ଆରମ୍ଭ ହୋଇଛି ୨ ରଥର ନିର୍ମାଣ କାର୍ଯ୍ୟ। ହେଲେ ଏଥିରେ ବାଧକ ସାଜିଛି କାଠ ଅଭାବ। ରଥଯାତ୍ରା ପ୍ରସ୍ତୁତି ବୈଠକରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଧଉରା, ଶାଳ କାଠ ଯୋଗାଇଦେବାକୁ ବନ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ତଦନୁଯାୟୀ କାଠ ଆସିନାହିଁ। ତେଣୁ କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ଏପରି ସ୍ଥିତିରେ ପୁରୁଣା କାଠକୁ ଭରସା କରିଛି ଦେବୋତ୍ତର ବିଭାଗ। ଆସନ୍ତା ବର୍ଷ ଏହି ସମସ୍ୟା ଆହୁରି ଜଟିଳ ହୋଇଯିବା ଆଶଙ୍କା ରହିଛି।
ଚଳିତବର୍ଷ ରଥ ନିର୍ମାଣ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ବନ ବିଭାଗକୁ ୧୮୦ ଶିଫ୍ଟ ଶାଳ କାଠ, ୨୨୫ ଶିଫ୍ଟ ଧଉରା କାଠ ଯୋଗାଇ ଦେବାକୁ କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୧୦ ଶିଫ୍ଟ ଶାଳକାଠ ଏବଂ ୧୨୫ ଶିଫ୍ଟ ଧଉରା କାଠ ଆସିଛି। ଅଳ୍ପ କିଛି କାଠ ବାହାରୁ କିଣିବାକୁ ପଡିଛି। ପ୍ରତିବର୍ଷ ବନ ବିଭାଗ ପକ୍ଷରୁ କାଠ ଯୋଗାଣ ସମୟରେ ଏକ ମାମଲା ରୁଜୁ କରାଯାଇ ପ୍ରାୟ ଅଢ଼େଇ ହଜାର ଟଙ୍କା ଡିିପୋଜିଟ୍‌ କରିବା ପରେ ଆବଶ୍ୟକ କାଠ ମିଳୁଥିଲା। ଚଳିତ ବର୍ଷ ରୟାଲ୍‌ଟି ବାବଦରେ ଦେବୋତ୍ତର ବିଭାଗଠାରୁ ବନ ବିଭାଗ ୭୫ହଜାର ଟଙ୍କା ନେଇଥିବା ଚର୍ଚ୍ଚା ହେଉଛି। ପ୍ରସ୍ତୁତି ବୈଠକରେ ନିର୍ଦ୍ଧାରିତ ସମୟରେ କାଠ ଯୋଗାଣ ଏବଂ ରଥ ନିର୍ମାଣ କାର୍ଯ୍ୟ କରିବା ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ଉଭୟ ବିଭାଗ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସମନ୍ବୟ ଅଭାବରୁ ଏଥିରେ ବ୍ୟତିକ୍ରମ ହୋଇଛି।
ଏ ସଂକ୍ରାନ୍ତରେ ରଥ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ବନ ବିଭାଗ ପ୍ରତିଶ୍ରୁତି ଅନୁଯାୟୀ କାଠ ଯୋଗାଣ କରିନାହିଁ। କିଛି ପରିମାଣର କାଠ ବାହାରୁ କିଣାଯାଇଛି। କାଠ ଅଭାବ ଥିବାରୁ ପୁରୁଣା କାଠ ବ୍ୟବହାର କରାଯାଇଛି। ପ୍ରଥମ ଥର ରୟାଲ୍‌ଟି ଦେଇ କାଠ ଅଣାଯାଇଛି। ଏ ସମ୍ପର୍କରେ ଦେବୋତ୍ତର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏ ନେଇ ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ଜିତେନ୍ଦ୍ରନାଥ ଦାସ କୁହନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆବଶ୍ୟକ କାଠ ଦେବା ଲାଗି ସମସ୍ତ ପ୍ରସ୍ତୁତି କରାଯାଇଛି। ଦେବୋତ୍ତର ବିଭାଗ କାଠ ଚିରି ପାରିବନି ବୋଲି କହୁଛି। ତେଣୁ ମହଜୁଦ୍‌ କାଠ ନେଉ ନ ଥିବା ସେ କହିଛନ୍ତି। ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ଗଠିତ କମିଟି ସଦସ୍ୟ ଏବଂ ଅଧିକାରୀ ନିର୍ଦ୍ଧାରିତ ସମୟରେ ସମୀକ୍ଷା କରୁ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସାଧାରଣରେ ଆଲୋଚନା ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

‘ନବଜୀବନପୁର’ର ନବକଳେବର

ଢେଙ୍କାନାଳ ଅଫିସ,(ରତନ ନାୟାର) ୨୭।୮: ଭାରତର ଗ୍ରାମାଞ୍ଚଳର ଲୋକଙ୍କ ଭିତରେ ରହିଥିବା ଆତ୍ମୀୟତା, ଉତ୍ତମ ବ୍ୟବହାର ସାଙ୍ଗକୁ ଭିନ୍ନଧରଣର ଖାଦ୍ୟପେୟ, ଲୋକକଳା ଏବଂ ପାରମ୍ପରିକ କୁଟୀର ଶିଳ୍ପ...

ଜଙ୍ଗଲ ରାସ୍ତାରୁ ନାବାଳକ ଉଦ୍ଧାର

ପରଜଙ୍ଗ,୨୬।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ପୋଲିସ ସୋମବାର ସାରେ ଜଣେ ନାବାଳକଙ୍କୁ ଗଡ଼ପଳାଶୁଣୀ ନିକଟ କରଡାଖମଣ ଗ୍ରାମ ନିକଟ ଜଙ୍ଗଲ ରାସ୍ତାରୁ...

ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର

ଖମାର,୨୦ା୧- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ପଞ୍ଚାୟତ କୋଚିଆବେଡା ସଂରକ୍ଷିତ ଜଙ୍ଗଲରୁ ବୁଧବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ମହିଳାମାନେ ଜାଳେଣି...

ଢାବାରୁ ବିଦେଶୀ ମଦ ଜବତ, ୨ କୋର୍ଟ ଚାଲାଣ

ପରଜଙ୍ଗ,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ୧୪୯ନଂ. ଜାତୀୟ ରାଜପଥ ପାର୍ଶ୍ୱ ପରମହଂସପୁର ଛକ ନିକଟରେ ଥିବା ଉମାଶଙ୍କର ଢାବାରେ ଶୁକ୍ରବାର ରାତିରେ ପୋଲିସ...

ମଦବିକ୍ରି ବନ୍ଦ କରିବାରୁ ଗାଳି, ଅସଦାଚରଣ ଅଭିଯୋଗ

ଢେଙ୍କାନାଳ ଅଫିସ,୨୪।୫ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବରଦା, କୁଶିଦା, ସୋଗରଦିଆଣୀ ଗ୍ରାମର ମା’ ଦୁର୍ଗତିନାଶିନୀ ନିଶା ନିବାରଣ ମହିଳା ସଂଘ ନ୍ୟାୟ ପାଇଁ ସୋମବାର...

ଝଲସୁଛି କପିଳାସ ପୀଠ

ଢେଙ୍କାନାଳ ଅଫିସ, ୧୦।୩ – ଦିନକ ପରେ ବିଶ୍ୱପ୍ରସିଦ୍ଧ ଜାଗରଯାତ୍ରା। ଏହାକୁ ନେଇ କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ ଝଲସୁଛି। ମହାଦେବଙ୍କ ଏହି ମହାନ୍‌...

ବୃତ୍ତି ହରାଇଲେ ୧୦୦୦ ଠିକା ବିଦ୍ୟୁତ୍‌ କର୍ମଚାରୀ

ଢେଙ୍କାନାଳ ଅଫିସ, ୧୯।୫ ଢେଙ୍କାନାଳ ଜିଲା ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଚାକିରି ଚୁକ୍ତି ଅବଧି ମାର୍ଚ୍ଚ ୩୧ରେ ସରିଛି। ଫଳରେ ସେସୁ ଅଧୀନରେ...

ସଜେଇ ହେଉଛି କପିଳାସ

ଢେଙ୍କାନାଳ ଅଫିସ,୨୦।୨ – ପ୍ରସିଦ୍ଧ ଜାଗରଯାତ୍ରାକୁ ନେଇ ସଜେଇ ହୋଇଛି କପିଳାସ। ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

Advertisement
Archives

Model This Week