ହାଇ ରିସ୍କ ଥିବା ରାଜ୍ୟର ୯ ଜିଲାରେ ଗଡ଼ିବନି ଘରୋଇ ବସ୍‌

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଏପ୍ରିଲ ୧୪ ପରେ ଦେଶରେ ଲକ୍‌ଡାଉନ୍‌ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୃଦ୍ଧି କରାଯାଇଛି। ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବୃଦ୍ଧି ପରେ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହାଇ ରିସ୍କ ଥିବା ୯ଟି ଜିଲାର ସହରାଞ୍ଚଳରେ କୌଣସି ଘରୋଇ ଗାଡ଼ି ଚଳାଚଳ କରିପାରିବ ନାହିଁ। ଉକ୍ତ ଜିଲାଗୁଡିକ ହେଲା ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, କାଳାହାଣ୍ଡି ଏବଂ ଢେଙ୍କାନାଳ। କେବଳ ଜରୁରୀକାଳୀନ ତଥା ଅତ୍ୟାବଶ୍ୟକ ସେବା ପାଇଁ ହିଁ ଏହି ଜିଲାଗୁଡିକରେ ଘରୋଇ ଗାଡ଼ି ଚଳାଚଳ କରିବ। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଗ୍ରାମାଞ୍ଚଳରେ ଜଳ ସମ୍ପଦ ବିଭାଗର ଅଧା ବାକି ଥିବା କାମ ଚାଲୁ ରହିବ। ରାସ୍ତା ନିର୍ମାଣ, କୋଠା, ଏମ୍‌ଏସ୍‌ଏମ୍‌ଇ, ଶିଳ୍ପ ପ୍ରକଳ୍ପ ଚାଲିବ। ଏଥିସହ ପୂର୍ତ୍ତ ବିଭାଗର ବିଭିନ୍ନ ନିର୍ମାଣ କାମ ଓ ବିଦ୍ୟୁତ୍‌ ବିଭାଗର ବିଭିନ୍ନ କାର୍ଯ୍ୟ ଚାଲୁ ରହିବ। ତେବେ ଏ ସବୁ କାମ କଲାବେଳେ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବରାକୁ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ, ତଥାପି ଲୁଚାଇଲେ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଟଙ୍କା ପାଇଁ ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ମାୟା ଜାଲରେ ଫସାଇ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା...

ବଦଳିବ ପୁରୀର ରୂପରେଖ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ କାନ୍ଥ କାହାଣୀ

ପୁରୀ ଅଫିସ,୨।୮:  ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ବଦଳିବ ଏହାର ରୂପରେଖ। ଭିତ୍ତିଭୂମିର ବିକାଶ ସାଙ୍ଗକୁ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା...

ଜିଲାରେ ବଢୁଛି ସମସ୍ୟା, ସମାଧାନ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ଗଠନକୁ ଇତିମଧ୍ୟରେ ୨୭ ବର୍ଷ ପୂରିଛି। ଖଣି, ଶିଳ୍ପ ବିହୀନ ଜିଲାରେ ଚାଷ ଓ ମାଛ ଜୀବନ ଜୀବିକା...

ରଖିଲେ ଶିବ…

ତରବୋଡ/ନୂଆପଡା ଅଫିସ, ୮।୨: କଥାରେ ଅଛି ରଖିଲେ ଶିବ ମାରିବ କିଏ। ନୂଆପଡ଼ା ଜିଲା ଟାନୱାଟରେ ସୋମବାର ଏକ ଦୁର୍ଘଟଣା ଘଟିଛି ଯାହାକୁ ଦେଖି ଅଞ୍ଚଳବାସୀ...

CORONAVIRUS UPDATE: ରାଜ୍ୟରେ ୧୧ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ଭୟଙ୍କର ହେବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ପୁଣି ୫୭୭ ପୁଣି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଗଞ୍ଜାମ ବସ୍‌ ବନ୍ଦ: ୫ ରୁ୍‌ଟ୍‌ରେ ଯାତ୍ରୀଙ୍କ ପାଇଁ ପ୍ରଶାସନର ସ୍ବତନ୍ତ୍ର ବସ୍‌

ବ୍ରହ୍ମପୁର ଅଫିସ, ୨୭।୧୧-ହଲଦିଆପଦର ବସଷ୍ଟାଣ୍ଡରୁ ଘରୋଇ ବସ୍‌ ଚଳାଚଳ ନେଇ ବିଡିଏର ନୋଟିସକୁ ବିରୋଧ କରି ବସ୍‌ ମାଲିକ ସଂଘ ବନ୍ଦ ଡାକରା ଦେଇଥିବାବେଳେ ପ୍ରଶାସନ...

ଗୋବିନ୍ଦଙ୍କୁ ବଞ୍ଚାଇବାକୁ ମାମଲା ଲଢୁଛନ୍ତି ଭାଜପା ନେତା

ଭୁବନେଶ୍ୱର,୮।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାକୁ ନେଇ ଭାଜପା ତୁମ୍ବିତୋଫାନ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା...

ଓଡ଼ିଆରେ ଇଞ୍ଜିନିୟରିଂ ଶିକ୍ଷା ପାଇଁ ଆଗ୍ରହ ବୃଦ୍ଧି

ଭୁବନେଶ୍ୱର, ୯।୨(ବ୍ୟୁରୋ): ଆଞ୍ଚଳିକ ବା ମାତୃଭାଷାରେ ବୈଷୟିକ ଶିକ୍ଷା ପ୍ରଚଳନ ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଯେଉଁ ଉଦ୍ୟମ ଆରମ୍ଭ କରିଛି, ତାହା ସଫଳତା...

Advertisement
Archives

Model This Week