Posted inଜାତୀୟ

୮ ବର୍ଷରେ ୭୫୦ ବାଘଙ୍କ ଯାଇଛି ଜୀବନ: ମଧ୍ୟପ୍ରଦେଶରେ ସର୍ବାଧିକ

ନୂଆଦିଲ୍ଲୀ, ୪।୬: ଜଙ୍ଗଲର ରାଜା ବାଘର ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିଛି। ନିଜ ଜଙ୍ଗଲରେ ମଧ୍ୟ ବାଘ ସୁରକ୍ଷିତ ନୁହଁନ୍ତି। ଗତ ୮ ବର୍ଷ ମଧ୍ୟରେ ଦେଶରେ ୭୫୦ ବାଘଙ୍କ ଜୀବନ ଯାଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)ଙ୍କଠାରୁ ୨୦୧୦ଠାରୁ ୨୦୨୦ ପର୍ଯ୍ୟନ୍ତ ଦେଶରେ ବାଘଙ୍କ ସ୍ଥିତି ସମ୍ପର୍କରେ ରିପୋର୍ଟ ସୂଚନା ଅଧିକାର ଆଇନ ଅନୁସାରେ ଲୋଡ଼ା ଯାଇଥିଲା। ତେବେ ଏନ୍‌ଟିସିଏ ପକ୍ଷରୁ ୨୦୧୨ଠାରୁ ୨୦୧୯ ପର୍ଯ୍ୟନ୍ତ ରିପୋର୍ଟ ଉପଲବ୍ଧ ଥିବା ଦର୍ଶାଯାଇଥିଲା। ମୃତ୍ୟୁ ଘଟିଥିବା ବାଘଙ୍କ ମଧ୍ୟରୁ ୩୬୯ଙ୍କ ଅଙ୍ଗପ୍ରତ୍ୟଙ୍ଗ ପାଇଁ ହତ୍ୟା କରାଯାଇଛି। ଜୀବନ ପ୍ରାକୃତିକ କାରଣ ଯୋଗୁ ଯାଇଥିବାବେଳେ ୧୬୮ ବାଘଙ୍କୁ ଅଙ୍ଗପ୍ରତ୍ୟଙ୍ଗ ପାଇଁ ହତ୍ୟା କରାଯାଇଛି। ସେହିପରି ୭୦ ବାଘଙ୍କ ମୃତ୍ୟୁର ତଦନ୍ତ ଜାରି ରହିଛି। ଅପରପକ୍ଷରେ ୪୨ ବାଘଙ୍କ ମୃତ୍ୟୁ ପରସ୍ପର ମଧ୍ୟରେ ଲଢ଼େଇ ଅବା ଦୁର୍ଘଟଣା ଯୋଗୁ ଘଟିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ୧୭୩ ବାଘଙ୍କ ମୃତ୍ୟୁ ଘଟିଥିବାବେଳେ ମହାରାଷ୍ଟ୍ରରେ ୧୨୫ ବାଘଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ୯୪ ବାଘଙ୍କର ପ୍ରାକୃତିକ ଭାବେ ମୃତ୍ୟୁ ଘଟିଥିବାବେଳେ ଅଙ୍ଗପ୍ରତ୍ୟଙ୍ଗ ପାଇଁ ୩୮ ବାଘଙ୍କୁ ହତ୍ୟା କରାଯାଇଥିବା ଏଥିରେ ଉଲ୍ଲେଖ ରହିଛି। ସେହିପରି କର୍ନାଟକରେ ୧୧୧, ଉତ୍ତରାଖଣ୍ଡରେ ୮୮, ତାମିଲନାଡୁରେ ୫୪, ଆସାମରେ ୫୪, କେରଳରେ ୩୫, ଉତ୍ତରପ୍ରଦେଶରେ ୩୫, ରାଜସ୍ଥାନରେ ୧୭, ବିହାରରେ ୧୧, ପଶ୍ଚିମବଙ୍ଗରେ ୧୧ ଏବଂ ଛତିଶଗଡ଼ରେ ୧୦ ବାଘଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଡିସେମ୍ବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଗତ ୪ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୭୫୦ ବୃଦ୍ଧି ପାଇ ୨,୨୨୬ରୁ ୨,୯୭୬ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

କେହି ଖାଲି ପେଟରେ ନ ଶୁଅନ୍ତୁ: କେନ୍ଦ୍ର ସରକାରଙ୍କୁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୧୨ : କରୋନା ମହାମାରୀ ପରେ ଲୋକଙ୍କ ରୋଜଗାର ଏବଂ ଖାଇବା ପିଇବାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଏକ ଆବେଦନ ଉପରେ ବିଚାର...

ଅକାଳୀ ଦଳରୁ ଇସ୍ତଫା ଦେଲେ ଏହି ବରିଷ୍ଠ ନେତା

ଚଣ୍ଡିଗଡ,୧୯।୪: ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବ ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ଚରଣଜିତ୍‌ ସଂ ଅଟଓ୍ବାଲା ବୁଧବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା...

ଅରବିନ୍ଦ ବୀର୍‌ମାନି ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ

ନୂଆଦିଲ୍ଲୀ,୧୭।୧୧(ପି.ଟି.): ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ବୀର୍‌ମାନିଙ୍କୁ ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ କରାଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବୀର୍‌ମାନି ୨୦୦୭ରୁ...

ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: କେରଳରେ ୫ ନୂଆ ରୋଗୀ

ନୂଆଦିଲ୍ଲୀ,୮।୩: ଭାରତରେ ବଢିବାରେ ଲାଗିଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା। ରବିବାର କେରଳରେ ୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସାରା...

ସ୍ବାସ୍ଥ୍ୟସେବା ଲାଗି ୬୯ ହଜାର କୋଟି

ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ସ୍ବାସ୍ଥ୍ୟସେବାର ବିକାଶ ଲାଗି ମୋଟ ୬୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ପ୍ରଧାନମନ୍ତ୍ରୀ...

ଚାଇନାରେ କରୋନା ଚିନ୍ତା ଜନକ, ଭାରତ ପାଇଁ ଭୟର କାରଣ ନାହିଁ: ପୁନାଓ୍ବାଲା…

ନୂଆଦିଲ୍ଲୀ,୨୧।୧୨ : ଚାଇନାରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଆଦର ପୁନାୱାଲା ବୁଧବାର କହିଛନ୍ତି...

ବଢିବ ଲକ୍‌ଡାଉନ ଅବଧି !

ନୂଆଦିଲ୍ଲୀ,୨୬।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ଲକ୍‌ଡାଉନ ପାଳନ କରାଯାଉଥିବା ବେଳେ ଅନ୍ୟପଟେ କିନ୍ତୁ ସଂକ୍ରମଣ କମିବାର ନାଁ ନେଉନାହିଁ। ଏବେ...

ଆସିଲା ଖୁସି ଖବର, କୋଭାକ୍ସିନ୍‌ କରୋନାକୁ କରିବ ପରାସ୍ତ…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଥମୁଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଦେଶରେ...

Advertisement
Archives

Model This Week