ବ୍ରହ୍ମପୁର ଅଫିସ,୧୦ା୧୨-ସଡକ ଦୁର୍ଘଟଣା ମୃତ୍ୟୁସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟ ନେଇ ସରକାର ଟ୍ରାଫିକ ନିୟମ ସଂଶୋଧନ କରିଥିଲେ। ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ସାରା ଭାରତ ବର୍ଷରେ ଲାଗୁ ହୋଇଥିଲା। ଓଡ଼ିଶାରେ ଏହି ନିୟମ ଲାଗୁ ବେଳେ ପୋଲିସ ଓ ଗାଡି ଚାଳକଙ୍କ ମଧ୍ୟରେ ଅନେକ ସ୍ଥାନରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଗାଡି ଚାଳକମାନେ ସେମାନଙ୍କ ଇନ୍ସ୍ୟୁରାନ୍ସ, ଫିଟନେସ୍, ପ୍ରଦୂଷଣ ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସରକାର ୩ ମାସ ଅର୍ଥାତ ନଭେମ୍ବର ପର୍ଯ୍ୟନ୍ତ ସମୟ ଦେଇଥିଲେ। ଡିସେମ୍ବର ୧ ପୂର୍ବରୁ ପୁଣିଥରେ ସରକାର ୩ ମାସ ସମୟ ଦେଇଛନ୍ତି। ଅନ୍ୟପଟେ ଡିସେମ୍ବର ୧ ରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି। ବିନା ହେଲମେଟ, ୩ ଜଣ ବସି ଯାଉଥିବା ଚାଳକ, ଭୁଲ ସ୍ଥାନରେ ପାର୍କିଂ ଓ ନିଶାସକ୍ତ ଚାଳକଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି। ବ୍ରହ୍ମପୁର ସହରରେ ଟ୍ରାଫିକ ନିୟମ ନ ମାନି ଗାଡି ଚଳାଉଥିବା ୫୫୨ ଜଣ ଚାଳକଙ୍କ ଉପରେ ଜରିମାନା ଧାର୍ଯ୍ୟ କରିଛି। ଡିସେମ୍ବର ୧ ରୁ ୮ ତାରିଖ ମଧ୍ୟରେ ୫ ଲକ୍ଷ ୫୫ ହଜାର ଟଙ୍କାର ଇ-ଚାଲାଣ ୫୫୨ ଜଣ ଚାଳକଙ୍କ ନିକଟକୁ ପଠାଯାଇଥବା ଟ୍ରାଫିକ ଡ଼ିଏସ୍ପି ସାର୍ଥକ ରାୟ ସୂଚନା ଦେଇଛନ୍ତି। ଏହା ସହିତ ମୋବାଇଲ ଫୋନରେ କଥା ହୋଇ ଗାଡି ଚଳାଉଥିବା ୧୪ ଜଣ ଚାଳକଙ୍କ ଡ୍ରାଇଭିଂ ଲାଇସେନ ସସ୍ପେନ୍ସନ (କାର୍ଯ୍ୟଚ୍ୟୁତ) ପାଇଁ ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ସେହିପରି ଏହି ୮ ଦିନ ମଧ୍ୟରେ ୧୨ ଜଣ ନିଶାସକ୍ତ ଗାଡି ଚାଳକଙ୍କୁ ଟ୍ରାଫିକ ପୋଲିସ ଧରି କୋର୍ଟ ଚାଲାଣ କରିଛି। ଡିସେମ୍ବର ୧ ରେ ୯୮ ଜଣ ବିନା ହେଲମେଟରେ ଗାଡି ଚଳାଉଥିବା ଏବଂ ୩ ଜଣିଆ ଯାଉଥିବା ଅଭିଯୋଗରେ ୧୦୧ ବାଇକ୍ ଚାଳକଙ୍କୁ ୧ ଲକ୍ଷ ୧ ହଜାର ଟଙ୍କା ଜରିମାନା ବାବଦକୁ ଇ-ଚାଲାଣ ପଠାଯାଇଥିଲା। ସେହିପରି ୨ ତାରିଖରେ ୭୨ ଜଣ ବିନା ହେଲମେଟରେ ଗାଡି ଚଳାଉଥିବା ଅଭିଯୋଗରେ ୭୨ ହଜାର ଟଙ୍କା, ୩ରେ ୭୭ ଜଣ ବିନା ହେଲମେଟ ଓ ଟ୍ରିପଲ ରାଇଡିଂ କରୁଥିବା ଅଭିଯୋଗରେ ୩ଜଣ ମୋଟ ୭୮ ଚାଳକଙ୍କଠାରୁ ୭୯ ହଜାର ଟଙ୍କା, ୪ ତାରିଖରେ ୬୫ ଜଣ ବିନା ହେଲମେଟ, ଟ୍ରିପଲ ରାଇଡିଂରେ ୨ ଜଣ ଓ ରଙ୍ଗ୍ ପାର୍କିଂ ଅଭିଯୋଗରେ ୩ ଜଣଙ୍କୁ ଏହିପରି ମୋଟ ୭୦ ଜଣଙ୍କଠାରୁ ୭୦ ହଜାର ଟଙ୍କା, ୫ରେ ୮୦ ଜଣ ବିନା ହେଲମେଟ ବାଇକ୍ ଚାଳକ ଓ ଟ୍ରିପଲ ରାଇଡିଂରେ ଜଣେ ଚାଳକ ୮୧ଜଣକଠାରୁ ୮୧ ହଜାର ଟଙ୍କା, ୬ରେ ୩୨ ଜଣ ବିନା ହେଲମେଟ ଚାଳକଙ୍କୁ ୩୨ ହଜାର ଟଙ୍କା, ୭ରେ ୭୧ ଜଣ ବିନା ହେଲମେଟଧାରୀ, ଜଣେ ଟ୍ରାଫିକ ନିୟମ ଭାଙ୍ଗି ନୋ ଏଣ୍ଟ୍ରିରେ ପ୍ରବେଶ କରିବା ଓ ଟ୍ରିପଲ ରାଇଡିଂରେ ଏହିପରି ମୋଟ ୭୩ଜଣକଠାରୁ ୭୫ ହଜାର ଟଙ୍କା ଓ ୮ତାରିଖରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ୪୫ ଜଣ ଚାଳକଙ୍କୁ ୪୫ ହଜାର ଟଙ୍କାର ଇ-ଚାଲାଣ ପଠାଯାଇଥିବା ଟ୍ରାଫିକ ପୋଲିସ ସୂଚନା ଦେଇଛି।

ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ ସଫଳ
ବାଲେଶ୍ୱର ଅଫିସ,୨୩ା୭: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଆଇଟିଆର୍ ପରିସରରେ ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର...

ଭୁବନେଶ୍ୱରରେ ହେବ ଆଉ ଏକ ଫୁଟ୍ ଓଭର ବ୍ରିଜ
ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ଏକ ଫୁଟ୍ ଓଭର ବ୍ରିଜ। ୧୬ ନମ୍ବର ଜାତୀୟ ରାଜପଥର ସହିଦନଗର-ସତ୍ସଙ୍ଗ ବିହାର ମଧ୍ୟରେ ତିଆରି ହେବ...

ଚଳିତବର୍ଷ ହେବ ନାହିଁ ବୋଲ୍ବମ୍ ଯାତ୍ରା
ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନା ତା’ର କାୟା ବିସ୍ତାର କରିଥିବା ବେଳେ ଏହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ...

ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେବ ୬ ବିଭାଗ
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ପୋଲିସ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ହାତକୁ ନିଆଯିବା ପରେ ଅନେକ ସୁଫଳ ମିଳିଛି। ତେଣୁ ସରକାର ନିୟମିତ ବ୍ୟବଧାନରେ...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକଲା ଏବିଭିପି
ବ୍ରହ୍ମପୁର ଅଫିସ, ୨୭ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସ ଭୁଶୁଡ଼ିବା ଘଟଣାର ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପରେ ବି ତଦନ୍ତ ନେଇ କୌଣସି କମିଟି ଗଠନ...

ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗରରେ ହେବ ଭୋଟ ଗଣତି
ଛତ୍ରପୁର,୧୫ା୫(ଡି.ଏନ.ଏ)-ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିା ଜିଲାର ବ୍ରହ୍ମପୁର, ଛତ୍ରପୁର ଓ...

ସ୍ବାଗତ କେନ୍ଦ୍ରରେ ସଂକ୍ରମଣ ଭୟ
ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନାର ତାଉ ଓ ଭୋକର ଦାଉରୁ ବଞ୍ଚତ୍ବା ପାଇଁ ଏବେ ବାହାର ରାଜ୍ୟରୁ ଲକ୍ଷଲକ୍ଷ ପ୍ରବାସୀ ନିଜ ରାଜ୍ୟକୁ ଫେରୁଛନ୍ତି। ଟ୍ରେନ୍, ବସ୍, ସାଇକେଲ...

ଜଳ ନଷ୍ଟକଲେ ୫ ବର୍ଷ ଜେଲ
ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଦିନକୁ ଦିନ ଜଳର ଅପବ୍ୟବହାର ଏବଂ ଅଯଥା ଅପଚୟ ବଢ଼ିଚାଲିିଛି। ବର୍ଷା ଅଭାବରୁ ଦେଶ ତଥା ରାଜ୍ୟର ଅନେକ ଭାଗରେ ପାନୀୟ ଜଳ ସଙ୍କଟ...