୮ ଦିନରେ ୫୫୨ ଚାଳକଙ୍କୁ ୫.୫୫ ଲକ୍ଷ ଟଙ୍କାର ଚାଲାଣ

ବ୍ରହ୍ମପୁର ଅଫିସ,୧୦ା୧୨-ସଡକ ଦୁର୍ଘଟଣା ମୃତ୍ୟୁସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟ ନେଇ ସରକାର ଟ୍ରାଫିକ ନିୟମ ସଂଶୋଧନ କରିଥିଲେ। ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ସାରା ଭାରତ ବର୍ଷରେ ଲାଗୁ ହୋଇଥିଲା। ଓଡ଼ିଶାରେ ଏହି ନିୟମ ଲାଗୁ ବେଳେ ପୋଲିସ ଓ ଗାଡି ଚାଳକଙ୍କ ମଧ୍ୟରେ ଅନେକ ସ୍ଥାନରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଗାଡି ଚାଳକମାନେ ସେମାନଙ୍କ ଇନ୍‌ସ୍ୟୁରାନ୍ସ, ଫିଟନେସ୍‌, ପ୍ରଦୂଷଣ ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସରକାର ୩ ମାସ ଅର୍ଥାତ ନଭେମ୍ବର ପର୍ଯ୍ୟନ୍ତ ସମୟ ଦେଇଥିଲେ। ଡିସେମ୍ବର ୧ ପୂର୍ବରୁ ପୁଣିଥରେ ସରକାର ୩ ମାସ ସମୟ ଦେଇଛନ୍ତି। ଅନ୍ୟପଟେ ଡିସେମ୍ବର ୧ ରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି। ବିନା ହେଲମେଟ, ୩ ଜଣ ବସି ଯାଉଥିବା ଚାଳକ, ଭୁଲ ସ୍ଥାନରେ ପାର୍କିଂ ଓ ନିଶାସକ୍ତ ଚାଳକଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି। ବ୍ରହ୍ମପୁର ସହରରେ ଟ୍ରାଫିକ ନିୟମ ନ ମାନି ଗାଡି ଚଳାଉଥିବା ୫୫୨ ଜଣ ଚାଳକଙ୍କ ଉପରେ ଜରିମାନା ଧାର୍ଯ୍ୟ କରିଛି। ଡିସେମ୍ବର ୧ ରୁ ୮ ତାରିଖ ମଧ୍ୟରେ ୫ ଲକ୍ଷ ୫୫ ହଜାର ଟଙ୍କାର ଇ-ଚାଲାଣ ୫୫୨ ଜଣ ଚାଳକଙ୍କ ନିକଟକୁ ପଠାଯାଇଥବା ଟ୍ରାଫିକ ଡ଼ିଏସ୍‌ପି ସାର୍ଥକ ରାୟ ସୂଚନା ଦେଇଛନ୍ତି। ଏହା ସହିତ ମୋବାଇଲ ଫୋନରେ କଥା ହୋଇ ଗାଡି ଚଳାଉଥିବା ୧୪ ଜଣ ଚାଳକଙ୍କ ଡ୍ରାଇଭିଂ ଲାଇସେନ ସସ୍‌ପେନ୍‌ସନ (କାର୍ଯ୍ୟଚ୍ୟୁତ) ପାଇଁ ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ସେହିପରି ଏହି ୮ ଦିନ ମଧ୍ୟରେ ୧୨ ଜଣ ନିଶାସକ୍ତ ଗାଡି ଚାଳକଙ୍କୁ ଟ୍ରାଫିକ ପୋଲିସ ଧରି କୋର୍ଟ ଚାଲାଣ କରିଛି। ଡିସେମ୍ବର ୧ ରେ ୯୮ ଜଣ ବିନା ହେଲମେଟରେ ଗାଡି ଚଳାଉଥିବା ଏବଂ ୩ ଜଣିଆ ଯାଉଥିବା ଅଭିଯୋଗରେ ୧୦୧ ବାଇକ୍‌ ଚାଳକଙ୍କୁ ୧ ଲକ୍ଷ ୧ ହଜାର ଟଙ୍କା ଜରିମାନା ବାବଦକୁ ଇ-ଚାଲାଣ ପଠାଯାଇଥିଲା। ସେହିପରି ୨ ତାରିଖରେ ୭୨ ଜଣ ବିନା ହେଲମେଟରେ ଗାଡି ଚଳାଉଥିବା ଅଭିଯୋଗରେ ୭୨ ହଜାର ଟଙ୍କା, ୩ରେ ୭୭ ଜଣ ବିନା ହେଲମେଟ ଓ ଟ୍ରିପଲ ରାଇଡିଂ କରୁଥିବା ଅଭିଯୋଗରେ ୩ଜଣ ମୋଟ ୭୮ ଚାଳକଙ୍କଠାରୁ ୭୯ ହଜାର ଟଙ୍କା, ୪ ତାରିଖରେ ୬୫ ଜଣ ବିନା ହେଲମେଟ, ଟ୍ରିପଲ ରାଇଡିଂରେ ୨ ଜଣ ଓ ରଙ୍ଗ୍‌ ପାର୍କିଂ ଅଭିଯୋଗରେ ୩ ଜଣଙ୍କୁ ଏହିପରି ମୋଟ ୭୦ ଜଣଙ୍କଠାରୁ ୭୦ ହଜାର ଟଙ୍କା, ୫ରେ ୮୦ ଜଣ ବିନା ହେଲମେଟ ବାଇକ୍‌ ଚାଳକ ଓ ଟ୍ରିପଲ ରାଇଡିଂରେ ଜଣେ ଚାଳକ ୮୧ଜଣକଠାରୁ ୮୧ ହଜାର ଟଙ୍କା, ୬ରେ ୩୨ ଜଣ ବିନା ହେଲମେଟ ଚାଳକଙ୍କୁ ୩୨ ହଜାର ଟଙ୍କା, ୭ରେ ୭୧ ଜଣ ବିନା ହେଲମେଟଧାରୀ, ଜଣେ ଟ୍ରାଫିକ ନିୟମ ଭାଙ୍ଗି ନୋ ଏଣ୍ଟ୍ରିରେ ପ୍ରବେଶ କରିବା ଓ ଟ୍ରିପଲ ରାଇଡିଂରେ ଏହିପରି ମୋଟ ୭୩ଜଣକଠାରୁ ୭୫ ହଜାର ଟଙ୍କା ଓ ୮ତାରିଖରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ୪୫ ଜଣ ଚାଳକଙ୍କୁ ୪୫ ହଜାର ଟଙ୍କାର ଇ-ଚାଲାଣ ପଠାଯାଇଥିବା ଟ୍ରାଫିକ ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?