୮ ଓ୍ବେଷ୍ଟହାମ୍‌ ଖେଳାଳିଙ୍କ ନିକଟରେ କରୋନା ଲକ୍ଷଣ

ଲଣ୍ଡନ,୨୮ା୩ (ଏଏଫ୍‌ପି): କରୋନା ଭାଇରସ୍‌ ଲକ୍ଷଣ ଦେଖାଦେବାରୁ ଓ୍ବେଷ୍ଟହାମ୍‌ର ୮ଖେଳାଳି ପୃଥକ୍‌ ବାସରେ ରହିଛନ୍ତି। ଫୁଟ୍‌ବଲ କ୍ଲବର ଭାଇସ୍‌ ଚେୟାରଓମ୍ୟାନ କାରେନ ବ୍ରାଡି ସୂଚନା ଦେଇଛନ୍ତି। ମହାମାରୀର ଶିକାର ହେବାରେ ଓ୍ବେଷ୍ଟହାମ୍‌ ହେଉଛି ସଦ୍ୟତମ ପ୍ରିମିୟର ଲିଗ୍‌ କ୍ଲବ। ଆର୍ସେନାଲ ମ୍ୟାନେଜର ମିକେଲ ଆର୍ଟେଟା, ଚେଲ୍‌ସି ଓ୍ବିଙ୍ଗର କାଲମ ହଡ୍‌ସନ ଓଡୋଇ ଉଭୟେ ବର୍ତ୍ତମାନ ସୁସ୍ଥ ହୋଇ ଫେରିଥିବାବେଳେ ଭାଇରସ ପାଇଁ ହୋଇଥିବା ଟେଷ୍ଟରେ ଲିସେଷ୍ଟର କ୍ଲବର ବହୁ ଖେଳାଳିଙ୍କ ପଜିଟିଭ ଆସିଛି। ବ୍ରାଡି କହିଛନ୍ତି ତାଙ୍କ ଖେଳାଳିଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ସେମାନେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା। ଓ୍ବେଷ୍ଟହାମ୍‌ ଖେଳାଳିମାନେ ବର୍ତ୍ତମାନ ନିଜ ଘରେ ରହି ଟ୍ରେନିଂ ନେଉଛନ୍ତି। ବ୍ରିଟେନ୍‌ରେ ଏପ୍ରିଲ ୧୩ରେ ଲକ୍‌ଡାଉନ୍‌ ଉଠିଲେ କ୍ଲବ ନିଜ ପଡ଼ିଆରେ ଏହାର ନିୟମିତ ଅଭ୍ୟାସ ସେସନ ଆରମ୍ଭ କରିବ। ବର୍ତ୍ତମାନ ପରିସ୍ଥିତିରେ ପ୍ରିମିୟର ଲିଗ୍‌ ସିଜନକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସସ୍‌ପେଣ୍ଡ ରଖାଯାଇଛି। ଘରୋଇ ସିଜନ ଆରମ୍ଭ ନେଇ ବ୍ରାଡି ଆଶାବାଦୀ ଏପରିକି ମ୍ୟାଚଗୁଡ଼ିକ ଯଦି ରୁଦ୍ଧଦ୍ୱାରରେ ଖେଳାଯାଏ ତେବେ ଜୁଲାଇ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଦାପି ଭୁଲି ହେବ ନାହିଁ ନୀରଜଙ୍କ ସଫଳତା’

ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଐତିହାସିକ ସ୍ବର୍ଣ୍ଣ ପଦକ ଅର୍ଜନ କରି ଇତିହାସ ସୃଷ୍ଟ କରିଛନ୍ତି। ଏଭଳି ସଫଳତା ପରେ ତାଙ୍କ...

୨୪ ଘଣ୍ଟାରେ ଗଲା ୮ ଜୀବନ: ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩୦ା୩(ପି.ଟି.): ଲକ୍‌ଡାଉନ ସତ୍ତ୍ୱେ ଦିନକୁ ଦିନ ଅଧିକ ଭୟଙ୍କର ହେଉଛି କରୋନା। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କ ଜୀବନ ନେଲାଣି ଏହି...

ଓ୍ବିଲିୟମ୍ସ ଦକ୍ଷିଣ ଆଫ୍ରିକା କ୍ରିକେଟର କାମଚଳା ସଭାପତି

ଜୋହାନ୍ସବର୍ଗ, ୧୯ା୮ (ପି.ଟି.)-ବେରେସ୍‌ଫୋର୍ଡ ଓ୍ବିଲିୟମ୍ସ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର କାମଚଳା ସଭାପତି ଭାବେ ମନୋନୀତ ହୋଇଥିବାବେଳେ କାମଚଳା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍ସ ଫାଉଲ୍‌...

ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍‌ ପ୍ରବୀଣ ଆମ୍ରେ

ନୂଆଦିଲ୍ଲୀ,୬।୧- ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ ଆମ୍ରେ ସହାୟକ କୋଚ୍‌ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହୋଇଛନ୍ତି। ଆଗାମୀ ଦୁଇ ଆଇପିଏଲ ସିଜନ ପାଇଁ...

ସ୍ଥିତି ଅଣାୟତ୍ତ, ସଂକ୍ରମଣ ଉପର ମୁହାଁ…

ନୂଆଦିଲ୍ଲୀ, ୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଆଇସିସି ସୁପର ଲିଗ୍‌ ଟେବୁଲ ଶୀର୍ଷରେ ଅଷ୍ଟ୍ରେଲିଆ, ଷଷ୍ଠ ସ୍ଥାନରେ ଭାରତ

ଦୁବାଇ,୩।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ସୁପର ଦିନିକିଆ ଲିଗ୍‌ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ଅଧିକାର କରିଛି। ସଦ୍ୟ...

ଲକ୍‌ଡାଉନ କଟକଣା ଉଲ୍ଲଂଘନ: ମାସ୍କ ନ ପିନ୍ଧି ୧ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର, ୧୮।୭: ଗଞ୍ଜାମ ଜିଲାରେ କରୋନା ପଜିଟିଭ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଏବେ ଜିଲାରେ ବିସ୍ଫୋରକ ସ୍ଥିତି...

୩ ମାସ ପରେ ଭାକ୍ସିନ ନେଇପାରିବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୫: ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରଶନ୍‌ (ଏନ୍‌ଇଜିଭିଏସି) ପକ୍ଷରୁ କରୋନା ଭାକ୍ସିନ ଟିକାକରଣ ନେଇ ଦିଆଯାଇଥିବା ପରାମର୍ଶ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

Advertisement
Archives

Model This Week