୭ ବର୍ଷ ପଛୁଆ ଦେଶ: ଏବେ ବି ଏଠାରେ ଚାଲିଛି ୨୦୧୨ ମସିହା

ଆଦିସ୍‌ ଆବା,୨।୩: ଏବେ ପୃଥିବୀ ସାରା ୨୦୨୦ ମସିହା ଚାଲିଛି। ତେବେ ଏପରି ଏକ ଦେଶ ରହିଛି ଯେଉଁଠି ଏବେ ବି ୨୦୧୨ ମସିହା ଚାଲିଛି। ଏହି ଦେଶ ପୃଥିବୀଠାରୁ ୭ ବର୍ଷ ୩ ମାସ ପଛୁଆ ରହିଛି। ଏପରି ଅଜବ ନିୟମ ଏବଂ ସମୟ ସୀମାରେ ପରିଚାଳିତ ହେଉଥିବା ଏହି ଦେଶଟି ହେଉଛି ଆଫ୍ରିକାର ଇଥୋପିଆ। ଏଠାରେ ବର୍ଷକ ୧୨ ମାସ ନହୋଇ ୧୩ ମାସ ହୋଇଥାଏ। ଏହା ସହିତ ୧୨ ମାସ ଏଠାରେ ୩୦ ଦିନିଆ ହୋଇଥାଏ। କିନ୍ତୁ ୧୩ ମାସଟି କେବଳ ୫ ଅବା ୬ ଦିନ ହୋଇଥାଏ। ଶେଷ ମାସଟିକୁ ସ୍ଥାନୀୟ ଭାଷାରେ ପାଗ୍ୟୁମେ କୁହାଯାଇଥାଏ। ତେଣୁ ପୃଥିବୀର କ୍ୟାଲେଣ୍ଡର ତୁଳନାରେ ଇଥୋପିଆର କ୍ୟାଲେଣ୍ଡର ସମ୍ପୂର୍ଣ୍ଣ ଅଲଗା ହୋଇ ରହିଛି। ଏଠାରେ ଲୋକେ ନୂଆବର୍ଷ ଜାନୁୟାରୀ ୧ ପରିବର୍ତ୍ତେ ସେପ୍ଟେମ୍ବର ୧୧ରେ ପାଳନ କରିଥାନ୍ତି। ଏଠାରେ ଜର୍ଜିଆନ୍‌ କ୍ୟାଲେଣ୍ଡର ୧୫୮୨ରେ ପ୍ରଚଳନ ହୋଇଥିଲା। ଏହା ପୂର୍ବରୁ ଏଠାରେ ଜୁଲିୟନ୍‌ କ୍ୟାଲେଣ୍ଡର ବ୍ୟବହାର କରାଯାଉଥିଲା। ଇଥୋପିଆର ନିଜର ସ୍ବତନ୍ତ୍ର ଲିପି ରହିଛି। ଏହାକୁ ଗିଇଜ୍‌ ଲିପି କୁହାଯାଏ। ଅପରପକ୍ଷରେ ଅନ୍ୟ ଆଫ୍ରିକା ଦେଶଗୁଡ଼ିକରେ ସାଧାରଣତଃ ରୋମାନ ଲିପିର ପ୍ରଚଳନ ହୋଇଥାଏ। ସୂଚନାଯୋଗ୍ୟ, ବିଷୁବ ରେଖାର ନିକଟବର୍ତ୍ତୀ ଏହି ଦେଶରେ ବର୍ଷ ସାରା ତାପମାତ୍ରା ହାରାହାରି ୪୧ ଡିଗ୍ରୀ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କୋଚିଂରେ ୮ଘଣ୍ଟା ଡ୍ୟୁଟି ପରେ ୫ ଘଣ୍ଟା ପାଠପଢ଼ି ସିଭିଲ୍‌ ସର୍ଭିସ୍‌ ମେନ୍‌ରେ ସଫଳତା ପାଇଲେ ବସ୍‌ କଣ୍ଡକ୍ଟର

ବେଙ୍ଗାଲୁରୁ,୨୯।୧: ଏକନିଷ୍ଠ ଭାବେ କର୍ତ୍ତବ୍ୟ କରିରେ ଶେଷରେ ସଫଳତା ହିଁ ମିଳିଥାଏ। ଏହାକୁ କାର୍ଯ୍ୟରେ କରି ବେଙ୍ଗାଲୁରୁର ଜଣେ ବସ୍‌ କଣ୍ଡକ୍ଟର ଦେଖାଇଛନ୍ତି। ସେ କଣ୍ଡକ୍ଟର...

ହାତୀ ମୃତ୍ୟୁରେ ଭାବୁକ ହେଲେ ରତନ ଟାଟା; କହିଲେ ନ୍ୟାୟ ମିଳୁ

ତିରୁଭାନନ୍ତପୁରମ,୪।୬:କେରଳରେ ଗର୍ଭିଣୀ ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଅମାନବୀୟ ବର୍ବରତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିବାବେଳେ...

ମୁହଁ ଖୋଲିଲା ଚାଇନା: ନେପାଳ ସହିତ ସମ୍ପର୍କ କାହା ବିରୋଧରେ ନୁହେଁ କ୍ଷଡ଼ଯନ୍ତ୍ର

ବେଜିଂ,୩।୧୨: ନେପାଳ ସହିତ ସମ୍ପର୍କ ନେଇ ଚାଇନା ମୁହଁ ଖୋଲିଛି। ଚାଇନା କହିଛି ଯେ, ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଦ୍ୱାରା ଅନ୍ୟ କାହା ବିରୋଧରେ ଷଡ଼ଯନ୍ତ୍ର...

ଭାଇରାଲ ହେଉଛି ତାଲିବାନ ରାଜର ପ୍ରଥମ ଫଟୋ: ଛାତ୍ରୀ ଓ ଛାତ୍ରଙ୍କ ମଝିରେ ଲାଗିଲା ପରଦା

କାବୁଲ,୬ ।୯: ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣକୁ ଆସିବା ପରେ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି...

ଚାକିରି ନୁହେଁ, ଟୁଇଟର ପାଇଁ ଚିନ୍ତା: ପରାଗ

ଓ୍ବାଶିଂଟନ୍‌, ୪ା୫: ଟେସ୍‌ଲା ମାଲିକ ଏଲନ୍‌ ମସ୍କ ଟୁଇଟର କିଣିବା ପରେ ଏହି ସାମାଜିକ ଗଣମାଧ୍ୟମର ସିଇଓ ପରାଗ ଅଗ୍ରଓ୍ବାଲ ପଦରୁ ବିଦା ହୋଇପାରନ୍ତି ବୋଲି...

ମୂଷା ପାଇଁ ଘଟିଲା ଅଗ୍ନିକାଣ୍ଡ: ଜଳିଗଲା କୋଟିଏ ଟଙ୍କାର ସମ୍ପତ୍ତି

ମୂଷା ଦ୍ୱାରା କ୍ଷତି ହେବା ସାଧାରଣ କଥା। ସେଥିପାଇଁ ମୂଷାକୁ ଧରିବା ପାଇଁ ଲୋକେ ଯନ୍ତା ବସାଇଥାନ୍ତି। କିନ୍ତୁ ନିକଟରେ ଗୋଟିଏ ମୂଷା ଏଭଳି ବଡ଼...

ରୋଜଗାର ପାଇଁ ଏମିତି ଅଭିନବ ଉପାୟ ପାଞ୍ଚିଲେ ରିକ୍ସା ଚାଳକ

ଆରା, ୨୭।୭: ସମଗ୍ର ବିଶ୍ୱରେ କରୋନା ଭୟଙ୍କର ବିନାଶ ଘଟାଇ ଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ବିଭିନ୍ନ ସ୍ଥାନରେ...

ହ୍ୟାଣ୍ଡ ସିମ୍ବଲ ; କିଛି କଥା

ଆଙ୍ଗୁଠିରେ କେତେକ ମୁଦ୍ରାକୁ ଆମେ ବର୍ତ୍ତମାନ ବିଭିନ୍ନ ସିମ୍ବଲ ଭାବେ ବ୍ୟବହାର କରୁଛେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏସବୁ ଏବେର ନୁହେଁ...

Advertisement
Archives

Model This Week