୭୦ ହଜାର କୋଟିର ଦାବିଦାର ନାହାନ୍ତି

ନୂଆଦିଲ୍ଲୀ,୨୭-୪: ଜାଣି ଚକିତ ହେବେ ଯେ, ଦେଶର ବିଭିନ୍ନ ଆର୍ଥିକ ସଂସ୍ଥାରେ ପଡିରହିଛି ୭୦ ହଜାର କୋଟି ଟଙ୍କା। ଏତେ ବଡ଼ ଆକାରର ଟଙ୍କାର କେହି ଦାବିଦାର ନାହାନ୍ତି। ଶେୟାର କିଣି, ପୋଷ୍ଟ ଅଫିସ ଅଥବା ବ୍ୟାଙ୍କର ବିଭିନ୍ନ ସ୍କିମ୍‌ରେ ଜମା କରି ଅଥବା ବୀମା କିଣି ଲୋକେ ଏହାକୁ ଭୁଲି ଯାଇଥିବା ଏହାର କାରଣ ବୋଲି ଦର୍ଶାଯାଉଛି। ସେହିପରି ଅଧିକାଂଶ ଲୋକେ ଅର୍ଥ ଜମା କରିବା ଆରମ୍ଭ କରିଥିଲେ ହେଁ ପରିପକ୍ୱ ପର୍ଯ୍ୟନ୍ତ ନିବେଶ ବଜାୟ ରଖି ନ ପାରିବା ଦ୍ୱିତୀୟ କାରଣ ବୋଲି କୁହାଯାଉଛି। ସେହିପରି ଅନେକ ନିବେଶକାରୀଙ୍କ ମୃତ୍ୟୁ ହୋଇଯାଇଛି, ଅଥଚ ତାଙ୍କର ପରିବାରକୁ ଜମା ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ଭିନ୍ନ ଭିନ୍ନ କାରଣରୁ ଜମା ହୋଇଥିବା ଅର୍ଥ ପାଇଁ କେହି ଦାବିଦାର ସାମ୍ନାକୁ ଆସୁନାହାନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ବହୁ ଭାରତୀୟ ପିୟରଲେସ ଜେନେରାଲ ଫାଇନାନ୍ସ ଆଣ୍ଡ ଇନଭେଷ୍ଟମେଣ୍ଟରେ ଅର୍ଥ ରଖି ଭୁଲିଯାଇଛନ୍ତି। ୧୫ ବର୍ଷରେ ସେମାନଙ୍କ ନିବେଶ ବଢ଼ି ୧୫୧୪ କୋଟି ଟଙ୍କା ହୋଇଛି। ସେହିପରି ଶେୟାର ଓ ଲାଭାଂଶ ବାବଦରେ ଆଇଇପିଏଫ୍‌ରେ ଗତ ୭ ବର୍ଷ ମଧ୍ୟରେ ଦାବିହୀନ ୪୧୩୮ କୋଟି ଟଙ୍କା ଜମା ହୋଇରହିଛି। ଏହାଛଡ଼ା ବିଭିନ୍ନ କମ୍ପାନୀର ୨୧,୨୩୨.୧୫ କୋଟି ଟଙ୍କାର ୬୫.୦୨ କୋଟି ଶେୟାର ଜମା ହୋଇ ରହିଛି। ଅନୁରୂପ ଭାବେ ୨୪ ଜୀବନ ବୀମା କମ୍ପାନୀଙ୍କ ନିକଟରେ ଦାବିହୀନ ୧୬ ହଜାର କୋଟି ଟଙ୍କା ପଡି ରହିଛି। ଏହାର ୭୦% ଅର୍ଥାତ୍‌ ମୋଟ ୧୦,୫୦୯ କୋଟି ଟଙ୍କା କେବଳ ଏଲ୍‌ଆଇସି ନିକଟରେ ପଡିରହିଛି। ଏହାଛଡ଼ା ୨୪ ଅଣ ଜୀବନବୀମା କମ୍ପାନୀଙ୍କ ନିକଟରେ ୮୪୮ କୋଟି ଟଙ୍କା ରହିଛି। ସେହିପରି ଜୁନ, ୨୦୧୮ ସୁଦ୍ଧା ୧୯,୫୬୭ କୋଟି ଟଙ୍କା ବ୍ୟାଙ୍କରେ ଜମା ହୋଇ ପଡିରହିିଛି। ଅନୁରୂପ ଭାବେ ଦେଶର ବିଭିନ୍ନ ପୋଷ୍ଟ ଅଫିସରେ ପଡି ରହିଥିବା ୯୩୯୫ କୋଟି ଟଙ୍କାର କେହି ଦାବିଦାର ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ ଫୋରମର ପ୍ରଥମ ଇନୋଭେଶନ ହବ୍‌

ଭୁବନେଶ୍ୱର,୩।୧୨: ରିଲାଏନ୍ସ ଜିଓ ଓ ଟିଏମ୍‌ ଫୋରମର ମିଳିତ ସହଯୋଗରେ ନଭି ମୁମ୍ବାଇସ୍ଥିତ ରିଲାଏନ୍ସ କର୍ପୋରେଟ୍‌ ଆଇଟି ପାର୍କଠାରେ ଟିଏମ୍‌ ଫୋରମ୍‌ର ପ୍ରଥମ ଇନୋଭେଶନ ହବ୍‌...

ବ୍ଲିଙ୍କିଟ୍‌ ସହ ଏନ୍‌ଏସ୍‌ଡିସିର ବୁଝାମଣା

ଭୁବନେଶ୍ୱର,୩।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ବ୍ଲିଙ୍କିଟ୍‌ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଯାଇଛି। ବିଶେଷକରି ରୋଜଗାର...

ବେଦାନ୍ତ ଆଲୁମିନିୟମର ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌

ଭୁବନେଶ୍ୱର,୩।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆୟୋଜିତ ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌ ନିକଟରେ ଅନୁଷ୍ଠିତ ହୋଇଯାଇଛି।...

ଭାରତ ପାଇଁ ଖୁସି ଖବର: ବଢ଼ିଲା ବିକାଶ ହାର, ବ୍ରୋକେଜ କମ୍ପାନୀ ନୋମୁରା ରିପୋର୍ଟ ଜାରି…

ନୂଆଦିଲ୍ଲୀ,୨।୧୨ : ଭାରତୀୟ ଅର୍ଥନୀତି ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ, ଜାପାନର ବ୍ରୋକେଜ କମ୍ପାନୀ ନୋମୁରା ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ...

Dark Patterns Ban: ଅନଲାଇନରେ ଗ୍ରାହକଙ୍କୁ କରାଯାଉଛି ବିଭ୍ରାନ୍ତ, ସରକାର ଜାରି କଲେ ନିର୍ଦ୍ଦେଶାବଳୀ…

ନୂଆଦିଲ୍ଲୀ,୨।୧୨ : ଗ୍ରାହକଙ୍କ ସୁରକ୍ଷା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ସରକାର ‘ଡାର୍କ ପାଟର୍ନସ’ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କମ୍ପାନୀ କିମ୍ବା ବ୍ୟବସାୟୀମାନେ ଗ୍ରାହକଙ୍କୁ ପ୍ରତାରଣା...

ପାର୍ବଣ ଋତୁ ପରେ ମାନ୍ଦା ପଡିଲା ମଲ୍‌-ବଜାର: ପାଣିରେ ପଡିଲା ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ଜିନିଷ

ନୂଆଦିଲ୍ଲୀ,୨।୧୨: ଦେଶରେ ସରିଛି ପାର୍ବଣ ଋତୁ। ଋତୁ ସହ କ୍ରେଜ ଓ ଚାହିଦା ମଧ୍ୟ କମିଛି। ଏହାର ସିଧାସଳଖ ପ୍ରଭାବ ଦେଖାଦେଇଛି ବଡ ବଡ ଦୋକାନ...

ସୋସିଆଲ ମିଡିଆ ବ୍ୟବହାର କଲେ ଏବେ ପିଲାଙ୍କୁ ବି ଦେବାକୁ ପଡିବ ଟ୍ୟାକ୍ସ, ରହିଛି ଏହି ନିୟମ

ନୂଆଦିଲ୍ଲୀ,୨।୧୨: ବର୍ତ୍ତମାନ ଏପରି ଏକ ସମୟ ଆସିଛି ଯେଉଁଥିରେ ଟଙ୍କା ରୋଜଗାର କରିବା ଚାକିରି ଆବଶ୍ୟକ ହେଉନାହିଁ। ଅନେକ ଗୁଡିଏ ଉତ୍ସ ରହିଛି। କେବଳ ଯୁବପିଢି...

ନଭେମ୍ବରରେ ୧.୬୮ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୧୨, (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୮ମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri