୬୩ନଂ. ବୁଥ୍‌ରେ ସାନି ମତଦାନ: ୯୯୬ରୁ ୫୩୯ଜଣ ଦେଲେ ଭୋଟ

ବ୍ରହ୍ମପୁର ଅଫିସ୍‌,୧୯ା୪-ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୬୩ନମ୍ବର ବୁଥ୍‌ରେ ଗୁରୁବାର ସାନି ମତଦାନ ଅନୁଷ୍ଠିତ ହୋଇଯାଇଛି। ସିଟି ହାଇସ୍କୁଲସ୍ଥିତ ବୁଥ୍‌ରେ ମତଦାନ ଗ୍ରହଣ କରାଯାଇଥିଲା। ଏହି ବୁଥ୍‌ରେ ମୋଟ ୯୯୬ଜଣ ଭୋଟର୍‌ ଅଛନ୍ତି । ସେଥିରୁ ୫୩୯ଜଣ ଭୋଟ୍‌ ଦେଇଛନ୍ତି। ସେଥିରେ ୨୭୮ ପୁରୁଷ ଥିବା ବେଳେ ୨୬୧ ହେଉଛନ୍ତି ମହିଳା। ମତଦାନ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଏବଂ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବା ସହ ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିଲା। ଗତ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍‌ଗ୍ରହଣ କରାଯାଇଥିଲା। ଏହି ବୁଥ୍‌ରେ ୬୧୧ଜଣ ଭୋଟ୍‌ ଦେଇଥିବା ନେଇ ନାମ ପଞ୍ଜୀକୃତ ହୋଇଥିଲା। କିନ୍ତୁ ଇଭିଏମ୍‌ରେ ୬୩୨ ଭୋଟ୍‌ ପଡ଼ିଥିଲା। ଫଳରେ ଏହି ବୁଥ୍‌ରେ ସାନି ମତଦାନ ପାଇଁ ରିଟର୍ଣ୍ଣିଂ ଅଫିସର ତଥା ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ ଭାରତର ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାନି ମତଦାନ ପାଇଁ ଅନୁରୋଧ କରିଥିଲେ । ଏହାକୁ ଗ୍ରହଣ କରି ୬୩ନଂ. ବୁଥ୍‌ରେ ସାନି ମତଦାନ ପାଇଁ ନିର୍ବାଚନ କମିସନଙ୍କ ତରଫରୁ ଘୋଷଣା କରାଯାଇଥିଲା। ପୂର୍ବରୁ ଭୂଲ୍‌କୁ ସୁଧାରିବା ପାଇଁ ଗୁରୁବାର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା। ପ୍ରିଜାଇଡିଂ ଏବଂ ପୋଲିଂ ଅଫିସର୍‌ମାନେ ସତର୍କତାର ସହ ମତଦାନ  କରିଥିଲେ। ପୋଲିସ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି ନିଜେ ବୁଥ୍‌ରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୩ବର୍ଷ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ, ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଦାବିପତ୍ର

ପାଟପୁର,୨୨ା୫- ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ୩ ବର୍ଷ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି। ଫଳରେ ଗ୍ରାମବାସୀ ପାଣି ପାଇଁ...

ବ୍ରହ୍ମପୁରରେ ଭୋଗି ଉତ୍ସବ: ଜମିଲା ପାରମ୍ପରିକ ଦାଣ୍ଡିଆ ନୃତ୍ୟ

ବ୍ରହ୍ମପୁର ଅଫିସ,୧୪।୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ତେଲୁଗୁ ସମ୍ପ୍ରଦାୟର ଭୋଗି ଉତ୍ସବ ମଙ୍ଗଳବାର ପାଳନ ହୋଇଛି। ଉତ୍ସବର ପ୍ରଥମ ଦିନରେ ସହରରେ ରହୁଥିବା ବହୁ...

ବାହ୍ୟଜଗତରୁ ବିଚ୍ଛିନ୍ନ କଳମଗଢ଼ିଆପାହି ଗାଁ

ବାହାନଗା, ୭ା୧୦(ଅରୂପ କୁମାର ଦାସ)-ସମୁଦ୍ର ଉପକୂଳ ଅଞ୍ଚଳରେ କିଭଳି ଦୁର୍ଗମ, ଅବହେଳିତ ଗାଁ ଗଣ୍ଡା ରହିଛି ତାହାର ଏକ ନଜିର କଳମଗଢିଆପାହି ଗାଁ। ବାଲେଶ୍ୱର ଜିଲା...

ଚତୁର୍ଥୀରେ ନବଦମ୍ପତିଙ୍କ ମୃତ୍ୟୁ

ଗୋପାଳପୁର,୧୪ା୨(ଡି.ଏନ.ଏ.):ଚାରିଦିନ ଦିନ ପୂର୍ବେ ପଡ଼ିଥିଲା ହାତଗଣ୍ଠି। ପାଦରୁ ଅଳତା ଲିଭିନି। ଘରୁ ମଧ୍ୟ ବିଦା ହୋଇନାହାନ୍ତି ବନ୍ଧୁବାନ୍ଧବ। ହେଲେ ଚତୁର୍ଥୀ ଦିନରେ ଲିଭିଗଲା ନବ ଦମ୍ପତିଙ୍କ...

ପରିବାର ସଦସ୍ୟଙ୍କ ଠାରୁ ଅଲଗା ରୁମରେ ରହୁଛନ୍ତି ଗଞ୍ଜାମ ଜିଲାପାଳ, ରକ୍ଷା କରୁଛନ୍ତି ସାମାଜିକ ଦୂରତା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲାର ଜିଲାପାଳଙ୍କ ଠାରୁ ଆରମ୍ଭକରି ସବୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ସାମିଲ ଅଛନ୍ତି।...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରେ ପଶିଥିଲେ, ବନ୍ଧା ହେଲେ ୨ ନକଲି ଆର୍ମି ଅଫିସର

ଗୋପାଳପୁର,୭ା୪(ଡି.ଏନ.ଏ.): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ଆବାସରେ ନିଜକୁ ଆର୍ମି ଅଫିସର ପରିଚୟ ଦେଇ ଜୋରଜବରଦସ୍ତି ପଶିବା ଅଭିଯୋଗରେ ଗୋପାଳପୁର ପୋଲିସ ବୁଧବାର ୨...

ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟ ଘଟଣା: ମାସକ ପରେ ବି ଲୁଟେରାଙ୍କ ମିଳୁନି ପତ୍ତା

ବ୍ରହ୍ମପୁର ଅଫିସ,୩୦ା୧୨: ବୈଦ୍ୟନାଥପୁର ଥାନା ନିକଟ କମାପଲ୍ଲି ଓଭରବ୍ରିଜରେ ନଭେମ୍ବର ୨୫ ତାରିଖରେ ଜଣେ ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟେରା ଗ୍ୟାଙ୍ଗ ତାଙ୍କ ସୁନାଚେନ, ପକେଟରୁ...

ଘରୋଇକରଣ ହେଲା ପରିମଳ ବ୍ୟବସ୍ଥା

ଭଞ୍ଜନଗର,୫।୧୧(ଡି.ଏନ.ଏ): ରାଜ୍ୟର ସମସ୍ତ ଏନ୍‌ଏସିର ପରିମଳ ବ୍ୟବସ୍ଥା ତଦାରଖ ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ା ହେଲେ ଭଞ୍ଜନଗର ଏନ୍‌ଏସରେ ସଫେଇ କର୍ମଚାରୀମାନଙ୍କ ବିରୋଧ...

Advertisement
Archives

Model This Week