୩ ଦିନ ହେଲା ଯାତାୟାତ ଠପ୍‌: ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଛେଣ୍ଡିପଦା,୧୯।୭ (ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ବରମଳିହାସାହି ଲୋକେ ଯାତାୟାତ କରୁଥିବା ରାସ୍ତାକୁ ଗ୍ରାମର କେତେଜଣ ବ୍ୟକ୍ତି ବନ୍ଦ କରିଦେଇଥିବାରୁ ୩ ଦିନ ହେଲା ଲୋକଙ୍କ ଯାତାୟାତ ଠପ୍‌ ହୋଇଯାଇଛି। ଏ ନେଇ ଗୁରୁବାର ଗ୍ରାମବାସୀ ଛେଣ୍ଡିପଦା ଥାନା, ତହସିଲଦାରଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଗ୍ରାମକୁ ଯିବାଆସିବା ପାଇଁ ଏକ ରାସ୍ତାର ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।
ଅଭିଯୋଗ ମୁତାବକ, ପୁର୍ବରୁ ଗ୍ରାମ ନିକଟରେ ପଡିଆଗୁଡିକରେ ଲୋକେ ବାହାରକୁ ଯିବାଆସିବା କରୁଥିଲେ। ଏବେ ସେହି ଜାଗାର ମାଲିକ ପିପଳବାହାଳ ଗ୍ରାମର କେତେଜଣ ଏହାକୁ କଣ୍ଟାବାଡ ଦେଇ ବନ୍ଦ କରି ଦେଇଛନ୍ତି। ଫଳରେ ଲୋକେ ଗ୍ରାମରୁ ବାହାରକୁ ଯିବା ଏକ ପ୍ରକାର ବନ୍ଦ ହୋଇଯାଇଛି। ଛାତ୍ରୀଛାତ୍ରମାନେ ସ୍କୁଲ ଯାଇପାରୁ ନ ଥିବାବେଳେ ଜରୁରୀ କାମ ବେଳେ ଲୋକେ ହଇରାଣ ହେଉଛନ୍ତି। ତୁରନ୍ତ ଏହାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ୩୧ ଯୋଡ଼ା କନ୍ୟା ବର

ଅନୁଗୋଳ ଅଫିସ୍‌, ୩୦।୧: ଅନୁଗୋଳ ଗାନ୍ଧୀମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଧବାର ସାମୂହିକ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ...

୮ ମାସ ହେଲା ଯନ୍ତ୍ରଣାରେ ପୁଅର ଜୀବନ: ଆର୍ଥିକ ସହାୟତା ପାଇଁ ମା’ଙ୍କ ନିବେଦନ

ଛେଣ୍ଡିପଦା,୧୨ା୧୦(ସ୍ବ.ପ୍ର.) – ବ୍ରେନ ଷ୍ଟ୍ରୋକ, ପରେ ଗଳା ପାରାଲିସିସ୍‌। ମେଡିକାଲ ଦୌଡି ଦୌଡି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ବି ସୁସ୍ଥ ହୋଇପାରିଲେନି। ଶେଷରେ ଅର୍ଥାଭାବରୁ...

ବ୍ରାଉନସୁଗାର ପରେ ଟାର୍ଗେଟରେ କୋଲ୍‌ ମାଫିଆ

ଅନୁଗୋଳ ଅଫିସ୍‌, ୨୬ା୧ – ଅନୁଗୋଳ ଜିଲାକୁ ଅପରାଧ ମୁକ୍ତ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ଉପାନ୍ତରୁ ସହର, ଗ୍ରାମାଞ୍ଚଳରୁ ନଗର ଯାଏ ଆପରାଧିକ...

ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ମାଡ଼ ଅଭିଯୋଗ: ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଉପସ୍ଥାନକୁ ନେଇ ବିବାଦ

ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଶୁକ୍ରବାର ଛେଣ୍ଡିପଦା...

ବ୍ୟବସାୟୀଙ୍କୁ ବଳପୂର୍ବକ ଉଠାଇଦେଲେ

ଅନୁଗୋଳ ଅଫିସ,୧୮ା୫: ଅନୁଗୋଳ ସହରର ସୌନ୍ଦର୍ଯ୍ୟକରଣ କରାଯାଇଛି। ରାସ୍ତା ପାଶର୍‌ବରେ ଆଲୋକୀକରଣ ହୋଇଛି। କିନ୍ତୁ ଏହି ସୌନ୍ଦର୍ଯ୍ୟକୁ ଉଠା ବ୍ୟବସାୟୀମାନେ ନଷ୍ଟ କରୁଛନ୍ତି। ଛତୁ, ଫଳ...

ପହଞ୍ଚୁନି ପ୍ରକଳ୍ପ ପାଣି

ବଇଣ୍ଡା,୨୭ା୪(ପରିକ୍ଷିତ ସାହୁ) ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ମାଳମାଳ ଯୋଜନା ରହିଛି। ହେଲେ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି।...

ଜଙ୍ଗଲରେ ଯୁବତୀଙ୍କ ମୃତଦେହ ପଡ଼ିବା ଘଟଣା: ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର

ମାଧପୁର,୨୪।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାନଯୋର ଜଳସେଚନ ଉପରମୁଣ୍ଡ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପଡ଼ିଥିବା ଖବର ବୁଧବାର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା।...

ଆଧିପତ୍ୟ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୭ା୩ ଅନୁଗୋଳ ସହରରେ ଭିଡ଼ ନିୟନ୍ତ୍ରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ହଟାଉଛି ପୌର ପ୍ରଶାସନ। ବିଶେଷକରି ରାସ୍ତା ପାର୍ଶ୍ୱକୁ ଜବରଦଖଲ କରି...

Advertisement
Archives

Model This Week