୩୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଝାରସୁଗୁଡ଼ା କରୋନା ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ,୩୦ା୪: ଝାରସୁଗୁଡ଼ା ଜିଲାରେ ବୁଧବାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଝାରସୁଗୁଡ଼ା ଜିଲାର ହୋଇଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟ ପୁରୁଲିଆ ଜିଲାରେ ରହୁଛନ୍ତି। ଗତ ୨୩ ତାରିଖ ସନ୍ଧ୍ୟାରେ ସେ ଝାରସୁଗୁଡ଼ାକୁ ଆସିଥିବା ବେଳେ ସେ ୩୧ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଏହି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି କ୍ୱାରାଣ୍ଟାଇନ୍‌ରେ ରଖିବା ସହିତ ସେମାନଙ୍କ ସ୍ବାବ୍‌ ପରୀକ୍ଷା କରିବା ନେଇ ଜିଲା ପ୍ରଶାସନ ପଦକ୍ଷେପ ନେଇଛି।
ସୂଚନାନୁଯାୟୀ, ଗତ ୨୨ ତାରିଖ ଅପରାହ୍ନ ୩ଟାରେ ଯୁବତୀ ଜଣକ ୩ ଜଣ ସମ୍ପର୍କୀୟଙ୍କ ସହ ଏକ ଗାଡ଼ିରେ ଡ୍ରାଇଭର ନେଇ ଝାରସୁଗୁଡ଼ା ଅଭିମୁଖେ ବାହାରିଥିଲେ। ମୟୂରଭଞ୍ଜ ଜିଲା ସୀମାରେ ଥିବା ଜାମଶୋଳାଠାରେ ନିୟୋଜିତ ସୁରକ୍ଷାକର୍ମୀ ସେମାନଙ୍କୁ ଛାଡ଼ି ନ ଥିଲେ। ପରେ ସେମାନେ ସେଠାରୁ ଫେରିଯାଇ ଜାମସେଦପୁର, ରାଞ୍ଚି, ଖୁଣ୍ଟି, ସିମଡେଗା, ବେଦବ୍ୟାସ ଦେଇ ସୁନ୍ଦରଗଡ଼ରେ ଓଡ଼ିଶା ସୀମାକୁ ପଶିଥିଲେ। ୨୩ ତାରିଖ ସନ୍ଧ୍ୟାରେ ବ୍ରଜରାଜନଗରର ବୁଢ଼ୀଜାମଠାରେ ପହଞ୍ଚିଥିଲେ। ରାସ୍ତାରେ ସେମାନେ କୌଣସି ଦୋକାନ କିମ୍ବା କାହା ସହ ସଂସ୍ପର୍ଶରେ ଆସି ନ ଥିବା ଜଣାପଡ଼ିଛି। ତେବେ ଉକ୍ତ ଯୁବତୀ ସହିତ ସଂସ୍ପର୍ଶରେ ଆସିଥିବା ୩୧ ଜଣ ସମ୍ପର୍କୀୟ ଓ ପଡ଼ୋଶୀଙ୍କୁ ପ୍ରଶାସନ ଚିହ୍ନଟ କରିଛି।
ପ୍ରକାଶ ଥାଉକି, ପଶ୍ଚିମବଙ୍ଗ ରାଜ୍ୟ ପୁରୁଲିଆ ଜିଲାର ଜଣେ ବ୍ୟକ୍ତି ବ୍ରଜରାଜନଗର ମ୍ୟୁନିସିପାଲିଟିର ବୁଢ଼ୀଜାମ ଅଞ୍ଚଳରେ ରହି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ବ୍ୟକ୍ତିଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ କରିବା ପାଇଁ ତାଙ୍କ ପରିବାରର ୪ ଜଣ ସମ୍ପର୍କୀୟ ଗତ ୨୩ ତାରିଖ ସନ୍ଧ୍ୟାରେ ଏଠାକୁ ଆସିଥିଲେ। ପରେ ୨୪ ତାରିଖରେ ଉପରୋକ୍ତ ୪ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ମୃତ ବ୍ୟକ୍ତିଙ୍କ ଭଉଣୀଙ୍କ ପଜିଟିଭ୍‌ ରିପୋର୍ଟ ଆସିଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ଗଣବଳାତ୍କାର ଘଟଣା: ଗିରଫ ୨ ମୁଖ୍ୟ ଅଭିଯୁକ୍ତ ଜେଲଗଲେ

ସୋନପୁର,୧୭।୬(ନି.ପ୍ର.): ସୁବର୍ଣ୍ଣପୁର ସହରର ଜଣେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାରେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ବିଚାରପତି...

ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ‘ମୋ ସ୍କୁଲ ଅଭିଯାନ’ ଅଧ୍ୟକ୍ଷା: ‘ପାଠପଢ଼ା ସହ ସାମାଜିକ କାର୍ଯ୍ୟରେ ବ୍ରତୀ ହୁଅ’

ବାଲେଶ୍ୱର ଅଫିସ/ସଜନାଗଡ଼, ୮।୧୧(ଡି.ଏନ.ଏ.)-‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଗୁରୁବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ରୀଛାତ୍ରମାନଙ୍କର ପାଠପଢ଼ା ସମ୍ପର୍କରେ ବୁଝିଛନ୍ତି।...

ଅଙ୍ଗନଓ୍ବାଡି କର୍ମୀଙ୍କ ନାମରେ ଉଠିଛି ଟଙ୍କା

କେନ୍ଦୁଝର, ୨୩।୪: (ସ୍ବ.ପ୍ର.) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଜଙ୍ଘିରା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅର୍ଥ ହେର୍‌ଫେର କରାଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଉନ୍ନୟନମୂଳକ କାମରେ ଆସୁଥିବା...

ବିଦ୍ୟାଳୟରେ ତାଲା ପକାଇବା ଘଟଣା: ବିଇଓ ଏବଂ ସ୍କୁଲ ପରିଚାଳନା କମିଟିର ଆଲୋଚନା; ୨୬ ଓ ୨୭ରେ ହେବ ବିଧିବଦ୍ଧ ତଦନ୍ତ

ଆନନ୍ଦପୁର,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ କୋଚିଆନେଣ୍ଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କମିଟି ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ପଟ୍ଟନାୟକଙ୍କ ବିରୋଧରେ ଗତ ଶନିବାର...

ପାରିବାରିକ କଳହ: ସାନଭାଇ ନେଲେ ବଡଭାଇଙ୍କ ଜୀବନ

ବରଗଡ଼ ଅଫିସ, ୨୭।୯: ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ଲେମଧର ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର କୈଲାସ ସାହୁ ନିଜ ବଡଭାଇ...

ଏଥର ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ ବିଜୟନ

ଥିରୁଭାନନ୍ତପୁରମ,୧୪।୮: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏଥର ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରିବେ ନାହିଁ ବୋଲି ଜଣାପଡିଛି। ତାଙ୍କ ସ୍ଥାନରେ ମନ୍ତ୍ରୀ କଡାକମପାଲ୍ଲୀ ସୁରେନ୍ଦ୍ରନ...

ନିର୍ମାଣ କାର୍ଯ୍ୟରେ ବେଆଇନ ପଥର ବ୍ୟବହାର

କେନ୍ଦୁଝର, ୨୭।୭ (ସ୍ବ.ପ୍ର.) – କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ପରିସରରେ ଓମ୍ବାଡସି ଅର୍ଥରେ ହେଉଥିବା କୋଠା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।...

ଖପ୍ରାଖୋଲରେ ବୁଲିଲା ଭ୍ରାମ୍ୟମାଣ ପରିବା ଗାଡି

ଖପ୍ରାଖୋଲ, ୨୨ା୪(ଡି.ଏନ.ଏ): ଲକ୍‌ ଡାଉନ ସମୟରେ ଲୋକେ ପଦାକୁ ବାହାରୁ ନ ଥିବାବେଳେ ଉତ୍ପାଦିତ ପନିପରିବା ଠିକରେ ବିକ୍ରି ହୋଇ ପାରୁ ନାହିଁ। ଲୋକଙ୍କୁ ପରିବା...

Advertisement
Archives

Model This Week