୨ ହୋଟେଲ ମ୍ୟାନେଜର ଗିରଫ: ତାଳସାରୀର ୨ ହୋଟେଲ ସିଲ୍‌

ଭୋଗରାଇ, ୧୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୀମାନ୍ତ ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳରେ ହୋଟେଲ ଏବଂ ଲଜ୍‌ରେ ବେଧଡ଼କ ଦେହ ବ୍ୟବସାୟ ହେଉଥିବା ଭିଡ଼ିଓ ଭାଇରାଲ ଓ ଗଣମାଧ୍ୟମରେ ପ୍ରଚାର ହେବା ପରେ ପୋଲିସ ତପତ୍ର ହୋଇପଡ଼ିଛି। ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାରୀଙ୍କ ନେତୃତ୍ୱରେ ତାଳସାରୀ ମେରାଇନ ଥାନା ଓ ଜଳେଶ୍ୱର ଥାନା ସହାୟତାରେ ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲରେ ଅଚାନକ ଚଢ଼ାଉ କରାଯାଇଛି। ହେଲେ ଦେହ ବ୍ୟବସାୟରେ ସମ୍ପୃକ୍ତ ଥିବା ଯୁବତୀ ଓ ଯୁବକଙ୍କୁ ଗିରଫ କରାଯାଇ ପାରିନାହଁି। ତାଳସାରୀ ବେଳାଭୂମି ସଂଲଗ୍ନ ହୋଟେଲ ସାଗର କନ୍ୟାର ମ୍ୟାନେଜର ନେରୁପଦ ରାଉତ (୫୬) ଓ ସାଗର ସୈକତର ମ୍ୟାନେଜର ଶେକ ସାଦାମ୍‌ (୩୨)ଙ୍କୁ ପୋଲିସ ଗିରଫ କରିଛି। ପୋଲିସ ୨ ହୋଟେଲର ମ୍ୟାନେଜରଙ୍କ ବିରୋଧରେ ପୃଥକ ମାମଲା (ନଂ. ୬୪ ଓ ୬୫/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହାସହିତ ହୋଟେଲ ସାଗର କନ୍ୟା ଓ ସାଗର ସୈକତକୁ ସିଲ୍‌ କରାଯାଇଛି।
ଉଦୟପୁର, ତାଳସାରୀ, ଚନ୍ଦନେଶ୍ୱର, ସାହାବାଜିପୁରର ବିଭିନ୍ନ ହୋଟେଲ ଓ ଲଜ୍‌ରେ ଦେହ ବ୍ୟବସାୟ ହେଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ଗତ ଜୁଲାଇ ୧୦ତାରିଖରେ ସାହାବାଜିପୁର କିଆଗଡ଼ିଆ ମଠ ସମ୍ମୁଖ ସୁଭଦ୍ରା ଗେଷ୍ଟ ହାଉସରେ ଦେହ ବ୍ୟବସାୟରେ ଲିପ୍ତ ଥିବା ୨ବଙ୍ଗୀୟ ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପୂର୍ବରୁ ସାଗର କନ୍ୟା ହୋଟେଲରୁ ୬ ଯୁବତୀଙ୍କ ସହିତ ୬ ଗ୍ରାହକଙ୍କୁ ଗିରଫ କରାଯାଇଥିଲା। ଜଳେଶ୍ୱର ଷ୍ଟେସନ ବଜାର ଏକ ହୋଟେଲରୁ ୩ଜଣ ଦେହ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଏତଦ୍‌ଭିନ୍ନ ଜଳେଶ୍ୱର ଜାତୀୟ ରାଜପଥରେ ଥିବା ହୋଟେଲ ଓ ଲଜ୍‌ ସହ ଭୋଗରାଇର ଚନ୍ଦନେଶ୍ୱର, ଲକ୍ଷ୍ମୀନାରାୟଣ ମନ୍ଦିର ଦକ୍ଷିଣ ପାର୍ଶ୍ୱ ଓ ବର୍ଡ଼ରରେ ଦେହ ବ୍ୟବସାୟ ଚାଲୁ ରହିଥିବା ଅଭିଯୋଗ ହୋଇଛି। ପୋଲିସର ଚଢ଼ାଉ ପରେ ହୋଟେଲ ମାଲିକ ସହ ମ୍ୟାନେଜରଙ୍କ କୋକୁଆ ଭୟ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri