୨ ହଜାରରୁ ଊର୍ଦ୍ଧ୍ୱ ନମୁନାର ରାପିଡ୍‌ ଟେଷ୍ଟ

ଭୁବନେଶ୍ୱର, ୨୧ା୪ବ୍ୟୁରୋ): ରାଜଧାନୀକୁ ସଂକ୍ରମଣ ମୁକ୍ତ ଲକ୍ଷ୍ୟ ନେଇ ବିଏମ୍‌ସି ପକ୍ଷରୁ ରାପିଡ୍‌ ଟେଷ୍ଟ ଚାଲିଛି। ଏହି ଅଭିଯାନର ୩ୟ ଦିନ ସୋମବାରରେ ଭୁବନେଶ୍ୱରରୁ ୨ହଜାରରୁ ଊର୍ଦ୍ଧ୍ୱ ନମୁନା ସଂଗ୍ରହ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଦକ୍ଷିଣ ପଶ୍ଚିମ ମଣ୍ଡଳରୁ ୭ଶହରୁ ଊର୍ଦ୍ଧ୍ୱ, ଉତ୍ତର ମଣ୍ଡଳରୁ ୭୮୭, ଦକ୍ଷିଣ ପୂର୍ବ ମଣ୍ଡଳର ବିଭିନ୍ନ ଶିବିରରୁ ପାଖାପାଖି ୭ଶହ ନମୁନା ସଂଗ୍ରହ ହୋଇଥିବା ବିଏମ୍‌ସି ସୂତ୍ରରୁ ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ, ସୋମବାର ବିଏମ୍‌ସି ପକ୍ଷରୁ ୧ ନଂ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଭୁବନେଶ୍ୱରରେ କାର୍ଯ୍ୟରତ ୩ଶହ ଗଣମାଧ୍ୟମ ପ୍ରତିନିଧିଙ୍କ ରାପିଡ୍‌ ଟେଷ୍ଟ କରାଯାଇଥିଲା। ପର୍ଯ୍ୟାପ୍ତ ଟେଷ୍ଟିଂ କିଟ୍‌ର ଅଭାବ ଏବଂ ସାମାଜିକ ଦୂରତା ଉଲ୍ଲଂଘନ କାରଣରୁ ଅନେକ ଗଣମାଧ୍ୟମ ପ୍ରତିନିଧି ଉକ୍ତ ଶିବିରରେ ଟେଷ୍ଟ କରିବାର ସୁଯୋଗ ପାଇନଥିଲେ। ଅଧିକାଂଶ ଗଣମାଧ୍ୟମ ପ୍ରତିନିଧି ବିଏମ୍‌ସିର ଏହି କାର୍ଯ୍ୟ ବ୍ୟବସ୍ଥା ଉପରେ କ୍ଷୋଭ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାର ରାଜ୍ୟରୁ ଫେରିବେ ୪୩ ହଜାର ଲୋକ

ଜଗତ୍‌ସିଂହପୁର ଅଫିସ,୨୯ା୪: ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ବିଭିନ୍ନ ଜିଲା ଲୋକ ବାହାର ରାଜ୍ୟରେ ଫସି ରହିଛନ୍ତି। ଏବେ ରାଜ୍ୟ ସରକାର ସେମାନଙ୍କୁ ଆଣିବା ପାଇଁ ପଦକ୍ଷେପ...

ସ୍ବାଧୀନତା ଦିବସ ସୁରକ୍ଷାକୁ ନେଇ ଡିଜିପିଙ୍କ ସମୀକ୍ଷା: ମାଓବାଦୀପ୍ରବଣ ଅଞ୍ଚଳରେ ସଜାଗ ରହିବାକୁ ନିର୍ଦ୍ଦେଶ

କଟକ ଅଫିସ, ୧୪।୮: ଆଗାମୀ ସ୍ବାଧୀନତା ଦିବସରେ କୌଣସି ଅପ୍ରୀତିକର ପରିସ୍ଥିତି ଓ ଆତଙ୍କବାଦୀ ଆକ୍ରମଣ ଏଡ଼ାଇବା ଲାଗି ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା...

ଆରମ୍ଭ ହେଲା ରଥଟଣା: ଆଗରେ ବଡ଼ ଭାଇ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା; ଗହଳି ଲଗାଇ ଆସିବେ କଳାଠାକୁର

ପୁରୀ ଅଫିସ,୪।୭: ରଥରେ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବା ପରେ ଆରମ୍ଭ ହୋଇଛି ରଥ ଟଣା। ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ ୨ଟା ୧୫ ମିନିଟ୍‌ରୁ...

୫୦ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି ଅଭିଯୋଗ

ଭୁବନେଶ୍ୱର,୩ା୯(ବ୍ୟୁରୋ):ଜନ୍ମପୂର୍ବରୁ ମା’ର ଗର୍ଭ ନଷ୍ଟ କରିବାକୁ ଚାହୁଁଥିଲେ ବାପା। ହେଲେ ଜନ୍ମ ପରେ ଶିଶୁପୁତ୍ରଙ୍କୁ ଅନ୍ୟଜଣଙ୍କୁ ୫୦ହଜାର ଟଙ୍କାରେ ବିକ୍ରି କରିଦେଲେ। ଗତ କିଛିମାସ ତଳେ...

୧୭ ଗ୍ରାମ୍‌ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୫ା୬: ଖୋର୍ଦ୍ଧା ଅବକାରୀ ବିଭାଗ କର୍ମଚାରୀ ଗୁରୁଜଙ୍ଗ ଦେୱାନସାହି ଉପରେ ମଙ୍ଗଳବାର ପୂର୍ବାହ୍ନରେ ଚଢ଼ାଉକରି ୧୭ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏହି କାରବାରରେ...

୨ ସପ୍ତାହରେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଚରମ ସୀମା ଛୁଇଁବ: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବହୁ...

ଅସରାଏ ବର୍ଷାରେ ସହରାଞ୍ଚଳ ରାସ୍ତାରେ ବନ୍ୟା

କଟକ ରୋଡ,୧୯।୭(ଡି.ଏନ୍‌.ଏ.) :ରାଜଧାନୀରେ ଅସରାଏ ବର୍ଷାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେଉଛି। ସ୍ମାର୍ଟ ସିଟି ଘୋଷଣା ହେବା ସତ୍ତ୍ୱେ କେତେକ ସ୍ଥାନରେ ସୃଷ୍ଟି ହେଉଥିବା ଏଭଳି...

୭ ନଂ ଜୋନ୍‌ର ଜିଲା ପରିଷଦ ସଭ୍ୟଙ୍କ ପରଲୋକ

କଟକସଦର,୧ା୭(ଡି.ଏନ୍‌.ଏ.): କଟକ ଜିଲା ପରିଷଦ ୭ ନଂ ଜୋନ୍‌ର ସଭ୍ୟ ତଥା କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ ଯଶପଡ଼ା ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାମଲ(୫୫)ଙ୍କ...

Coronavirus Update


Archives

Model This Week

Why Dharitri