୨ ସାଧୁଙ୍କ ସମେତ ୩ ଜଣଙ୍କୁ ପିଟି ହତ୍ୟା

ମୁମ୍ବାଇ,୨୧ା୪: ମହାରାଷ୍ଟ୍ରର ପାଲ୍‌ଘର ଅଞ୍ଚଳରେ ଦୁଇଜଣ ସାଧୁ ଓ ସେମାନଙ୍କ ଡ୍ରାଇଭରକୁ କେତେକ ଲୋକ ପିଟି ମାରିଦେବା ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ୫ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଶତାଧିକଙ୍କୁ ଗିରଫ କରାଯାଇଥିବାବେଳେ କର୍ତ୍ତବ୍ୟରେ ଅବହେଳା ପାଇଁ ଦୁଇଜଣ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସିଆଇଡି କ୍ରାଇମ୍‌ର ଏଡିଜି ଅତୁଲଚନ୍ଦ୍ର କୁଲ୍‌କର୍ନିଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଏହି ଭିଡ଼ହିଂସା ସହ ସାମ୍ପ୍ରଦାୟିକତାର ସମ୍ପର୍କ ନ ଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଏହାକୁ ଯେଉଁମାନେ ସାମ୍ପ୍ରଦାୟିକତାର ରଙ୍ଗ ଦେଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ଧବ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଅନୁରୋଧ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଉଦ୍ଧବଙ୍କ ସହ କଥା ହୋଇ ଭିଡ଼ହିଂସାର ତଦନ୍ତ କରିବାକୁ କହିଥିଲେ।
ସ୍ବାମୀ କଳ୍ପବୃକ୍ଷ ଗିରି, ସ୍ବାମୀ ସୁଶୀଲ ଗିରି ଓ ସେମାନଙ୍କ ଡ୍ରାଇଭର ନିଲେଶ ତେଲଗାଡେ ମୁମ୍ବାଇର କାଣ୍ଡିଭାଲିରୁ ଗୁଜରାଟ ଯାଉଥିବାବେଳେ ପାଲ୍‌ଘର ଜିଲାର ଗଡଚିଞ୍ଚଲେ୍‌ଠାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଚୋର ସନ୍ଦେହ କରି ପିଟି ମାରିଦେଇଥିଲେ। ୧୭ ତାରିଖ ଭୋର ସମୟରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ସାଧୁମାନେ ଆଭ୍ୟନ୍ତରୀଣ ରାସ୍ତା ଦେଇ ଗୁଜରାଟ ଯାଉଥିବାବେଳେ ଦାଦ୍ରା ଓ ନଗର ହାବେଲି ସୀମାରେ ପହଞ୍ଚତ୍ୟିବାରୁ କେନ୍ଦ୍ରୀୟ ସୁରକ୍ଷା ବଳ ସେମାନଙ୍କୁ ଫେରାଇ ଦେଇଥିଲେ। ଫେରୁଥିବାବେଳେ ସେମାନେ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ବୋଲି ଉଦ୍ଧବ କହିଛନ୍ତି। ୧୬ ତାରିଖର ଏହି ଘଟଣାକୁ ସେ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଗୁରୁବାର ରାତିରେ ଏକ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ଲାଗି ସୁରଟ ଯାଉଥିବା ୩ ଜଣଙ୍କୁ ପିଟି ମାରିଦେବା ଘଟଣାକୁ ବିଭିନ୍ନ ରାଜନୈତିକ ଦଳ, ସାମାଜିକ କର୍ମୀ ଓ ଧର୍ମୀୟ ସଂଗଠନଗୁଡ଼ିକ ନିନ୍ଦା କରିଛନ୍ତି। ଭାଜପା ଏହାକୁ ରାଜନୈତିକ ରଙ୍ଗ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଘଟଣାର ଉପଯୁକ୍ତ ତଦନ୍ତ ସହ ଅପରାଧୀଙ୍କୁ ଦଣ୍ଡିତ କରିବା ଲାଗି କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛି। ଭାଜପାର ଏଭଳି ଉଦ୍ୟମକୁ ସବୁ ଦଳ ଓ ଗଣମାଧ୍ୟମ ବିରୋଧ କରିବାକୁ କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା ଆହ୍ବାନ ଦେଇଛନ୍ତି। ପୋଲିସ ସମ୍ମୁଖରେ ଉତ୍ତ୍ୟକ୍ତ ଲୋକେ ଦୁଇ ସାଧୁ ଓ ସେମାନଙ୍କ ଡ୍ରାଇଭରଙ୍କୁ କାର୍‌ରୁ ଘୋଷାଡ଼ିନେଇ ମାରିଦେଇଥିଲେ। ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ମୁଖପାତ୍ର ଶ୍ରୀରାଜ ନାୟାର ଏହାକୁ ବର୍ବରତା କହିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏନ୍‌ସିପି ନିୟନ୍ତ୍ରଣରେ ଥିବା ଗୃହ ବିଭାଗ ଗୁଣ୍ଡାରାଜରେ ସମ୍ପୃକ୍ତ ବୋଲି ସାମାଜିକ କର୍ମୀ ଅଞ୍ଜଳି ଦାମାନିଆ କହିଛନ୍ତି। ପୂର୍ବରୁ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ଅଓ୍ବଦଙ୍କ ସୁରକ୍ଷା କର୍ମୀଙ୍କୁ ପୋଲିସ ମାଡ଼ ମାରିଥିଲା। ୧୪ ତାରିଖରେ ବାନ୍ଦ୍ରା ମେଟ୍ରୋ ଷ୍ଟେଶନ ନିକଟରେ ଦାଦନ ଶ୍ରମିକ ରୁଣ୍ଡ ହେବା ଘଟଣାରେ ଜଣେ ଖବରଦାତାଙ୍କୁ ଗିରଫ କରଯାଇଥିଲା ବୋଲି ସେ କହିଛନ୍ତି। ଭିଡ଼ହିଂସା ଭିଡିଓରେ ପୋଲିସ ସମେତ କେତେଜଣ ବନ କର୍ମଚାରୀଙ୍କୁ ଦେଖିବାକୁ ମିଳିଛି। ସେମାନେ ହସ୍ତକ୍ଷେପ କରିଥିଲେ ସାଧୁମାନଙ୍କ ଜୀବନ ବଞ୍ଚତ୍ୟାଇଥାନ୍ତା। ତେଣୁ କେବଳ ପୋଲିସକୁ ଦୋଷ ନ ଦେଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ପୂର୍ବତନ ଆଇପିଏସ୍‌ ଅଫିସର ଓ୍ବାଇ.ପି. ସିଂ ଦାବି କରିଛନ୍ତି। ଅନ୍ୟପକ୍ଷରେ ମୁମ୍ବାଇ ଭାଜପାର ପୂର୍ବତନ ମୁଖ୍ୟ ଆଶିଷ ଶେଲାର ସ୍ଥାନୀୟ ଏସ୍‌ପିଙ୍କୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri