୨ ଶିଶୁକନ୍ୟାଙ୍କୁ ଧରି ଲୁହ ଢାଳୁଛନ୍ତି ଯୁବତୀ

ଲୋଇସିଂହା, ୧୬।୪ (ଡି.ଏନ.ଏ.): ପ୍ରେମ ବିବାହ କରିବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଗର୍ଭବତୀ ସ୍ତ୍ରୀ, ୭ ବର୍ଷର ଶିଶୁକନ୍ୟାକୁ ଛାଡି ସଂପୃକ୍ତ ଯୁବକ ଗତ ଜାନୁୟାରୀରୁ ଫେରାର ହୋଇଯାଇଛନ୍ତି। ଏପରି ଘଡିସନ୍ଧି ସମୟରେ ଗତ ୬ ତାରିଖରେ ବଲାଙ୍ଗୀର ଜିଲା ଲୋଇସିଂହା ଡାକ୍ତରଖାନାରେ ଦ୍ୱିତୀୟ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ସେହି ଯୁବତୀ। ନିଃସହାୟ ଅବସ୍ଥାରେ ସେ ୨ଶିଶୁକନ୍ୟାଙ୍କୁ ଧରି ରହିଛନ୍ତି । ଲକ୍‌ଡାଉନ୍‌ ଯୋଗୁ ତାଙ୍କ ବାପ ଘର ଲୋକେ ବି ସହାୟତା ପାଇଁ ଆସିପାରୁ ନାହାନ୍ତି । ସ୍ବାମୀଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ସମ୍ଭବ ନ ହେବାରୁ ଗତ ୮ ତାରିଖରେ ସେ ତାଙ୍କ ବିରୋଧରେ ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲା ଖଣ୍ଡୁ ଗାଁର ଜଣେ ଯୁବତୀଙ୍କ ସହ ସେହି ଗଁାର ବିକ୍ରମ ପଧାନଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ସଂପୃକ୍ତ ଯୁବତୀ ଗର୍ଭବତୀ ହୋଇଥିଲେ। ଏହାପରେ ଉଭୟେ ୨୦୧୩ରେ ଗଁା ଛାଡି ନୟାଗଡ ପଳାଇ ଆସିଥିଲେ। ସେଠାରେ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ପ୍ରାୟ ଦେଢ଼ବର୍ଷ ତଳେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ କାମ କରୁଥିବା ବିକ୍ରମ ବଲାଙ୍ଗୀର ଜିଲାକୁ ବଦଳି ହୋଇ ଆସିବା ପରେ ଲୋଇସିଂହା ନୂଆପଡାରେ ଘର ଭଡା ନେଇ ରହୁଥିଲେ । ଇତିମଧ୍ୟରେ ସଂପୃକ୍ତ ଯୁବତୀ ଦ୍ୱିତୀୟ ଥର ଗର୍ଭବତୀ ହୋଇଥିଲେ । ଏହାପରେ ବିକ୍ରମ ତାଙ୍କୁ ବିଭିନ୍ନ ଅବହେଳା କରି ଚାଲିଥିଲେ । ଶେଷରେ ଗତ ଜାନୁୟାରୀ ୫ ତାରିଖରେ କର୍ମକ୍ଷେତ୍ର ଯୋଗୀସର୍ଡାକୁ ଯାଉଛି କହି ଘର ଛାଡିଥିଲେ । ହେଲେ ସେଠାରୁ ଆଉ ଘରକୁ ଫେରି ନ ଥିଲେ। ଡାକ୍ତରଖାନାରେ ସଂପୃକ୍ତା ଯୁବତୀଙ୍କୁ ନର୍ସମାନେ ଦେଖାରେଖା କରିଥିଲେ। ସ୍ଥାନୀୟ ପଞ୍ଚାୟତରୁ ଦୁଇବେଳା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିଲା। ଡାକ୍ତରଖାନାରୁ ଡିସଚାର୍ଜ ପରେ ଏବେ ସେ ନିଜ ଭଡା ଘରେ ରହୁଛନ୍ତି। ନବଜାତ ଶିଶୁକନ୍ୟା ଓ ବଡଝିଅକୁ ନେଇ ସେ କିପରି ଦିନ କାଟିବେ ବୋଲି ଚିନ୍ତାରେ ପଡିଛନ୍ତି ା ତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୪୫/୨୦) ରୁଜୁ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଜାତୀୟ ରାଜପଥରୁ ଅଚିହ୍ନା ମୃତଦେହ ଉଦ୍ଧାର

ରଣପୁର, ୨୧।୫(ସ୍ବ.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରାଜସୁନାଖଳା ନିକଟ ଧୂମାନାଳ ପୋଲ ନିକଟରୁ ମଙ୍ଗଳବାର ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ...

ଜେଲରେ ମିଳିବ କନ୍ଧମାଳ ହଳଦୀ

ସମ୍ବଲପୁର, ୩ା୨(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରରେ ଏଣିକି କନ୍ଧମାଳ ହଳଦୀ ଉପଲବ୍ଧ ହେବ। ବୁଧବାର କାରାଗାର ପରିସରରେ ଏକ କାଉଣ୍ଟର ଖୋଲାଯାଇ ହଳଦୀ ସାଙ୍ଗକୁ ଅଟା,...

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦିନକର ଦରମା ଦେଲେ ଶିକ୍ଷା ବିଭାଗ କର୍ମଚାରୀ

ନୂଆପଡା ଅଫିସ, ୨୧।୪-କୋଭିଡ-୧୯କୁ ମୁକାବିଲା କରିବାକୁ ନୂଆପଡା ଜିଲା ଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ସମସ୍ତ ଶିକ୍ଷକ, କର୍ମଚାରୀ ଏବଂ ଅଧିକାରୀ ଆଗକୁ ଆସିଛନ୍ତି। ସେମାନେ...

ଆଧୁନିକୀକରଣ ପରେ ଡାକବିଭାଗର ଗୁରୁତ୍ୱ ବଢ଼ିଛି

ବଲାଙ୍ଗୀର ଅଫିସ, ୩ା୧ – ବଲାଙ୍ଗୀର ଟାଉନ୍‌ ହଲଠାରେ ଗୁରୁବାର ବଲାଙ୍ଗୀର ଡାକ ମଣ୍ଡଳର ୬୧ତମ ପ୍ରତିଷ୍ଠା ଉତ୍ସବ ଏବଂ ମହା ଡାକମେଳା ଅନୁଷ୍ଠିତ ହୋଇଛି...

ଗୁପ୍ତେଶ୍ୱର ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ

ବୈପାରୀଗୁଡା,୧୦ା୬ (ଡି.ଏନ୍‌.ଏ.)-କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ନିକଟସ୍ଥ ଜଙ୍ଗଲରୁ ପୋଲିସ ବ୍ୟାପକ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛି।...

ବଜ୍ରପାତରେ ଚାଲିଗଲା ୨ ଭଉଣୀଙ୍କ ଜୀବନ

କାମାକ୍ଷାନଗର,୧୦।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା କଣ୍ଟାପାଳ ପଞ୍ଚାୟତ କରଡାପାଳ ଗ୍ରାମର ରଜନୀ ଦେହୁରୀ(୪୬) ଓ କୌଶଲ୍ୟା ଦେହୁରୀ(୫୨) ବୁଧବାର ଅପରାହ୍ନରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଦୁହେଁ...

କୁଶୁପଦାକୁ ଜଳଯନ୍ତ୍ରଣା

ଢେଙ୍କାନାଳ ଅଫିସ, ୨୭।୪- ‘ସକାଳୁ ଉଠିଲେ ସେହି ଗୋଟିଏ ଚିନ୍ତା, ଘରକୁ ପାଣି ଆସିବ କେମିତି। ଅନ୍ୟଦିନ କଥା ଅଲଗା, କିନ୍ତୁ ଖରାଦିନ ଆସିଲେ ଚଡ଼କ...

ମାଛକାନ୍ଦଣାରେ ପର୍ଯ୍ୟଟକଙ୍କ ଭିଡ଼

ରାଇସୁଆଁ,୩।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଭାଟୁଣିଆଁ ଗ୍ରାମ ନିକଟରେ ବହିଯାଇଛି ମାଛକାନ୍ଦଣା ନଦୀ। ଏହାର ପଥୁରିଆ ତଥା ମନଲୋଭା ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷଣ...

Play 250+ Trending Games
Archives

Model This Week

Why Dharitri