୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପିଞ୍ଛାବଣିଆ ଗ୍ରାମର ସାମେଶ୍ୱର ରାଉତ, ଆଙ୍କୋ ଗ୍ରାମର ସୁଜିତ ବେହେରା, ରମାକାନ୍ତ ବେହେରା ଓ ଜୟନ୍ତ ବେହେରା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମେଶ୍ୱର ରାଉତଙ୍କୁ ସୁଜିତ, ରାମକୃଷ୍ଣ ଓ ଜୟନ୍ତ ମିଳିତ ଭାବେ ଶୁକ୍ରବାର ରାତିରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ମାମଲା (ନଂ. ୭/୨୦) ରୁଜୁ ହୋଇଛି। ଅପରପକ୍ଷେ ଜୟନ୍ତ ବେହେରାଙ୍କୁ ପ୍ରତିପକ୍ଷ ସାମେଶ୍ୱର ବେହେରା ଆକ୍ରମଣ କରିଥିବା ଅଭିଯୋଗ ମୁତାବକ ଅନ୍ୟ ଏକ ମାମଲା (ନଂ. ୮/୨୦) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ତଦନ୍ତ ଅଧିକାରୀ ଏଏସ୍‌ଆଇ ହେମନ୍ତ କୁମାର ଦେବ ରାତିରେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ପରିବହନ ଯୋଗୁ ରାସ୍ତା ଜାମ୍‌

ସୁନ୍ଦରଗଡ଼,୩୦।୮(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକର ଏମ୍‌ସିଏଲଠାରୁ ସୁନ୍ଦରଗଡ଼ ଓ କନିକା ସାଇଡିଂ ପର୍ଯ୍ୟନ୍ତ ବିଭିନ୍ନ ଟ୍ରକ ଯୋଗେ କୋଇଲା ପରିବହନ ହେଉଛି। ପ୍ରତିଦିନ ଏମ୍‌ସିଏଲ୍‌ରୁ...

ରାସ୍ତା ନିର୍ମାଣ ଦାବିରେ ଧାନତଳି ରୋଇ ପ୍ରତିବାଦ

କୋକସରା,୨୧।୮(ଡି.ଏନ୍‌.ଏ.): ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ କାଦୁଅ। ରାସ୍ତା ନିର୍ମାଣ ନେଇ ୫ ବର୍ଷ ହେଲା ପ୍ରତିଶ୍ରୁତି ମିଳୁଛି। ହେଲେ ତାହା ପୂରଣ ହେଉନାହିଁ।...

ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

କୋରାପୁଟ,୩୦ା୧(ସ୍ବ.ପ୍ର.) କୋରାପୁଟସ୍ଥିତ ଜିଲାପାଳଙ୍କ ସଭା ଗୃହରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆର୍‌ଡିସି) ଏ. ଅପାଙ୍ଗ ଆଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆର୍‌ଡିସି କୋରାପୁଟ, ନବରଙ୍ଗପୁର, ମାଲକାନାଗିରି...

ରୌପ୍ୟ ମୁଦ୍ରାରେ ମା’ସମଲେଇ

ସମ୍ବଲପୁର, ୮ା୧୧ (ବ୍ୟୁରୋ): ସମ୍ବଲପୁରର ଇଷ୍ଟଦେବୀ ସମଲେଇ। ସମଲେଇ ସଂସ୍କୃତି ଓ ପରମ୍ପରାର ସୁରକ୍ଷା, ପ୍ରଚାରପ୍ରସାର ଲାଗି ଭକ୍ତମାନେ ଅଭିନବ ପ୍ରୟାସ ଜାରି ରଖିଛନ୍ତି। ସମ୍ବଲପୁର...

ଜବତ ମାଙ୍କଡ଼ା ବୋଝେଇ ୩ ଟ୍ରକ ଛଡାଇନେଲେ: ତହସିଲଦାରଙ୍କ ପାଖରେ ନାହିଁ ଖବର

ରଣପୁର,୨ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ପଟିଆ ଗଁ।ରେ ଗୁରୁବାର ରାତିରେ ଫୋର୍ସଙ୍କ ଉପସ୍ଥିତିରେ ଜବତ ହୋଇଥିବା ୪ ମାଙ୍କଡା ପଥର ବୋଝେଇ ଟ୍ରକ ମଧ୍ୟରୁ...

ନିର୍ବାଚନୀ ହିଂସା ଏଡ଼ାଇବା ପାଇଁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ

ଗଞ୍ଜାମ,୩୦ା୧(ଡି.ଏନ୍‌.ଏ.): ଆସନ୍ତା ଫେବୃୟାରୀ ୨୦ରେ ଗଞ୍ଜାମ ବ୍ଲକରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଗଞ୍ଜାମ ଥାନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଆରମ୍ଭ ହୋଇଛି...

ଦୋକାନରେ ତାଲା, ଚୋରାରେ ଖୋଲାମେଲା

ଅନୁଗୋଳ ଅଫିସ, ୨୧।୪ ଲକ୍‌ଡାଉନ୍‌ ଯୋଗୁ ଅନୁଗୋଳ ଜିଲାର ସମସ୍ତ ବିଦେଶୀ ମଦ ଦୋକାନରେ ତାଲା ପଡ଼ିଛି। ତଥାପି ଚୋରା ବଜାରରେ ଖୋଲାମେଲାରେ ବିକ୍ରି ହେଉଛି...

ଓକିଲଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତ ରଶ୍ମିରଞ୍ଜନ ଦାଶ ଗିରଫ

କାମାକ୍ଷାନଗର, ୨୧।୧୦(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା କାମାକ୍ଷାନଗରର ଆଇନଜୀବୀ ଶଶଧର ମହାନ୍ତିଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଅଭିଯୁକ୍ତ ଧରାପଡ଼ିଛନ୍ତି। ପୂର୍ବରୁ ପୋଲିସ ଜଣଙ୍କୁ ଧରିଥିଲା। ଏହାପରେ ମୋଟ...

Advertisement
Archives

Model This Week