Posted inଖେଳ

୨୦୨୧ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି: ସୁଶୀଲ କୁମାର

ନୂଆଦିଲ୍ଲୀ, ୬।୪(ପି.ଟି.): ‘ମୋ ଖେଳ ଶେଷ ହୋଇଗଲା ବୋଲି ଲୋକେ ଭାବୁଛନ୍ତି। ମୋ ସଫଳତାକୁ ଲୋକ ମଧ୍ୟ ସେତେଟା ଗୁରୁତ୍ୱ ଦେଇ ନ ଥାନ୍ତି। ତେବେ ଏହା ମୋତେ ଆଦୌ ପ୍ରଭାବିତ କରିନାହିଁ ’ ବୋଲି ଦୁଇଥର ଅଲିମ୍ପିକ୍ସ ପଦକ ହାସଲ କରିଥିବା ଅଭିଜ୍ଞ ଭାରତୀୟ ରେସଲର ସୁଶୀଲ କୁମାର କହିଛନ୍ତି। ମୋ ଅବସର ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ୨୦୨୧ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯିବା ମୋ ପାଇଁ ଆଶୀର୍ବାଦ ସଦୃଶ ହୋଇଛି। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମିଳିଛି ବୋଲି ସେ କହିଛନ୍ତି।
ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ସେ ସଂଘର୍ଷ କରୁଥିଲେ। ତେବେ କୋଭିଡ୍‌-୧୯ କାରଣରୁ ଗୋଟିଏ ବର୍ଷ ଅଲିମ୍ପିକ୍ସ ଘୁଞ୍ଚିଯିବା ପରେ ପ୍ରସ୍ତୁତ ପାଇଁ ଏହା ବେଶ୍‌ ସହାୟ ହେବ ବୋଲି ସେ କହିଛନ୍ତି। ଆସନ୍ତାମାସ ୩୭ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ସୁଶୀଲ ଅଧିକ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ପାଇଛନ୍ତି ବୋଲି କହିଛନ୍ତି। ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ସୁଶୀଲ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ପରାସ୍ତ ହୋଇ ବିଦାୟ ନେଇଥିଲେ। ଏହା ମୋତେ ନିରାଶ କରିଥିଲା। ତେବେ ଏହା ଅତୀତ ହେଲାଣି।
ରେସଲିଂରେ ଇଞ୍ଜୁରି ଫ୍ରି ରହିବାକୁ ହେଲେ ଅଧିକରୁ ଅଧିକ ଅଭ୍ୟାସ କରିବା ଜରୁରୀ। ଏକ ଲକ୍ଷ୍ୟ ସ୍ଥିର କରି ତାହା ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏବେ ଦିନରେ ଦୁଇଥର ଅଭ୍ୟାସ କରୁଛି। ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାଏ କରିବା ହେଉଛି ମୋର ମୂଳ ଲକ୍ଷ୍ୟ। ୭୪ କେ.ଜି ବର୍ଗରେ ସୁଶୀଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଏହି ବର୍ଗରେ ଭାରତ ଏପର୍ଯ୍ୟନ୍ତ ଅଲିମ୍ପିକ୍‌ କୋଟା ହାସଲ କରିନାହିଁ।
୨୦୧୧ରେ ମଧ୍ୟ ଲୋକେ ଏପରି କହୁଥିଲେ। ମୋତେ କ’ଣ କରିବାକୁ ହେବ ବେଶ୍‌ ଭଲ ଭାବେ ଜଣାଅଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ସେ ସମାଲୋଚକଙ୍କୁ ଚୁପ୍‌ କରାଇଥିଲେ। ପୂର୍ବରୁ ସେ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ଅଲିମ୍ପିକ୍‌ ଯୋଗ୍ୟତା ହାସଲ ପାଇଁ ମୋତେ ଏକାଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ତେବେ ସବୁ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ସୁଶୀଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବାମୀଙ୍କ ନାମରେ ଟାଟୁ କରିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆଇପିଏଲର ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚରେ ୩୭୪ ରନ ସଂଗ୍ରହ...

ପରାଜୟରୁ ଓଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୨୦।୯(ତପନ ସ୍ବାଇଁ): ଏଏଫ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି...

ଅଜଗରକୁ ବେକରେ ଗୁଡାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର ୟୁଜଭେନ୍ଦ୍ର ଚହଲ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଷ୍ଟ୍ରେଲିଆରୁ ଫେରିବା ଚହଲ...

ଏକ ଦିବସୀୟ ଫୁଟବଲ୍‌: ନିମେଇସାପୁର ଚାମ୍ପିୟନ

ବିରିଡ଼ି/ବାଲିଆ,୧୩ା୧୧(ଡି.ଏନ.ଏ): ବିରିଡି ବ୍ଲକ ୨୨ମୌଜା ମଇଁନ୍ଦିପୁର-କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ୩୭ତମ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ବୈଦ୍ୟନାଥ କ୍ରୀଡ଼ା ସଂସଦ ଖେଳପଡିଆରେ ମଙ୍ଗଳବାର ଅନୁଷ୍ଠିତ...

ଅଭିଷେକ ସିଏବିର ସର୍ବକନିଷ୍ଠ ସଭାପତି

କୋଲକାତା, ୬।୨ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ସ୍ବର୍ଗତ ଜଗମୋହନ ଡାଲମିୟାଙ୍କ ପୁଅ ଅଭିଷେକ ସିଏବିର ନୂଆ ସଭାପତି ହୋଇଛନ୍ତି।...

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ନେଦରଲ୍ୟାଣ୍ଡ୍ସ

ଆମଷ୍ଟରଡମ,୭।୯: ୨୦୨୩ ବିଶ୍ୱକପ୍‌ ୫ ଅକ୍ଟୋବରରୁ ଆରମ୍ଭ ହେବ। ଅନେକ ଦେଶ ଏଥିପାଇଁ ଦଳ ଘୋଷଣା କରିସାରିଥିବା ବେଳେ ବର୍ତ୍ତମାନ ନେଦରଲ୍ୟାଣ୍ଡ୍ସ ଦଳ ଘୋଷଣା କରିଛି।...

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇକୁ ହରାଇଲା ନର୍ଥଇଷ୍ଟ

ବାମ୍ବୋଲିମ୍‌, ୩୧।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ୨-୧ ଗୋଲରେ ଟେବୁଲ ଟପ୍ପର ମୁମ୍ବାଇ ସିଟି ଏଫ୍‌ସିକୁ ପରାସ୍ତ...

ଯୁବତୀଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଇ ଚିନ୍ତାରେ ଏହି କ୍ରିକେଟର୍‌: କ୍ରିକେଟ୍‌ରୁ ନେଲେ ବ୍ରେକ୍‌

ସିଡନୀ,୨୬।୧୧: ମାନସିକ ସ୍ବାସ୍ଥ୍ୟକୁ ଦର୍ଶାଇ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ଟିମ ପେନ କ୍ରିକେଟରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ବିରତି ନେଇଛନ୍ତି। ସମ୍ପ୍ରତି, ଜଣେ...

Advertisement
Archives

Model This Week