୨୦୧୯ରେ ବିଏମ୍‌ସି ନିର୍ବାଚନ ନେଇ ଅନିଶ୍ଚିତତା

ଭୁବନେଶ୍ୱର,୯।୮(ବ୍ୟୁରୋ) : ଆସନ୍ତା ଡିସେମ୍ବର ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ହେବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ବିଏମ୍‌ସି କାଉନ୍‌ସିଲ ଭାଙ୍ଗିବାର ୮ମାସ ବିତିଥିଲେ ମଧ୍ୟ ଏଯାଏ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଗତ ଜାନୁୟାରୀ ୧୪ ଥିଲା ପୂର୍ବ କାଉନ୍‌ସିଲ୍‌ର ଶେଷ ଦିନ। ଏପ୍ରିଲରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାରୁ ବିଏମ୍‌ସି ନିର୍ବାଚନ ହୋଇପାରି ନ ଥିଲା। ଇତିମଧ୍ୟରେ ନୂଆ ସରକାର ଗଠନ ହୋଇ ସାରିଥିବାବେଳେ ସେପ୍ଟେମ୍ବରରେ ହେବ ଛାତ୍ର ସଂସଦ ନିର୍ବାଚନ। ଏଥିସହ ସ୍ବଚ୍ଛ ସର୍ବେକ୍ଷଣ, ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ବିଏମ୍‌ସି ବ୍ୟସ୍ତ ରହିଥିବାବେଳେ ଆଗକୁ ଦୁର୍ଗାପୂଜା, ଦୀପାବଳି ଆଦି ପ୍ରମୁଖ ପର୍ବପର୍ବାଣି ରହୁଛି। ନିର୍ବାଚନ ପୂର୍ବରୁ ଓ୍ବାର୍ଡ ସମ୍ପ୍ରସାରଣ ସଂକ୍ରାନ୍ତରେ ମଧ୍ୟ ଚିନ୍ତା କରାଯାଉଛି। ଅନ୍ୟପକ୍ଷରେ ପୌରନିର୍ବାଚନର ୨ ମାସ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଏନେଇ କୌଣସି ତତ୍ପରତା ମଧ୍ୟ ପ୍ରକାଶ ପାଉନାହିଁ। ଏପରିସ୍ଥଳେ ଡିସେମ୍ବର ପୂର୍ବରୁ ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ। ଏପରିକି ୨୦୨୦ ଜାନୁୟାରୀ କିମ୍ବା ଫେବୃୟାରୀ ଭିତରେ ନିର୍ବାଚନ ହେବା ନେଇ ମଧ୍ୟ କିଛି ବି ସୂଚନା ମିଳିପାରୁନି।

ମହିଳା ମେୟର ପ୍ରାର୍ଥତ୍ତ୍ୱକୁ ନେଇ ଚର୍ଚ୍ଚା
ଆଗାମୀ ବିଏମ୍‌ସି ନିର୍ବାଚନରେ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇପାରେ ଚର୍ଚ୍ଚା ହେଉଛି। ତେଣୁ ପ୍ରମୁଖ ତିନି ରାଜନୈତିକ ଦଳ ଏହି ପଦ ପାଇଁ ଏବେଠୁ ଯୋଗ୍ୟ ତଥା ବିଜୟ ସମ୍ଭାବନା ଥିବା ମହିଳା ପ୍ରାର୍ଥୀ ଦେବାକୁ ଏବେଠୁ ଭିତିରି ଆଲୋଚନା ଓ ତର୍ଜମା ଆରମ୍ଭ କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ଥିବା ବହୁ ମହିଳା କର୍ପୋରେଟରଙ୍କ ଉପରେ ରାଜନୈତିକ ଦଳଗୁଡିକ ନଜର ପକାଇଥିବାବେଳେ ଏପରି ସୁଯୋଗ ପାଇବାକୁ ଅନେକେ ଯୋଗସୂତ୍ର ଚଳାଇଥିବା ଜଣାପଡିଛି। ଏପରି କି ଦଳବଦଳ ମଧ୍ୟ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ବିନା କାଉନ୍‌ସିଲ୍‌ରେ ୮ମାସ

ଚଳିତବର୍ଷ ଜାନୁୟାରୀ ମାସରେ ବିଏମ୍‌ସିର ଶେଷ କାଉନସିଲ ବୈଠକ ବସିଥିଲା। ବିଭିନ୍ନ ପ୍ରକଳ୍ପ ଅଧାପଡ଼ିଥିବା ସହ ଲୋକଙ୍କ ସମସ୍ୟା ସଂକ୍ରାନ୍ତରେ କର୍ପୋରେଟରମାନେ ଅଭିଯୋଗ ଉପସ୍ଥାପନ କରିଥିଲେ। ହେଲେ ତା’ପରେ କର୍ପୋରେଟରଙ୍କ କାର୍ଯ୍ୟକାଳ ସରିଗଲା। ଫଳରେ ବିଏମ୍‌ସିରେ ଆଉ ଲୋକଙ୍କ ସମସ୍ୟା ଉପସ୍ଥାପନ ହୋଇପାରିଲା ନାହିଁ। ବିନା କାଉନସିଲରେ ଏବେ ୮ମାସ ହେବ ବିଏମ୍‌ସି ପୌର ପ୍ରଶାସନ ସହର ପରିଚାଳନା କରୁଥିବା ବେଳେ ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ଏବେ ଲୋକେ ପୂର୍ବତନ କର୍ପୋରେଟରଙ୍କ ପାଖକୁ ଗଲେ କ୍ଷମତାରେ ନ ଥିବା କହି ସେମାନେ ବିଏମ୍‌ସି କାର୍ଯ୍ୟାଳୟକୁ ପଠାଉଛନ୍ତି। ହେଲେ ବିଏମ୍‌ସି କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ସହଯୋଗ ମିଳୁ ନ ଥିବା ଲୋକେ କହୁଛନ୍ତି। ଅନ୍ୟପକ୍ଷରେ କର୍ପୋରେଟରଙ୍କ କାର୍ଯ୍ୟକାଳ ସରିବା ପରେ ଓ୍ବାର୍ଡରେ ଥିବା ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିରହିଛି। ବହୁ ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି। କେତେକ ପ୍ରକଳ୍ପର ଟେଣ୍ଡର ହୋଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଘରକୁ ଜଳ ଯୋଗାଣ, ଷ୍ଟ୍ରିଟ୍‌ ଲାଇଟ, ଡ୍ରେନେଜ୍‌ ସଫେଇ ସମସ୍ୟା ଦୂର ହୋଇପାରୁନି। ସ୍ବେରେଜ୍‌ ପାଣି ରାସ୍ତାରେ ଭାସୁଛି, ଘରେ ପଶୁଥିଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ବିଏମ୍‌ସି ନିର୍ବାଚନ ନ ହେବା ଯାଏ ଓ ନୂଆ କାଉନ୍‌ସିଲ ବୈଠକ ନ ବସିବା ଯାଏ ଏ ପରିସ୍ଥିତି ଲାଗି ରହିବ ବୋଲି କେତେଜଣ ପୂର୍ବତନ କର୍ପୋରେଟର କହିଛନ୍ତି।

ମେୟର ପଦ ପାଇଁ ସିଧାସଳଖ ନିର୍ବାଚନ
ପୂର୍ବରୁ ଜିତିଥିବା କର୍ପୋରେଟରଙ୍କ ମଧ୍ୟରୁ ଜଣଙ୍କୁ ବିଏମ୍‌ସି ମେୟର ଭାବେ ନିର୍ବାଚନ ମାଧ୍ୟମରେ ବାଛୁଥିଲେ। କିନ୍ତୁ ଏଣିକି ମେୟରଙ୍କୁ ସହରବାସୀ ସିଧାସଳଖ ବାଛିବେ। ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ପୂର୍ବରୁ ମଧ୍ୟ ଏହି ନିର୍ବାଚନ ଧାରା ପ୍ରଚଳିତ ଥିଲା। ୧୯୯୨ରେ ଶେଷଥର କିରଣବାଳା ମଙ୍ଗରାଜ ଲୋକଙ୍କ ଦ୍ୱାରା ସିଧାସଳଖ ମେୟର ଭାବେ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ପୌର ନିର୍ବାଚନ ନିୟମରେ ପରିବର୍ତ୍ତନ କରାଯାଇଥିଲା। ଏବେ ପୁଣି ପୁରୁଣା ନିୟମ ଅନୁସାରେ ସିଧାସଳଖ ମେୟର ନିର୍ବାଚନ ହେବାକୁ ଯାଉଥିବାରୁ ଆଗାମୀ ପୌର ନିର୍ବାଚନ ଭିନ୍ନ ଉଷ୍ମତା ଆଣିବ ବୋଲି କୁହାଯାଉଛି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ…

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri