୨ୟ ରୁଚି ଅନୁଗୋଳ ଉତ୍କର୍ଷ ସମ୍ମାନ- ୨୦୧୯: ସମ୍ବର୍ଦ୍ଧିତ ହେଲେ ୮ ପ୍ରତିଭା

ଅନୁଗୋଳ ଅଫିସ, ୯।୧୨ – ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଡ୍ରିମ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଅନୁଗୋଳର ବିଜୁ ମଇଦାନ ଠାରେ ୨ୟ ରୁଚି ଅନୁଗୋଳ ଉତ୍କର୍ଷ ସମ୍ମାନ-୨୦୧୯ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଭା ପୂଜନ ସମାରୋହରେ ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲାର ୮ ଜଣ ଶ୍ରେଷ୍ଠ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଉଦ୍‌ଘାଟନୀ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ପୂର୍ବତନ ଏମ୍‌ପି ତଥା କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ, ଅନୁଗୋଳ ଏସ୍‌ପି ଜଗମୋହନ ମୀନା, ନାଲ୍‌କୋର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଏମ୍‌.ପି. ମିଶ୍ର, ପୂର୍ବତନ ପ୍ରଶାସକ ହେମନ୍ତ କୁମାର ଦାଶ, ମହାନଦୀ କୋଲଫିଲ୍ଡସ ଜଗନ୍ନାଥ ଅଞ୍ଚଳର ମହାପ୍ରବନ୍ଧକ ଏ.ଏମ୍‌. କର, ଶିକ୍ଷାବିତ୍‌ ଡ. ମନୋଜ କୁମାର ଦାଶ, ବାସୁଦେବ ଭଟ୍ଟ ଓ ବ୍ୟବସାୟୀ ମହେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଦିତ୍ୟବାହିନୀ ଗୋବର୍ଦ୍ଧନ ମଠ ପୁରୀର ମହାସଚିବ ତଥା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପଣ୍ଡିତ ମାତୃପ୍ରସାଦ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଲମ୍ବୋଦର ସାହୁ, ବିଶ୍ୱଜିତ୍‌ ପଟ୍ଟନାୟକ, ଦିବାକର ମହନ୍ତ, ଗୁରୁପ୍ରସାଦ ମିଶ୍ର, ମିସ୍‌ ରମ୍ଭା ସାହୁଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ୍‌, ଏନ୍‌ଟିପିସିକୁ ଶ୍ରେଷ୍ଠ କର୍ପୋରେଟ ହାଉସ (କମ୍ପାନୀ ସାମାଜିକ ଦାୟିତ୍ୱବୋଧ) ସମ୍ମାନ, ରାବଣଛାୟା ନୃତ୍ୟକୁ ଶ୍ରେଷ୍ଠ କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଓଲିଉଡ଼ର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌, ଅଭିନେତ୍ରୀ ତମନ୍ନା, ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଆଶୁତୋଷ ଓ ନୃତ୍ୟାନୁଷ୍ଠାନ ଆର.ଡି. ଏକ୍ସରର କଳାକାରମାନେ ଉପସ୍ଥିତ ଦର୍ଶକମାନଙ୍କ ମନୋରଞ୍ଜନ କରିଥିଲେ। ଉଲ୍ଲାସ ଚନ୍ଦ୍ର ବେହୁରା ଓ ଶେଫାଳୀ ଉଦ୍‌ଗାତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସରୋଜ କୁମାର ପାଳ, ଶ୍ରୀକାନ୍ତ କୁମାର ଧର, ଆଦିତ୍ୟ ମହାପାତ୍ର, ରଶ୍ମିରଞ୍ଜନ ସାହୁ, ପଦ୍ମଚରଣ ପ୍ରଧାନ, ପୱନ ମାଣ୍ଡୋଠିଆ, ଉତ୍ତାନୁପାଦ ମହାପାତ୍ର, ସୌରୀ ରଞ୍ଜନ ପଣ୍ଡା, ତରୁଣ ବିଶ୍ୱକର୍ମା, ଜୟନ୍ତ କର, ସାଗର ସୌଭାଗ୍ୟ ପ୍ରଧାନ, ସିଦ୍ଧେଶ୍ୱର ପାଣି, ଆଗ୍ନେୟ ମହାପାତ୍ର, ଟିମୁ ବେହେରା ଓ ପ୍ରଦ୍ୟୁତ୍‌ ଘୋଷ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଳ୍ପ ଦେଇ ମାଗୁଛନ୍ତି ଅଧିକ ଅର୍ଥ

ପାଲଲହଡା,୨୯ା୮: କରୋନା ମହାମାରୀ ସମୟରେ ହ୍ରାସ ପାଇଛି ରୋଜଗାର। ବ୍ୟାପକ ଛଟେଇ ସହ କର୍ମନିଯୁକ୍ତି ଅଭାବରୁ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି ଯୁବପିଢ଼ି। ତେଣୁ ଅଭାବ ମେଣ୍ଟାଇବାକୁ...

ବ୍ୟବଚ୍ଛେଦ ପୂର୍ବରୁ ଶିଶୁକନ୍ୟାର ଆଖି ଗାଏବ

ଅନୁଗୋଳ,୨୦ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ଘଟଣା। ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖାଯାଇଥିବା ଜଣେ ଶିଶୁକନ୍ୟାର ମୃତଦେହରୁ...

ଝରକା ତାଡ଼ି ଲକ୍ଷାଧିକ ଟଙ୍କା, ସୁନାଗହଣା ଚୋରି

ଅନୁଗୋଳ ଅଫିସ,୨୪।୬: ଅନୁଗୋଳ ଜିଲା ଶିମିଳିପଡ଼ା ଗ୍ରାମର ୨ଟି ଘରୁ ମଙ୍ଗଗଳବାର ବିଳମ୍ବତ ରାତିରେ ଚୋରି ହୋଇଥିଲା। ଏ ନେଇ ବୁଧବାର ସକାଳେ ୨ଘର ମାଲିକ...

କୂଅରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ବଇଣ୍ଡା, ୩୧ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ମାମୁରିଝରଣ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ମଙ୍ଗଳବାର ସାନହୁଲା ପଞ୍ଚାୟତ ଜୟପୁର ଗ୍ରାମର ମୋହନ...

ଅଚଳ ଷ୍ଟ୍ରିଟ୍‌ ଲାଇଟ ମରାମତି ହେଉନି

ବଇଣ୍ଡା,୧୭।୧(ଡି.ଏନ.ଏ.)  ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତରେ ଥିବା ବଇଣ୍ଡା ଛକ ଓ ଆଠମଲ୍ଲିକ ରୋଡ୍‌ ଓଭରବ୍ରିଜ୍‌ ନିକଟରେ ଲାଗିଥିବା ଷ୍ଟ୍ରିଟ ଲାଇଟଗୁଡିକ ଦୀର୍ଘ...

ଅନୁଗୋଳ କଲେଜରେ ନୋଡାଲସ୍ତରୀୟ ଲାପଟପ ବଣ୍ଟନ: ପ୍ରଥମ ଦିନରେ ପାଇଲେ ୧୮୫ ମେଧାବୀ

ବନ୍ତଳା,୨୪ା୧୨(ଡି.ଏନ.ଏ.) – ୨୦୧୮-୧୯ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଭୋକେଶନାଲ କାଉନସିଲ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ଅନୁଗୋଳ ଜିଲାର ମେଧାବୀମାନଙ୍କୁ ଓଡ଼ିଶା ସରକାର...

‘ଖୁସି’ ଯୋଜନା ଦିଗହରା

ଅନୁଗୋଳ ଅଫିସ୍‌, ୮।୨ – ଅନୁଗୋଳ ଜିଲାରେ ଦିଗହରା ହୋଇଯାଇଛି ସରକାରଙ୍କ ‘ଖୁସି’ ଯୋଜନା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ସାନିଟାରି ନାପକିନ ଜିଲା...

କେଁ ପୂରାଇଛି ଠିକା ସଂସ୍ଥା: ଆବଶ୍ୟକତା ବେଳେ ଉପଲବ୍ଧ ହେଉନି ୧୦୮

ବଇଣ୍ଡା, ୨୫ା୮ : ନିଃଶୁଳ୍କ ହୋଇଥିବାରୁ ୧୦୮ ଆମ୍ବୁଲାନ୍ସ ଉପରେ ବଢ଼ୁଛି ନିର୍ଭରଶୀଳତା। ତତ୍କାଳ ସେବା ମଧ୍ୟ ଦେଉଛି ସନ୍ତୋଷ। ହେଲେ ଅନୁଗୋଳ ଜିଲା କିଶୋରନଗରରେ...

Advertisement
Archives

Model This Week