୨ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଜଗତ୍‌ସିଂହପୁର ଅଫିସ, ୨୯ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଗଁା ଗହଳିରେ ପ୍ରଚାର ଆରମ୍ଭ ହୋଇଗଲାଣି। ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କଲେଣି। କୋଭିଡ୍‌ କଟକଣାକୁ ବେଖାତିର କରି କର୍ମୀ ସମ୍ମିଳନୀ ଓ ଭୋଜିର ଆସର ଜମିଲାଣି। ୱାର୍ଡଠାରୁ ଆରମ୍ଭ କରି ଜିଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକେ ନିଜ ସପକ୍ଷରେ ଭୋଟ ଜୁଟାଇବାକୁ ଉଦ୍ୟମ ଜୋରଦାର କରୁଛନ୍ତି। ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ଦଳୀୟ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରି ଦିଆଯାଇଛି। ବିଶେଷକରି ଜିଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଦଳ ପକ୍ଷରୁ ସମସ୍ତ ଉଦ୍ୟମ ଚାଲିଛି।
ଜଗତ୍‌ସିଂହପୁର ଜିଲା ପରିଷଦ ୨ ନଂ.ଜୋନ୍‌ରେ ବିଜେଡି, କଂଗ୍ରେସ ଏବଂ ଭାଜପା ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆଲୋଚନା ଚାଲିଛି। ଏହି ଜୋନର ବିଗତ ୫ଟି ନିର୍ବାଚନ ଫଳାଫଳକୁ ଅନୁଶୀଳନ କଲେ ଜଣାଯାଏ, ପ୍ରଥମେ କଂଗ୍ରେସର ରାଜଲକ୍ଷ୍ମୀ ସାମନ୍ତରାୟ ଜିଲା ପରିଷଦ ସଭ୍ୟା ହୋଇଥିଲେ। କିନ୍ତୁ ପରେ ନିର୍ବାଚନରେ ଲୋକେ ବିଜେଡିର ବାଦଲ ନାୟକଙ୍କୁ ଜିତାଇଥିଲେ। ଏହାର ପରବର୍ତ୍ତୀ ୩ ନିର୍ବାଚନରେ ଯଥାକ୍ରମେ କଂଗ୍ରେସର କୈଳାସ ବେହେରା, ବିଜେଡିର କନକପ୍ରଭା ଲେଙ୍କା ଓ ଗତ ନିର୍ବାଚନରେ ଜଗନ୍ନାଥ ମୁଦୁଲି ଜିତିଥିଲେ।
ଏହି ଜୋନ ଆଳିପିଙ୍ଗଳ, ଯଶୋବନ୍ତପୁର, ତୁମ୍ବାଅଣ୍ଢେଇସାହି, ପଲ୍ଲୀ, ଜଁକୋଟି, ଶାଳଜଙ୍ଗା ଓ ଖଇରଙ୍ଗ ପଞ୍ଚାୟତକୁ ନେଇ ଗଠିତ। ଗତଥର ଏଠାରୁ ବିଜେଡିର ଜଗନ୍ନାଥ ମୁଦୁଲି, କଂଗ୍ରେସ ଲିପକ କୁମାର ସାହୁ ଏବଂ ଭାଜପାରୁ କୁତାମ କିଶୋର ସର୍ଜନସିଂହ ପ୍ରାର୍ଥୀ ହୋଇଥିଲେ। କିନ୍ତୁ କଂଗ୍ରେସକୁ ପରାସ୍ତ କରି ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏଥର ବିଜେଡିର କନକ ସ୍ବାଇଁ, କଂଗ୍ରେସର ପ୍ରତିମା ମିଶ୍ର ଓ ଭାଜପାରୁ ପୁଣି ଥରେ କଳ୍ପନା ମହାନ୍ତି ସର୍ଜନସିଂହ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ମିଶ୍ର କହିଛନ୍ତି, ବ୍ୟକ୍ତି ସମ୍ପର୍କ ହେଉଛି ତାଙ୍କର ସମ୍ବଳ। ଗତ ୨ଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିଥିଲେ ସୁଦ୍ଧା ଲୋକଙ୍କ ସମସ୍ୟା ଦୂର କରିବାରେ ସଫଳ ହୋଇନାହାନ୍ତି। ଏ ନେଇ ଏବେ ତାଙ୍କ ପ୍ରତି ଜନ ସମର୍ଥନ ବଢୁଛି। ଜୋନର ସବୁ ପଞ୍ଚାୟତରେ ସ୍ଥିତି ଭଲ ଥିଲେ ସୁଦ୍ଧା ଶାଳିଜଙ୍ଗା, ଖଇରଙ୍ଗ, ତୁମ୍ବା ଅଣ୍ଢେଇସାହି, ଆଳିପିଙ୍ଗଳ ଆଦି ପଞ୍ଚାୟତରେ ସ୍ଥିତି ଅଧିକ ସୁଦୃଢ ରହିଛି। ତେଣୁ ଏଥର ଜନମତ କଂଗ୍ରେସ ସପକ୍ଷରେ ଯିବ ବୋଲି ଜିଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ମିଶ୍ର ପୂର୍ବରୁ ତୁମ୍ବାଅଣ୍ଢେଇସାହି ସମିତି ସଭ୍ୟା ଥିଲେ। ତାଙ୍କ ଶ୍ୱଶୁର ବିଚିତ୍ରାନନ୍ଦ ମିଶ୍ର ମଧ୍ୟ ପୂର୍ବରୁ ସରପଞ୍ଚ ଥିଲେ। ଏସବୁକୁ ଦୃଷ୍ଟିରେ ରଖି ମିଶ୍ରଙ୍କୁ ଏଥର କଂଗ୍ରେସ ପକ୍ଷରୁ ଜିଲା ପରିଷଦ ପ୍ରାର୍ଥୀ କରାଯାଇଛି। ଭାଜପା ପ୍ରାର୍ଥୀ ସର୍ଜନସିଂହ କହିଛନ୍ତି, ଗତ ନିର୍ବାଚନରେ ଭାଜପା ସଙ୍ଗଠନ ସେଭଳି ଆଗେଇ ନ ଥିଲେ ସୁଦ୍ଧା ତାଙ୍କ ଲୋକ ସମ୍ପର୍କ କାରଣରୁ ଦଳ ସପକ୍ଷରେ ପାଖାପାଖି ୭ ହଜାର ଭୋଟ ଯାଇଥିଲା। ଏଥର ସାଙ୍ଗଠନିକ କାର୍ଯ୍ୟ ଅଧିକ କ୍ରିୟାଶୀଳ ହୋଇଛି। ତେଣୁ ଫଳ ନିଶ୍ଚୟ ମିଳିବ। ଯଶୋବନ୍ତପୁର, ତୁମ୍ବା ଅଣ୍ଢେଇସାହି, ପଲ୍ଲୀ, ଶାଳଜଙ୍ଗା ଓ ଖଇରଙ୍ଗ ପଞ୍ଚାୟତରେ ଭାଜପା ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ଜବରଦସ୍ତ ଲଢେଇ କରିବେ। ପ୍ରତି ପଞ୍ଚାୟତରେ ବିରୋଧୀଙ୍କ ଗୋଷ୍ଠୀ କନ୍ଦଳର ଫାଇଦା ଭାଜପା ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ବିଜେଡି ପ୍ରାର୍ଥୀ ସ୍ବାଇଁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ଉନ୍ନୟନମୂଳକ ଯୋଜନା ଦଳ ସପକ୍ଷରେ ଜନମତ ବୃଦ୍ଧି କରୁଛି। ଗତ ନିର୍ବାଚନ ପରି ଏଥର ମଧ୍ୟ ବିଜେଡି ସପକ୍ଷରେ ଅଧିକ ଭୋଟ ଯିବ ବୋଲି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

ବରଗଡ଼ ଏମ୍‌ପିଙ୍କ ବଡ଼ ଘୋଷଣା: ଲିପସିତ୍ , ପ୍ରୀତମଙ୍କୁ ଗୁରୁଦାୟିତ୍ବ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ସାଂସଦ (MP) ପ୍ରଦୀପ କୁମାର ପୁରୋହିତ ସୋମବାର ବରଗଡ଼ ଜିଲାର ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି (NOMINEE)…

ଦେବାଶିଷଙ୍କ ଉପରେ ବର୍ଷିଲେ ମହେଶ: କାଇଁ କହୁନାହାନ୍ତି ତ ପାଣ୍ଡିଆନଙ୍କ ପାଇଁ…

ଭୁବନେଶ୍ୱର,୨୬।୫ ରାଜ୍ୟସଭା ଏମ୍ ପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ  ପରେ ରାଜନୈତିକ ମହଳରେ ପ୍ରତିକ୍ରିୟା ଜୋର ଧରିଛି। ଏହାକୁ ନେଇ ବିଜେଡି ନେତା…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri