୧୬୭ ବର୍ଷରେ ପ୍ରଥମ ଥର ଭାଙ୍ଗିଲା ପରମ୍ପରା: ପ୍ରତିଷ୍ଠା ଦିବସରେ ଗଡିଲାନି ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ଏବେ‘ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହି ମହାମାରୀର ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଗାଡିମୋଟର ଚଳାଚଳ, ଟ୍ରେନ୍‌ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଫଳରେ ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଛିି। ଇତିମଧ୍ୟରେ ଭାରତୀୟ ରେଲଓ୍ବେ ତା’ର ପ୍ରତିଷ୍ଠା ଦିବସ ପାଳନ କରିଛି। ଏପ୍ରିଲ ୧୬ ଗୁରୁବାର ଦିନ ୧୬୭ ବର୍ଷ ବୟସରେ ପଦାର୍ପଣ କରିଛି ଭାରତୀୟ ରେଲଓ୍ବେ । ହେଲେ ଇତିହାସରେ ପ୍ରଥମ ଥର ନିଜ ପ୍ରତିଷ୍ଠା ଦିବସରେ ଭାରତୀୟ ରେଲଓ୍ବେ କୌଣସି ଯାତ୍ରୀଙ୍କୁ ଯାତ୍ରା କରାଇ ପାରିନାହିଁ। ସୂଚନାଯୋଗ୍ୟ, ୧୮୫୩ ଏପ୍ରିଲ ୧୬ରେ ଦେଶରେ ପ୍ରଥମ ଥର ଯାତ୍ରୀବାହୀ ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଥିଲା। ଏହା ପ୍ରଥମେ ମୁମ୍ବାଇରୁ ଥାନେ ପର୍ଯ୍ୟନ୍ତ ଗଡ଼ିଥିବା ବେଳେ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଯାତ୍ରା କରିଥିଲେ। ଭାରତରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବା ପରେ ସଂଘଠିତ ୨ଟି ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଟ୍ରେନ୍‌ ନିଜ ଟ୍ରାକ୍‌ରେ ଗଡ଼ିଥିଲା। ଏହାପରେ ଦେଶର ବିଭାଜନ ଓ ମହାମାରୀରେ ବି ଟ୍ରେନ୍‌ ଯାତ୍ରା ଅଟକି ନ ଥିଲା।
କୁହାଯାଏ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ସମୟରେ ଅର୍ଥାତ୍‌ ୧୯୭୪ ମସିହାରେ ପ୍ରଥମ ଥର ଭାରତୀୟମାନେ ଟ୍ରେନ୍‌ ବିନା ଜୀବନ ଅନୁଭବ କରିଥିଲେ। କାରଣ ୧୯୭୪ ମେ’ରେ ପ୍ରାୟ ୩ ସପ୍ତାହ ଧରି ରେଲଓ୍ବେ ଷ୍ଟ୍ରାଇକ୍‌ ହୋଇଥିଲା। ଟ୍ରେନ୍‌ ଡ୍ରାଇଭରମାନଙ୍କ ପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟ ସମୟ ଓ ଦରମା ଦାବି କରି ଡ୍ରାଇଭର, ଷ୍ଟେସନ ମାଷ୍ଟର, ଗାର୍ଡ, ଟ୍ରାକ୍‌ କର୍ମଚାରୀ ଓ ଅନ୍ୟମାନେ ଚକ୍କାଜାମ୍‌ କରିଥିଲେ। ହେଲେ ସେହି ମସୟରେ ବି ସମ୍ପୂର୍ଣ୍ଣ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇ ନ ଥିଲା। ଏହି ସମୟ ପରି ୪ଦଶନ୍ଧି ପୂର୍ବରୁ ମଧ୍ୟ ଆଶିଂକ ଭାବେ ଟ୍ରେନ୍‌ ଚଳାଚଳ କରିଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ମାଲବାହୀ ଟ୍ରେନ୍‌ ଓ ହାଓ୍ବଡାରୁ ଦିଲ୍ଲୀ ପର୍ଯ୍ୟନ୍ତ କାଲ୍‌କା ମେଲ ପରି ଟ୍ରଙ୍କ ମାର୍ଗରେ କିଛି ଯାତ୍ରୀବାହୀ ଟ୍ରେନ୍‌ ଚଳାଇବାକୁ ୟୁନିୟନ ପକ୍ଷରୁ ଅନୁମତି ମିଳିଥିଲା। ତେବେ ଇତିହାସରେ କେବେବି ଏତେ ଦିନ ଯାଏ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇନାହିଁ। ଦେଶରେ ଏହା ପ୍ରଥମ ଘଟଣା ବୋଲି ରେଲଓ୍ବେ ମୁଖପାତ୍ର କହିଛନ୍ତି।
କରୋନା ଭାଇରସ୍‌ ଭୟ ଯୋଗୁ ଦେଶରେ ମାର୍ଚ୍ଚ ୨୫ରୁ ମେ’୩ ଯାଏ ଟ୍ରେନ୍‌ ଚଳାଚଳ ଉପରେ ନିଷେଧାଜ୍ଞା ଜାରୀ କରାଯାଇଛିି। ଫଳରେ ଯାତ୍ରୀବାହୀ ଟ୍ରେନ୍‌ ସେବାକୁ ବି ସ୍ଥଗିତ ରଖାଯାଇଛି। ଧର ଯାତ୍ରୀବାହୀ ଟ୍ରେନ୍‌ ସେବା ୪୦ ଦିନ ଯାଏଁ ବାଧାପ୍ରାପ୍ତ ହୋଇଥିବାରୁ ପୂର୍ବରୁ ଯାତ୍ରୀମାନେ ବୁକ୍‌ କରିଥିବା ୯୪ଲକ୍ଷ ଟିକେଟକୁ ଏବେ ରଦ୍ଦ କରାଯାଇଛି। ଫଳରେ ଏବେ ରେଲଓ୍ବେକୁ ପ୍ରାୟ ୧୪୯୦କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। କାରଣ ଲକ୍‌ଡାଉନ୍‌ ସମୟରେ ବୁକ୍‌ ହୋଇଥିବା ଟିକେଟର ସମସ୍ତ ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯିବ ବୋଲି ଭାରତୀୟ ରେଲଓ୍ବେ ପୂର୍ବରୁ ଘୋଷଣା କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତ ନିର୍ମାଣ ଲାଗି କର୍ତ୍ତବ୍ୟକୁ ଗୁରୁତ୍ୱ ଦିଅ

ନୂଆଦିଲ୍ଲୀ,୨୫ା୧(ପି.ଟି.): ଦେଶ ପାଇଁ କର୍ତ୍ତବ୍ୟ କରି ଉଦାହରଣ ସୃଷ୍ଟି କରିବା ସହ ନୂଆ ଭାରତ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାରେ ସହାୟକ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ: ସଞ୍ଜୟ ରାଉତ

ମୁମ୍ବାଇ,୧୩।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ। ଏନେଇ ଆଲୋଚନା ଜାରି ରହିଛି ବୋଲି ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ହସ୍ପିଟାଲରୁ ବାହାରିବା ପରେ...

୨ ଯୁବକଙ୍କୁ ପିଟି ହତ୍ୟା

ଜାମୁଇ,୨୯।୭: ବିହାରର ଜାମୁଇ ଜିଲା ସିମୁଲତାଲା ଥାନା ଅଧୀନରେ ୨ ଯୁବକଙ୍କୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ମଙ୍ଗଳବାର ପୋଲିସ ସୂଚନା ମତାବକ...

ଭାରତ ଫେରିଲେ ୧୪ଶହ

ନୂଆଦିଲ୍ଲୀ,୧।୩: ଯୁଦ୍ଧଭୂମି ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି ଭାରତ ସରକାର। ବିନା ବିରତିରେ ଭାରତୀୟଙ୍କ ଉଦ୍ଧାର ଚାଲିଛି। ‘ମିଶନ ଗଙ୍ଗା’...

ଭାରତ-ପାକିସ୍ତାନ ମ୍ୟାଚ୍‌ ବାତିଲ କରିବାକୁ ଦାବି କଲେ ଓଓ୍ବାଇସି

ନୂଆଦିଲ୍ଲୀ,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଗତ କିଛିଦିନ ହେବ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ଏସବୁ ଘଟଣା ଭିତରେ ଆସନ୍ତା ୨୪ରେ...

୧୨ବର୍ଷ ବୟସ ବାଳକଙ୍କୁ ମିଳିଥିଲା ପ୍ରଥମ ‘ପରିଚୟ’, ଆସାମ ହିଂସା ଛଡାଇ ନେଲା ଜୀବନ

ଗୁଆହାଟି,୨୫ ।୯: ଆସାମରେ ହୋଇଥିବା ହିଂସାରେ ଜଣେ ୧୨ ବର୍ଷ ବୟସ ପିଲାର ଜୀବନ ଯିବା ଘଟଣା ଏବେ ଆଲୋଚନାର ପରିସରକୁ ଚାଲି ଅସିଛି ।...

କର୍ନାଟକର ବିଦ୍ରୋହୀ ବିଧାୟକ ମାଗିଲେ ୪ ସପ୍ତାହ ସମୟ

ବେଙ୍ଗାଲୁରୁ,୨୩।୭: କର୍ନାଟକ ରାଜନୀତି ଦିନକୁ ଦିନ ନୂଆ ମୋଡ ନେଉଛି। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ମେଣ୍ଟ ସରକାରର ଆସ୍ଥା ଭୋଟକୁ ନେଇ ଚାଲିଛି ନାଟକ। ସୋମବାର...

ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ଆବଶ୍ୟକ ୫୭ ହଜାର କୋଟି…

ଲକ୍ଷ୍ନୌ,୨୦।୩ : ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ ଇନିଂସରେ କିଏ ନୂତନ ଅର୍ଥମନ୍ତ୍ରୀ ହେବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ନୂତନ...

Advertisement
Archives

Model This Week