ହିସାବ ଚୂଡ଼ାନ୍ତ କରିବା ପାଇଁ ଏୟାର ଇଣ୍ଡିଆକୁ ୫୦ ଦିନ ସମୟ

ନୂଆଦିଲ୍ଲୀ,୧୨-୫: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଉପରେ ଏବେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ବକେୟା ରହିଛି। ଚଳିତ ଆର୍ଥିକ ବର୍ଷରେ ଉଡ଼ାଣ ଭରିବାକୁ ହେଲେ ଏହାକୁ ଅତିକମ୍‌ରେ ୧୨ ହଜାର କୋଟି ଟଙ୍କାର ବକେୟା ଋଣ ଫେରସ୍ତ କରିବାକୁ ହେବ। ଏଣୁ ଏ ସମ୍ପର୍କରେ ନୂଆ ସରକାର ନିଷ୍ପତ୍ତି ନେବେ। ଏହି କାରଣରୁ ଗତ ଆର୍ଥିକ ବର୍ଷ ୨୦୧୮-୧୯ର ହିସାବକିତାବ ଚୂଡ଼ାନ୍ତ କରିବା ଲାଗି କେନ୍ଦ୍ର ସରକାର ଏୟାର ଇଣ୍ଡିଆ ଓ ଏହାର ସହାୟକ କମ୍ପାନୀଗୁଡ଼ିକର ମ୍ୟାନେଜମେଣ୍ଟକୁ ୫୦ ଦିନ ସମୟ ଦେଇଛନ୍ତି। ଆଗାମୀ ଦିନରେ ବିଡ଼୍‌ ପ୍ରକ୍ରିୟା ଆରମ୍ଭ କରିବା ଲାଗି ନୂଆ ସରକାର ଏହାକୁ ଆଧାର ଭାବେ ଗ୍ରହଣ କରିବେ। ବେସାମରିକ ବିମାନ ଚଳାଚଳ ସଚିବ ପି.ଏସ୍‌. ଖରୋଲା ଏ ସମ୍ପର୍କରେ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପ୍ରିଲ ପହିଲାରେ ଏୟାର ଇଣ୍ଡିଆ ଓ ଏହାର ସହଯୋଗୀ କମ୍ପାନୀଗୁଡ଼ିକୁ ବିକ୍ରି କରିବା ନେଇ ଆଲୋଚନା କରାଯାଇଥିଲା। ଏଆଇଏଟିଏସ୍‌ଏଲ୍‌, ଏଆଇଇଏସ୍‌ଏଲ୍‌ ଏବଂ ଏଏଏସ୍‌ଏଲ୍‌ରୁ ପୁଞ୍ଜିପ୍ରତ୍ୟାହାରକୁ ତ୍ୱରାନ୍ବିତ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି କାରଣରୁ ଏଗୁଡ଼ିକର ୨୦୧୮-୧୯ର ଅଡିଟ୍‌ ହୋଇଥିବା ହିସାବକିତାବ ରିପୋର୍ଟ ଆବଶ୍ୟକ। ଜୁନ୍‌ ସୁଦ୍ଧା ଏହି ରିପୋର୍ଟ ପ୍ରଦାନ କରିବାକୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲୁ ହେବ ବନ୍ଦ ଏଲ୍‌ଆଇସି ପଲିସି

ନୂଆଦିଲ୍ଲୀ, ୨୪ ।୮ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପଲିସି ବନ୍ଦ ହୋଇଯାଇଥିଲେ ଉପଭୋକ୍ତା ଏହାକୁ ପୁଣି ଥରେ ଚାଲୁ କରିପାରିବେ। ଅକ୍ଟୋବର ୨୨ ଯାଏ...

ୟୁନିଟେକ୍‌ ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁକଲା ସିବିଆଇ

ନୂଆଦିଲ୍ଲୀ: କାନାରା ବ୍ୟାଙ୍କ ଠକେଇ ମାମଲାରେ ୟୁନିଟେକ୍‌ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ସଞ୍ଜୟ ଚନ୍ଦ୍ରାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମାମଲା ରୁଜୁ କରିଛି। ଏହି ମାମଲାରେ...

ନାସ୍‌କମ୍‌ର ଅଧ୍ୟକ୍ଷ ହେଲେ ରାମାନୁଜମ

ନୂଆଦିଲ୍ଲୀ,୨୮।୪: ଟିସିଏସ୍‌ର ସଭାପତି (ଏଣ୍ଟରପ୍ରାଇଜ୍‌ ଗ୍ରୋଥ୍‌ ବିଜ୍‌ନେସ୍‌) କ୍ରିଷ୍ଣନ ରାମାନୁଜମ ଚଳିତ ଆର୍ଥିକ ବର୍ଷ ପାଇଁ ନାସ୍‌କମ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ୨୦୨୧-୨୨ରେ ସେ...

ବ୍ୟାଙ୍କିଙ୍ଗ ଉଦ୍ୟୋଗ ମହଙ୍ଗା ଭତ୍ତା ୬୮.୧%

ଭୁବନେଶ୍ୱର,୨-୮(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମେ’ ମାସରେ ୩୧୪ ପଏଣ୍ଟ ଥିଲା। ଏହା ଜୁନରେ ୨ ପଏଣ୍ଟ...

ବଜାର ସ୍ଥିତି ଉପରେ ଆର୍‌ବିଆଇ ନଜର: ଶକ୍ତିକାନ୍ତ

ନୂଆଦିଲ୍ଲୀ,୧୮।୪: କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ଚ୍ୟାଲେଞ୍ଜିଂ ସ୍ଥିତି ଉପରେ ବର୍ତ୍ତମାନ କେନ୍ଦ୍ରୀୟ ବ୍ୟାଙ୍କ ତୀକ୍ଷ୍‌ଣ ନଜର ରଖିଛି। ସ୍ଥିତିରେ ସୁଧାର ଆଣିବା ଲାଗି ବ୍ୟାଙ୍କ...

କ୍ଷୁଦ୍ର,ମଧ୍ୟମ ବାଣିଜ୍ୟକୁ ଫେସ୍‌ବୁକ ଦେବ ୫୦ ଲକ୍ଷ ଟଙ୍କାର ଋଣ

ନୂଆଦିଲ୍ଲୀ,୨୨।୮: ଯଦି କ୍ଷୁଦ୍ର ଏବଂ ମଧ୍ୟମ ବାଣିଜ୍ୟ ଚଳାଉଛନ୍ତି ଏବଂ ଆପଣଙ୍କୁ ପୁଞ୍ଜିର ଆବଶ୍ୟକତା ରହିଛି ତେବେ ଏହା ପାଇବା ଲାଗି ନୂଆ ବିକଳ୍ପ ଆସିଛି। ଗ୍ଲୋବାଲ...

ବଦଳିକୁ ବିରୋଧ;ସୁଭାଷ ଗର୍ଗ ଭିଆର୍‌ଏସ୍‌ ନେବେ

ନୂଆଦିଲ୍ଲୀ,୨୬-୭: ରାଜସ୍ଥାନ କ୍ୟାଡର ଆଇଏଏସ୍‌ ଅଧିକାରୀ ସୁଭାଷ ଚନ୍ଦ୍ର ଗର୍ଗ ବିଭାଗ ବଦଳିବାର ଦିନକ ପରେ ସ୍ବେଚ୍ଛା ଅବସର ଯୋଜନା(ଭିଆର୍‌ଏସ୍‌)ରେ ଆବେଦନ କରିଛନ୍ତି। ତାଙ୍କୁ ବୁଧବାର...

ସମବାୟ ବ୍ୟାଙ୍କ ଚେକ୍‌ କ୍ଲିୟରାନ୍ସରେ ସମସ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୩: ୟେସ୍‌ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କର ଉଠାଣ କଟକଣା ଯୋଗୁ ଉକ୍ତ ବ୍ୟାଙ୍କର ବିଭିନ୍ନ ପେମେଣ୍ଟ ଏବଂ ଫଣ୍ଡ ଟ୍ରାନ୍ସଫର ସେବା ପ୍ରଭାବିତ ସ୍ଥିତିରେ ରହିଛି।...

Advertisement
Archives

Model This Week