ହିତାଧିକାରୀଙ୍କୁ ୩ମାସର ରାସନ ସାମଗ୍ରୀ ବଣ୍ଟନ

ହାଟଡ଼ିହୀ,୧୬।୪(ଡି.ଏନ୍‌.ଏ.): କରୋନା ରୋଗର ମୁକାବିଲା ପାଇଁ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଢେଙ୍କା ପଞ୍ଚାୟତରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ଓ ସରପଞ୍ଚ ନିମାଇଁ ସାମଲଙ୍କ ଉପସ୍ଥିତିରେ ଢେଙ୍କା ପଞ୍ଚାୟତର ହିତାଧିକାରୀଙ୍କୁ ଏପ୍ରିଲ, ମେ’ ଓ ଜୁନ ୩ମାସର ରାସନ ସାମଗ୍ରୀ ଏକାଥରକେ ବଣ୍ଟନ କରାଯାଇଛି। ଏଥିସହ ରାସନ କାର୍ଡ ପିଛା ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। କିନ୍ତୁ କେତେକ ବ୍ୟକ୍ତିଙ୍କର ରାସନ କାର୍ଡ ନ ଥିବାରୁ ସେମାନଙ୍କୁ ଯୋଗାଣ ସାମଗ୍ରୀ ମଳିପାରୁ ନ ଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ପକ୍ଷରୁ ଶହେ ଜଣଙ୍କୁ ଦୁଇ ଓଳି ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡ଼ିଛି। ସେହିପରି ଜିଆରଏସ୍‌ ପ୍ରଫୁଲ୍ଲ ମାଝୀ ଓ ପିଇଓ ନରହରି ନାୟକ ଘର ଘର ବୁଲି ହିତାଧିକାରୀଙ୍କୁ ଭତ୍ତା, ସାବୁନ, ମାସ୍କ ପ୍ରଦାନ କରିଛନ୍ତି। ଏଥିସହ ନିର୍ମାଣ ଶ୍ରମିକଙ୍କୁ ଦେଢ଼ ହଜାର ଟଙ୍କା ବଣ୍ଟନ କରାଯାଇଛି। ଅପରପକ୍ଷେ ଜିଲାରେ ଆଇସୋଲେଶନ୍‌ କେନ୍ଦ୍ର ଖୋଲା ସରିଥିବା ବେଳେ ବିଡ଼ିଓ ଓ ଯୋଗାଣ ଅଧିକାରୀ ଉକ୍ତ ପଞ୍ଚାୟତର ସମସ୍ତ କାର୍ଯ୍ୟକୁ ତଦାରଖ କରୁଛନ୍ତି। ଏହି ପଞ୍ଚାୟତ ଅଧିନରେ ୧୯ଟି ୱାର୍ଡ ରହିଥିବା ବେଳେ ଏହା ଏକ ଆଦିବାସୀ ପଞ୍ଚାୟତ। କରୋନା ଭାଇରସ୍‌ର ମୁକାବିଲା ଲାଗି ପଞ୍ଚାୟତ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସ୍ବାଗତ କରାଯିବା ସହ ଜିଆରଏସ ଓ ପିଇଓଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଇଛ।


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ୱାଲ୍‌ ପେଣ୍ଟିଂ: ପଡ଼ି ରହିଛି ଲକ୍ଷାଧିକ ଟଙ୍କା

ବାଲେଶ୍ୱର ଅଫିସ,୩।୪-କରୋନା ସମୟରେ ସରକାର ସହରାଞ୍ଚଳରେ ବସବାସ କରୁଥିବା ଚିତ୍ରଶିଳ୍ପୀ, କାରିଗର ଓ ମହିଳାଗୋଷ୍ଠୀମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରିଥିଲେ।...

ପାଣିରେ ମରିପାରନ୍ତି କରୋନା ଭାଇରସ୍‌!

ମସ୍କୋ,୩୧।୭: ମହାମାରୀ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ବିଭିନ୍ନ ଦେଶରେ କରୋନାର ବର୍ଦ୍ଧିତ ମାମଲା ସାମ୍ନାକୁ ଆସୁଛି। ଏଥିରୁ ରକ୍ଷା...

ମଦ ଦୋକାନ ଭାଙ୍ଗି ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ମଦ ଲୁଟ୍‌

ତିହିଡି,୧୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ବଜାରରେ ଥିବା ଏକ ବିଦେଶୀ ମଦ ଦୋକାନ ଭାଙ୍ଗି ରବିବାର ରାତିରେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ଦାୟିତ୍ୱରେ...

ଯାନ୍ତ୍ରିକ ତ୍ରୁଟି ଯୋଗୁ ସନ୍ଧ୍ୟା ୬ଟାରେ ବି ହୋଇପାରିଲାନି ଟ୍ରେନ୍‌ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୧।୫: ପ୍ରାୟ ୪୮ ଦିନ ପରେ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ସେବା ମେ ୧୨ରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ମେ ୧୧ରେ ଅପରାହ୍ନ...

୧୨ ଘଣ୍ଟା ବାଲେଶ୍ୱର ବନ୍ଦ

ବାଲେଶ୍ୱର ଅଫିସ, ୧୭ା୬ ବାଲେଶ୍ୱର ଜିଲା ପୋଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଏହାର ପ୍ରତିବାଦରେ ଗୁରୁବାର ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା...

ଅଶ୍ଲୀଳ ମେସେଜ ପଠାଇ ଯୁବକ ଗିରଫ

ଚମ୍ପୁଆ,୧୯ା ୫(ଡି.ଏନ.ଏ)-କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳର ଏକ ବିବାହିତା ମହିଳାଙ୍କୁ ଅଶ୍ଲୀଳ ଭିଡିଓ ଓ ମେସେଜ ପଠାଇ ବାରମ୍ବାର ହଇରାଣ ହରକତ କରୁଥିବାରୁ ଜଣେ...

ସମନ୍ବିତ ଆୟୁଷ ହସ୍ପିଟାଲ ପ୍ରକଳ୍ପକୁ ଅପେକ୍ଷା

ବାଲେଶ୍ୱର ଅଫିସ,୧୪।୭-ଆଧୁନିକ ଔଷଧ ଓ ବ୍ୟୟବହୁଳ ଚିକିତ୍ସା ପଦ୍ଧତିରେ ପାର୍ଶ୍ୱ ପ୍ରତିକ୍ରିୟା ଥିବାରୁ ଏକ ସୁସ୍ଥ ଜୀବନ ପାଇଁ ଜନସାଧାରଣ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ଆପଣାଉଛନ୍ତି।...

ଜାତୀୟ କନ୍ୟାସନ୍ତାନ ଦିବସ କନ୍ୟା ଏକ ଉଜ୍ଜ୍ୱଳ ତାରକା

ଗଣିଆ,୨୬ା୧(ଡି.ଏନ୍‌.ଏ.): ପୁଅଟିଏ ଜନ୍ମହେଲେ ରୋଜଗାର କରି ପୋଷିବ ଓ ବଂଶ ରକ୍ଷା କରିବ ା କନ୍ୟା ସନ୍ତାନ ଜନ୍ମ ହେଲେ ପରଘରକୁ ଚାଲିଯିବ ଏବଂ ବିବାହ...

Advertisement
Archives

Model This Week