Posted inଜାତୀୟ

ହାତୀକୁ ଖୁଆଇଦେଲେ ବାଣଭର୍ତ୍ତି ସପୁରି

ନୂଆଦିଲ୍ଲୀ/ଥିରୁଭାନନ୍ଥପୁରମ୍‌, ୪।୬: ନିରୀହ ପ୍ରାଣୀଙ୍କ ପ୍ରତି ମନୁଷ୍ୟର ବର୍ବରତା ସୀମା ଟପିବାରେ ଲାଗିଛି। ହେଲେ ନିକଟର କେରଳ ରାଜ୍ୟର ମଲ୍ଲାପୁରମ୍‌ରୁ ଆସିଥିବା ପ୍ରାଣୀ ନିଷ୍ଠୁରତାର ହୃଦୟ ବିଦାରକ ଚିତ୍ର ସବୁ ସୀମାକୁ ପାର୍‌ କରିଯାଇଛି। ଏଠାରେ ଏକ ଗର୍ଭିଣୀ ହାତୀକୁ କେତେଜଣ ଦୁର୍ବୃତ୍ତ ଅତି ଅମାନବୀୟ ଭାବେ ବାଣଭର୍ତ୍ତି ସପୁରି ଖାଇବାକୁ ଦେଇ ହତ୍ୟା କରିଛନ୍ତି। ସବୁଠାରୁ ଦୁଃଖର ବିଷୟ ହାତୀଟି ୩ଦିନ ଧରି ଯନ୍ତ୍ରଣାରେ ଛଟପଟ ହେବାପରେ ଏକ ନଦୀ ଭିତରେ ପ୍ରାଣ ହରାଇଛି। ବନ ବିଭାଗ କ୍ଷତାକ୍ତ ହାତୀର ଫଟୋକୁ ପ୍ରଘଟ କରିବା ପରେ ସୋସିଆଲ ମିଡିଆରେ ବର୍ଷିଛନ୍ତି ହାତୀପ୍ରେମୀ। ଉକ୍ତ ମୃତହାତୀକୁ ନ୍ୟାୟ ଦେବା ଏବଂ ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜନେତା, ବଲିଉଡ୍‌ ଷ୍ଟାର ଏବଂ କ୍ରୀଡ଼ାବିତ୍‌ମାନେ କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି।
ମଲ୍ଲାପୁରମ୍‌ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି ଯେ, ଜଙ୍ଗଲରେ ରହୁଥିବା ଏହି ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତିକୁ ଚାଲିଆସିଥିଲା। ରାସ୍ତାରେ ବୁଲୁଥିବା ଉକ୍ତ ଭୋକିଲା ହାତୀକୁ କେତେଜଣ ବଗୁଲିଆ ସପୁରି ଭିତରେ ବିସ୍ଫୋରକ ଭର୍ତ୍ତି ବାଣ ରଖି ଖାଇବାକୁ ଦେଇଥିଲେ। ହାତୀଟି ସପୁରି ଖାଇବା ମାତ୍ରକେ ବାଣ ବିସ୍ଫୋରଣ ହୋଇଗଲା। ଏଥିରେ ହାତୀର ପାଟି, ଶୁଣ୍ଢ ଗଭୀର ଭାବେ କ୍ଷତାକ୍ତ ହୋଇଥିଲା। ପ୍ରାଣ ବିକଳରେ ହାତୀ ଏଣେତେଣେ ଦୌଡ଼ିବାକୁ ଲାଗିଲା। ଶେଷରେ ଯନ୍ତ୍ରଣାର ଉପଶମ ଲାଗି ଗଁା ନିକଟରେ ପ୍ରବାହିତ ଭେଲ୍ଲିୟାର ନଦୀରେ ପଶିଯାଇ କ୍ଷତାକ୍ତ ଶୁଣ୍ଢକୁ ବୁଡ଼ାଇ ରଖିଥିଲା।

ଏହି ଘଟଣା ପ୍ରଚାରିତ ହେବାପରେ ବନ ବିଭାଗ ପକ୍ଷରୁ ହାତୀକୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା। ହାତୀକୁ ପାଣିରୁ ବାହାରକୁ ଆଣିବା ଲାଗି ଅନ୍ୟ ୨ ହାତୀର ସହାୟତା ମଧ୍ୟ ନିଆଯାଇଥିଲା। ହେଲେ ହାତୀକୁ ହୁଏତ ଅନୁଭବ ହୋଇସାରିଥିଲା ସେ ଏବଂ ତା’ ପେଟରେ ଥିବା ଛୁଆ ଆଉ ବଞ୍ଚତ୍ବେ ନାହିଁ। ତେଣୁ ସେ ନିର୍ବିକାର ଭାବେ ପାଣି ଭିତରେ ଛିଡ଼ାହୋଇ ରହିଥିଲା। ହାତୀକୁ ବଞ୍ଚାଇବା ଲାଗି ନିଆଯାଇଥିବା ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ମେ’ ୨୭ ଅପରାହ୍ନ ୪ଟାରେ ହାତୀଟିର ଦୁଃଖଦ ମୃତ୍ୟୁ ଘଟିଥିଲା। ହାତୀ ମୃତଦେହକୁ ଟ୍ରକ୍‌ରେ ନିଆଯାଇ ଜଙ୍ଗଲରେ ଶେଷକୃତ୍ୟ କରାଯାଇଛି। ରେସ୍କ୍ୟୁ ଟିମ୍‌ରେ ସାମିଲ ଥିବା ବନ ବିଭାଗ ଅଧିକାରୀ ମୋହନ କୃଷ୍ଣାନ୍‌ ହାତୀର ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଦୁଃଖଭରା ପୋଷ୍ଟ ଲେଖିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି, ମଣିଷ ଉପରେ ଭରସା କରି ସପୁରି ଖାଇଦେବା ହାତୀର ବୋଧେ ଭୁଲ୍‌ ଥିଲା। ଅନ୍ତିମ କ୍ଷଣରେ ସେ ନିଜର ମୃତ୍ୟୁ ପାଇଁ ନୁହେଁ, ବରଂ ତା’ ପେଟରେ ବଢୁଥିବା ଛୁଆ ଲାଗି ନିଶ୍ଚୟ ଭାବେ ବେଶି ଚିନ୍ତିତ ହୋଇଥିବ; ଯାହାକୁ ସେ ୧୮ରୁ ୨୦ମାସ ମଧ୍ୟରେ ଜନ୍ମ ଦେଇଥାନ୍ତା।
ଅନ୍ୟପଟେ ସୋସିଆଲ ମିଡିଆରେ ହାତୀର ଯନ୍ତ୍ରଣାଦାୟକ ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେଜଣ ୟୁଜର୍ସ ହାତୀ ପ୍ରତି ସମବେଦନା ଜଣାଇ ଲେଖିଛନ୍ତି ଯେ, ଏମିତି କାମ କରିଥିବା ବ୍ୟକ୍ତି ମଣିଷ ନୁହେଁ ରାକ୍ଷସ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ମଣିଷର ଏପରି କୁକର୍ମ ଲାଗି ହିଁ କରୋନା ମହାମାରୀ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ପାକିସ୍ତାନଠାରୁ କଶ୍ମୀରକୁ ରକ୍ଷାକରିବା ଲାଗି ବିଜୁ ବାବୁ ଯୁଦ୍ଧବିମାନ ଉଡ଼ାଇଥିଲେ’

ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ପାକିସ୍ତାନ କବଳରୁ ରକ୍ଷାକରିବା ଲାଗି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯୁଦ୍ଧବିମାନ ଉଡ଼ାଇଥିଲେ ବୋଲି ଲୋକ ସଭାରେ ବିଜେଡି ସଂସଦୀୟ ଦଳ...

ପରଲୋକରେ ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତି

ମୁମ୍ବାଇ,୧୧।୬: ଟେଲି କଳାକାର ତଥା ଶ୍ରୀ ଗଣେଷ ଫେମ୍‌ ଅଭିନେତା ଜଗେଶ ମୁକାତିଙ୍କ ନିଧନ ହୋଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ...

ଅନୀଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୯।୯: ରୁଣରେ ବୁଡିଥିବା ପ୍ରଖ୍ୟାତ ବ୍ୟବସାୟ ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ମେଟ୍ରୋ (ଡିଏମଆରସି) ବିରୋଧରେ ହୋଇଥିବା ମାମଲାରେ ଏକ...

ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ରାଜି ନୁହେଁ ରାହୁଲ

ନୂଆଦିଲ୍ଲୀ,୬।୭: କଂଗ୍ରେସ ଦଳରେ ଖୁବ୍‌ଶୀଘ୍ର ବଡ ଧରଣର ଅଦଳବଦଳ ହେବାକୁ ଯାଉଥିବା ସୂଚନା ମିଳିଛି। ଯେଉଁ ନେତାମାନେ ସଚିବ ଓ ପ୍ରଭାରୀଙ୍କ ମଧ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା...

ଉନ୍ନାଓ ପୀଡିତାଙ୍କ ପରିବାରର ସମସ୍ତ ଦାବି ପୂରଣ କରାଯିବ: ଲକ୍ଷ୍ନୌ କମିଶନର

ଲକ୍ଷ୍ନୌ,୮।୧୨: ଉନ୍ନାଓ ପୀଡିତାଙ୍କ ପରିବାର ଯେଉଁସବୁ ଦାବି କରିଥିଲେ ତାହା ପୂରଣ କରାଯିବ ବୋଲି ଶନିବାର କଥା ଦେଇଛନ୍ତି ଉତ୍ତର ପ୍ରଦେଶ ପ୍ରଶାସନ। ଲକ୍ଷ୍ନୌ ଡିଭିଜନାଲ...

ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୫ା୪- କରୋନା ସହ ଲଢ଼େଇରେ ମହାରାଷ୍ଟ୍ରକୁ ଅକ୍ସିଜେନ ଦରକାର ଥିବାବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ରିଫାଇନାରିରୁ ଉତ୍ପାଦିତ ଅକ୍ସଜେନକୁ ମହାରାଷ୍ଟ୍ରକୁ...

ନୂଆବର୍ଷରେ କବିତା ଲେଖିଲେ ମୋଦି

ନୂଆଦିଲ୍ଲୀ,୧ ।୧: ବିଦାୟ ନେଇଛି ପୁରୁଣା ବର୍ଷ ୨୦୨୦ । ଏକ ନୂଆ ସକାଳ ନେଇ ପାଦ ଥାପି ସାରିଛି ଇଂରାଜୀ ନୂଆବର୍ଷ ୨୦୨୧ ।...

ସୁପ୍ରିମକୋର୍ଟ ଗଲେ ରିପବ୍ଲିକ ଟିଭି ସିଏଫ୍‌ଓ

ନୂଆଦିଲ୍ଲୀ,୧୧।୧୦: ଟିଭି ରେଟିଂ ପଏଣ୍ଟ (ଟିଆର୍‌ପି) ଦୁର୍ନୀତିକୁ ନେଇ ମୁମ୍ବାଇ ପୋଲିସ ପକ୍ଷରୁ ଅକ୍ଟୋବର ୯ରେ ସମନ ଜାରି କରାଯିବା ପରେ ଏହାକୁ ବିରୋଧ କରି...

Advertisement
Archives

Model This Week