ହାଟଡ଼ିହୀ ଅଞ୍ଚଳର ୩ ପ୍ରମୁଖ ରାସ୍ତାର ଶିଳାନ୍ୟାସ କଲେ ବିଧାୟକ

ହାଟଡ଼ିହୀ,୨୮।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ତିନୋଟି ସ୍ଥାନରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ବୁଧବାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ଶିଳାନ୍ୟାସ କରିଛନ୍ତି। ଛେନାପଦିରୁ ପଞ୍ଚୁଗୋଛିଆ ୬ କିମି ୨୦୦ ମି. ରାସ୍ତା ପାଇଁ ୨ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ସେହିପରି ନିଉଦାନିରୁ ମଉଦା ପର୍ଯ୍ୟନ୍ତ ୫ କିମି ୨୦୦ ମି. ରାସ୍ତା ପାଇଁ ୨ କୋଟି ୯ ଲକ୍ଷ ଏବଂ ବରାଙ୍ଗରୁ ସୁନ୍ଦରାପାଳ ପାଇଁ ୧ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। ଏହି ତିନୋଟି ରାସ୍ତା ହାଟଡିହୀ ଅଞ୍ଚଳର ବେଶ ଗୁରୁତ୍ୱପୁର୍ଣ୍ଣ ରାସ୍ତା ଭାବେ ଜଣାଶୁଣା।
ପ୍ରଥମେ ବିଧାୟକ ଛେନାପଦି ବିଶ୍ୱ ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଛେନାପଦୀ, ସୋସୋ, ଜମ୍ଭୀରା ପ୍ରଭୃତି ଅଞ୍ଚଳ ଗସ୍ତକରି ସେଠାରେ ରାସ୍ତାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ବିଜେଡି ଜିଲା ସଭାପତି ବିମ୍ବାଧର ବିଶ୍ୱାଳ, ଠିକାଦାର ଧବଳେଶ୍ୱର ପଟ୍ଟନାୟକ ଓ ସଂଗ୍ରାମ ଲେଙ୍କା, ଯନ୍ତ୍ରୀ ଦଶରଥ ସେଠୀ, କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ସମେତ ବହୁକର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଶହରା ଛୁଟିରେ ଆସିଥିଲେ ମାମୁଘର: ଚାଲିଗଲା ଜୀବନ

ଏମ୍‌ଭି ୭୯,୯ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ମାଲଭାରମ ପଞ୍ଚାୟତ ସାଡ଼ବାନପାଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ବିଜୟ...

କରୋନାଠାରୁ ଗ୍ୟାସ୍‌ ନିର୍ଗତ ଥିଲା ବେଶି ଭୟଙ୍କର

ଜୟପୁର,୧୦ା୫(ଡି.ଏନ୍‌.ଏ.)- କାରୋନା ଭୂତାଣୁ ଯେତେ ଭୟ ସୃଷ୍ଟି କରି ନ ଥିଲା ନିର୍ଗତ ବିଷାକ୍ତ ଗ୍ୟାସ୍‌ ତା’ଠାରୁ ଅଧିକ ଭୟଙ୍କର ଥିଲା। ଚାରିଆଡ଼େ ଲୋକଙ୍କ ମୃତ୍ୟୁ...

କଶ୍ମୀର କୋଳି ଚାଷରେ ସ୍ବାବଲମ୍ବୀ ରାଜେନ୍ଦ୍ର

କଳିଙ୍ଗନଗର,୨୩ା୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳରେ ନବେ ଦଶକରୁ କୃଷି ଧୂଳିସାତ ହୋଇସାରିଛି। ଅନ୍ୟପକ୍ଷରେ ଏହି ଶିଳ୍ପାଞ୍ଚଳରେ ନିଯୁକ୍ତି ନ ପାଇ ଯୁବଗୋଷ୍ଠୀ ହତାଶ ହେଉଥିବାବେଳେ ନିଜ ନାଆରେ...

ଦୁଇଦିନ ପରେ ଉଦ୍ଧାର ହେଲା ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ,୧୭ା୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ବାଉଁଶଖଣା ଗ୍ରାମର ନିଖୋଜ ଥିବା ମତ୍ସ୍ୟଜୀବୀ ରମେଶ ବରାଇ(୫୫)ଙ୍କ ମୃତଦେହ ଶୁକ୍ରବାର ସକାଳୁ ସୁବର୍ଣ୍ଣରେଖା କୁମ୍ଭୀରଗଡ଼ି ଗ୍ରାମସ୍ଥିତ...

ରଙ୍ଗଲଗା ବୋର୍ଡରେ ପୁରୁଣା ସୂଚନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ମିନି ଷ୍ଟାଡିୟମ ନିର୍ମାଣ କାମରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଗୁରୁବାର ପୁରୁଣା ସୂଚନା ଫଳକରେ ରଙ୍ଗଲଗାଇ ନୂଆ ସୂଚନା...

୧୪ରେ କେସିଙ୍ଗା ଗସ୍ତରେ ଯିବେ ଅପରାଜିତା ଷଡ଼ଙ୍ଗୀ

କେସିଙ୍ଗା ,୧୩।୧୧(ଡି.ଏନ୍‌.ଏ.): ଆସନ୍ତା ୧୪ ତାରିଖ ରବିବାର ଭୁବନେଶ୍ୱର ଏମ୍‌ପି ତଥା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ କଳାହାଣ୍ଡିର କେସିଙ୍ଗା ଗସ୍ତରେ ଯିବେ। ଏ...

ଏସ୍‌କେଡି କେନ୍ଦ୍ର ପରିଦର୍ଶନ ସମୟରେ ଦିବ୍ୟାଙ୍ଗଙ୍କୁ ଜୋତା ପିନ୍ଧାଇଲେ ମନ୍ତ୍ରୀ

ଟିଟିଲାଗଡ଼,୧୦।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଥିବା ଏସ୍‌କେଡି କେନ୍ଦ୍ରକୁ ଶନିବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପରିଦର୍ଶନ କରିଛନ୍ତି। ଏହି...

ପୁଅର ବର୍ବର କାଣ୍ଡ: କାଠଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଫୁଲବାଣୀ ଅଫିସ,୨୭।୫: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ନିଜ ମା’ଙ୍କୁ କାଠ...

Advertisement
Archives

Model This Week