ନଗର ଉନ୍ନୟନ ମନ୍ତ୍ରୀଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ, ଭାରତର ପ୍ରଥମ ଆଇଟିଏମ୍‌ଏସ୍‌ ବ୍ୟବସ୍ଥାର କଲେ ଶୁଭାରମ୍ଭ

ବ୍ରହ୍ମପୁର ଅଫିସ,୨୮।୮: ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମ୍‌ଏସ୍‌) ସମଗ୍ର ଭାରତରେ ପ୍ରଥମ। ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ବିଏମ୍‌ସିର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପର ଉଦଘାଟନ ଉତ୍ସବରେ ଯୋଗଦେଇ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି । ଗଞ୍ଜାମ ଜିଲାର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଆସନ୍ତା ଡିସେମ୍ବର ସୁଦ୍ଧା ଜିଲାର ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଆସନ୍ତା ୫ବର୍ଷ ମଧ୍ୟରେ ସମସ୍ତ ପଞ୍ଚାୟତ, ଗ୍ରାମାଞ୍ଚଳରେ ପାନୀୟ ଜଳ ସଙ୍କଟ ଦୂର ହେବ ବୋଲି ମନ୍ତ୍ରୀ ଜେନା ପ୍ରତିଶ୍ରୁତି ଦେଇଛନ୍ତି । ଏହା ବ୍ୟତୀତ ସରକାରଙ୍କ ଯୋଜନାଗୁଡ଼ିକ କିପରି ସାଧାରଣ ଲୋକ ତଥା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ସେ ଦିଗରେ ପଦକ୍ଷେପ ନିଆଯାଉଛି । ଯୋଜନାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଆଳରେ ସେମାନଙ୍କୁ ଶୋଷଣ କରୁଥିବା ଦଲାଲଙ୍କୁ ମଧ୍ୟ ନିୟନ୍ତ୍ରଣ କରିବା ଦିଗରେ ଆଗାମୀ ଦିଗରେ ଦୃଢ଼ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ସୂଚାଇଥିଲେ । ଏହି ଅବସରରେ ବିଏମ୍‌ସି ପରିସରରେ ପ୍ରାୟ ୭ କୋଟି ଟଙ୍କା ବିନିମୟରେ ସହରର ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ସହ ଆପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ଦିଗରେ କାନାଡା ଟେକ୍ନୋଲୋଜିରେ ପ୍ରସ୍ତୁତ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ ଓ ସିଟି ସର୍ଭେଲାନ୍ସ ସିଷ୍ଟମର ମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ନିଗମ କୋଠାର ସୋଲାର ସିଷ୍ଟମ ବ୍ୟବସ୍ଥା ଓ ତୃତୀୟ ମହଲା କୋଠାକୁ ମଧ୍ୟ ସେ ଉଦ୍‌ଘାଟନ କରିଥିଲେ। ପରେ ଟାଉନ୍‌ହଲ ପରିସରରେ ଅନୁଷ୍ଠିତ ‘ସାମାଜିକ ସୁରକ୍ଷା ଭତ୍ତା’ ଓ ଭିନ୍ନକ୍ଷମ ସ୍ବୟଂସହାୟକ ଗୋଷ୍ଠୀଗୁଡିକର ଉନ୍ନୟନ ପାଣ୍ଠି ବିତରଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ପୁନଃ ନିର୍ମାଣ ହୋଇଥିବା ନୂତନ ଡାଇମଣ୍ଡ ଜୁବିଲି ଟାଉନହଲକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୩ ଭିନ୍ନକ୍ଷମ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୫୦ହଜାର ଟଙ୍କା ଲେଖାଏ ଉନ୍ନୟନ ପାଣ୍ଠି ପ୍ରଦାନ କରାଯାଇଥିଲା । ୨୨ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାର ଋଣ ପ୍ରଦାନ ଅର୍ଡର ଓ ୫୩୬ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା, ବଣ୍ଟନ କରାଯାଇଥିଲା। ଏଥିସହ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଜନସାଧାରଣ ଅଭିଯୋଗ ଦାଖଲ ନିମିତ୍ତ ବିଡିଏ କାର୍ଯ୍ୟାଳୟ ଓ ଖୋଡାସିଙ୍ଗିଠାରେ ଆରମ୍ଭ ହେବାକୁ ଥିବା ସିଙ୍ଗଲ ୱିଣ୍ଡୋ ସିଷ୍ଟମ ବ୍ୟବସ୍ଥାର ମଧ୍ୟ ମନ୍ତ୍ରୀ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ମଞ୍ଚାସୀନ ଥିଲେ । ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ପିଡି ଡିଆରଡିଏ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବଙ୍କ ସମେତ ବିଏମସିର ଅନ୍ୟ ଅଧିକାରୀ, କର୍ମଚାରୀ ଓ ପୂର୍ବତନ କର୍ପୋରେଟରମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ, ସଫଳ କରିବାକୁ ଛତ୍ରପୁରରେ ପଥପ୍ରାନ୍ତ ସଭା

ଛତ୍ରପୁର,୭।୧୦(ଦିଲ୍ଲୀପ ସାମଲ): ଏମଏମଡ଼ିଆର ସଂଶୋଧିତ ଅଧିନିୟମ ତୁରନ୍ତ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେସ କୁମାରଙ୍କ ବହିଷ୍କାର ଓ ଗିରଫଦାରୀ, ଏସଆଇଆର ପ୍ରତ୍ୟାହାର କରିବା, ଗଣଶିକ୍ଷା…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?