ହଳଦିଆ ବାହାଳରେ ହାତୀ ଆତଙ୍କ

ଓଡ଼ାପଡ଼ା,୧୯।୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀ ସେକ୍ସନ ଅଞ୍ଚଳରେ ୬୦ ହାତୀ ଉପଦ୍ରବ ଚଳାଇଛନ୍ତି। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବୁଧବାର ପ୍ରାୟ ଭୋର ସମୟରେ ଉକ୍ତ ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ସୁରଭୀ, ବିଡ଼ୋ, ତାଳଡଙ୍ଗା ଓ ରଞ୍ଜାସିଙ୍ଗା ଆଦି ଅଞ୍ଚଳରେ ଥିବା ଧାନଚାଷ ଜମିରେ ପଶି ବହୁ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି। ସେହିପରି ଉକ୍ତ ହାତୀପଲ ବିଡୋ ଗ୍ରାମରେ ପଶି ଭ୍ରମରବର ମହାଳିକଙ୍କର ଚାଳ ଘରକୁ ଭାଙ୍ଗି ଦେଇଛନ୍ତି। ଏଥିସହିତ ଘରେ ଥିବା ଧାନ, ଚାଉଳ ଆଦିକୁ ଖାଇଦେଇଥିବା ବେଳେ କେତେକ ଖଳାରୁ କଟା ହୋଇ ରଖାଯାଇଥିବା ଧାନ ବିଡ଼ା ସବୁକୁ ମଧ୍ୟ ନଷ୍ଟ କରି ଦେଇଛନ୍ତି। ସକାଳ ହେବା ପରେ ଉକ୍ତ ହାତୀପଲ ପୁଣି ଥରେ ବ୍ରାହ୍ମଣୀ ନଦୀ ସେପାଖକୁ ପଳାଇଯାଇଥିବା ବେଳେ ବୁଧବାର ସାରେ ପୁଣି ଥରେ ଉକ୍ତ ଅଞ୍ଚଳ ଆଡ଼କୁ ମୁହିଁାଇଥିଲେ। କର୍ମଚାରୀମାନେ ହାତୀପଲ ଉପରେ ନଜର ରଖିଥିବା ବନବିଭାଗ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri