ହଳଦିଆ ବାହାଳରେ ହାତୀ ଆତଙ୍କ

ଓଡ଼ାପଡ଼ା,୧୯।୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀ ସେକ୍ସନ ଅଞ୍ଚଳରେ ୬୦ ହାତୀ ଉପଦ୍ରବ ଚଳାଇଛନ୍ତି। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବୁଧବାର ପ୍ରାୟ ଭୋର ସମୟରେ ଉକ୍ତ ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ସୁରଭୀ, ବିଡ଼ୋ, ତାଳଡଙ୍ଗା ଓ ରଞ୍ଜାସିଙ୍ଗା ଆଦି ଅଞ୍ଚଳରେ ଥିବା ଧାନଚାଷ ଜମିରେ ପଶି ବହୁ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି। ସେହିପରି ଉକ୍ତ ହାତୀପଲ ବିଡୋ ଗ୍ରାମରେ ପଶି ଭ୍ରମରବର ମହାଳିକଙ୍କର ଚାଳ ଘରକୁ ଭାଙ୍ଗି ଦେଇଛନ୍ତି। ଏଥିସହିତ ଘରେ ଥିବା ଧାନ, ଚାଉଳ ଆଦିକୁ ଖାଇଦେଇଥିବା ବେଳେ କେତେକ ଖଳାରୁ କଟା ହୋଇ ରଖାଯାଇଥିବା ଧାନ ବିଡ଼ା ସବୁକୁ ମଧ୍ୟ ନଷ୍ଟ କରି ଦେଇଛନ୍ତି। ସକାଳ ହେବା ପରେ ଉକ୍ତ ହାତୀପଲ ପୁଣି ଥରେ ବ୍ରାହ୍ମଣୀ ନଦୀ ସେପାଖକୁ ପଳାଇଯାଇଥିବା ବେଳେ ବୁଧବାର ସାରେ ପୁଣି ଥରେ ଉକ୍ତ ଅଞ୍ଚଳ ଆଡ଼କୁ ମୁହିଁାଇଥିଲେ। କର୍ମଚାରୀମାନେ ହାତୀପଲ ଉପରେ ନଜର ରଖିଥିବା ବନବିଭାଗ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ସହର ସୀମାରେ ସଜାଗ ପୋଲିସ

ଢେଙ୍କାନାଳ ଅଫିସ, ୨୩।୩: ମହାମାରୀ କରୋନାକୁ ପ୍ରତିହତ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଜିଲାକୁ ସୋମବାର ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାପରେ ଜିଲା ପ୍ରଶାସନ...

ଜାଲ୍‌ ଦସ୍ତଖତରେ ପଟ୍ଟା ପ୍ରଦାନ

ଢେଙ୍କାନାଳ ଅଫିସ,୧୪।୪: ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟର ଦୁର୍ନୀତି ପିଛା ଛାଡୁନି। ୨୦୨୧ରେ ଚଞ୍ଚକତା କରି ଏକ ଜଳାଶୟର କିସମ ପରିବର୍ତ୍ତନ କରିବା ଘଟଣାରେ ଜଣେ ଅତିରିକ୍ତ...

ଦାଦନ ଯାଇ ଜୀବନ ଗଲା

କାମାକ୍ଷାନଗର, ୩୦।୮(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲାରେ ଦାଦନ ଦୁଃଖର ଦାରୁଣ ଚିତ୍ର ପଦାକୁ ଆସିଛି। ପେଟ ପାଟଣା ଚିନ୍ତାରେ ବାଙ୍ଗାଲୋର ଯାଇଥିବା ଜଣେ ଯୁବକ ରୋଗଗ୍ରସ୍ତ...

ସଡ଼କ ପାଇଁ ୭ ଦଶନ୍ଧିର ସଂଘର୍ଷ

ପରଜଙ୍ଗ, ୨୭।୭(ଡି.ଏନ୍‌.ଏ.) – ବନ ବିଭାଗର କଟକଣା ଓ କଡ଼ା ନିୟମ ଆଗରେ ଆଣ୍ଠେଇ ପଡ଼ିଛି ବିକାଶ। ଜଟିଳ ଆଇନଗତ ପ୍ରକ୍ରିୟା ପାଇଁ ଦୀର୍ଘ ୬୯ବର୍ଷ...

ସରିଲା ପୂଜା, ଆଜି ମେଲାଣି

ଢେଙ୍କାନାଳ ଅଫିସ, ୧୯।୧୦: ଶେଷ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ବୁଧବାର ମା’ଙ୍କୁ ଦିଆଯିବ ମେଲାଣି। ଭସାଣି ଉତ୍ସବକୁ ନେଇ ସମସ୍ତ ପୂଜା ପ୍ରତିଷ୍ଠାନର ପ୍ରସ୍ତୁତି ଚୂଡ଼ାନ୍ତ...

ସୌଭାଗ୍ୟ ସ୍ବାଇଁଙ୍କୁ ଭୁବନ ଥାନା ଦାୟିତ୍ୱ

ଭୁବନ, ୪ା୭(ଡି.ଏନ୍‌.ଏ.):  ଭୁବନ ଥାନାର ନୂତନ ଅଧିକାରୀ ଭାବେ ରବିବାର କାର୍ଯ୍ୟରେ ଯୋଗଦେଇଛନ୍ତି ସୌଭାଗ୍ୟ ସ୍ବାଇଁ। ଏଥିପୂର୍ବରୁ ସେ ପରଜଙ୍ଗ ଥାନାଧିକାରୀ ଭାବେ କାର୍ଯ୍ୟରତ ଥିଲେ।...

୫ ଗ୍ରାମ୍ୟରାସ୍ତାର ହେବ ଉନ୍ନତୀକରଣ

ଭୁବନ, ୭।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ପଞ୍ଚାୟତ ସମିତିର ସ୍ବତନ୍ତ୍ର ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ...

ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଏମ୍‌ପି

ଢେଙ୍କାନାଳ ଅଫିସ,୨୧ା୭: ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ଏବଂ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ପରେ କାର୍ଯ୍ୟକାରୀ ନ...

Advertisement
Archives

Model This Week