ହରଭଜନ ସିଂଙ୍କ ପ୍ରଥମ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‌, ଫିଲ୍ମ ଷ୍ଟାଇଲ୍‌ରେ ପ୍ରମୋଶନ କଲେ ସଚିନ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ଚଳଚ୍ଚିତ୍ର ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍‌ସିପ୍‌’ରେ ହରଭଜନ ଲିଡ୍‌ ରୋଲ୍‌ରେ ନଜର ଆସିବେ। ନିକଟରେ ଏହାର ପୋଷ୍ଟର ରିଲିଜ୍‌ ହୋଇଯାଇଛି। ଫିଲ୍ମଟି ତାମିଲ ଭାଷାରେ ରିଲିଜ୍‌ ହେବ। ଏହି ଫିଲ୍ମକୁ ନେଇ ସଚିନ ଏକ ମଜାଦାର ଟୁଇଟ୍‌ କରିଛନ୍ତି। ସେ ଫିଲ୍ମର ଏକ ପୋଷ୍ଟର ଟୁଇଟ୍‌ କରି ଫିଲ୍ମ ଷ୍ଟାଇଲ୍‌ରେ କହିଛନ୍ତି, ଯଦି ଫ୍ରେଣ୍ଡ୍‌ସିପ୍‌ କରିଛନ୍ତି ତେବେ ଏହି ଫିଲ୍ମ ଦେଖିବାକୁ ପଡିବ। ଏହି ଡାଇଲଗ୍‌ଟି ସଲମାନ ଏବଂ ଭାଗ୍ୟଶ୍ରୀଙ୍କ ଫିଲ୍ମ ‘ମେନେ ପ୍ୟାର କିୟା’ ଏକ ଡାଇଲଗ୍‌। ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ହରଭଜନ ୧୦୩ଟି ଟେଷ୍ଟ ଖେଳି ୪୧୭ଟି ଉଇକେଟ, ୨୩୬ଟି ଏକଦିବସୀୟ ମ୍ୟାଚରୁ ୨୬୯ଟି ଉଇକେଟ୍‌ ଏବଂ ୨୮ଟି ଟି୨୦ ମ୍ୟାଚରୁ ୨୫ଟି ଉଇକେଟ୍‌ ହାସଲ କରିଛନ୍ତି। ପୂର୍ବରୁ ସୁନୀଲ ଗାଭାସ୍କର, କପିଳ ଦେବ, ଅଜୟ ଜାଡେଜା, ସଚିନ ତେନ୍ଦୁଲକର ଏବଂ ବ୍ରେଟ୍‌ ଲି ପ୍ରମୁଖ କ୍ରିକେଟରମାନେ ପରଦାରେ ଛୋଟ ଭୂମିକାରେ ଅଭିନୟ କରିସାରିଛନ୍ତି। ହରଭଜନ ପ୍ରଥମ କ୍ରିକେଟର ଭାବେ କୌଣସି ଫିଲ୍ମରେ ଲିଡ୍‌ ରୋଲରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ବିଶ୍ୱକପ୍‌: ଅଭିଜ୍ଞ ମାଲିଙ୍ଗା ଶ୍ରୀଲଙ୍କାର ଆଶା ଭରସା

କଲମ୍ବୋ,୨୭।୫(ଏଏଫ୍‌ପି)- ଆଗାମୀ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଅନ୍ୟତମ ବୟୋଜ୍ୟୋଷ୍ଠ ଖେଳାଳିଭାବେ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ବୟସ...

‘ମୁଁ ଖୁସି ନୁହେଁ’

କରାଚି,୧୩।୧୧: ସୁପର-୧୨ ରାଉଣ୍ଡରେ କ୍ରମାଗତ ବିଜୟ ସତ୍ତ୍ୱେ ସେମିଫାଇନାଲରେ ହାରି ଟି-୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରୁ ବାହାର ହୋଇଛି ପାକିସ୍ତାନ କ୍ରିକେଟ ଟିମ୍‌। ମାଥ୍ୟୁ ଓ୍ବେଡ ୧୯ତମ...

ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ

ମେଲବୋର୍ନ,୨୭ା୨(ପି.ଟି.)- ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଓପନର ଶେଫାଳି ବର୍ମାଙ୍କ ବିସ୍ଫୋରକ ୪୬ ଓ...

ସ୍କୁଲ ଫିସ୍‌ ଦେବା ପାଇଁ ବାସନ ବିକୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡର ବ୍ୟାଡ୍‌ମ୍ୟାନ୍‌ ଗୁଲଶନ ଗ୍ରୋଭରଙ୍କୁ ଆଜି ୬୫ ବର୍ଷ ହୋଇଛି। ପିଲାଦିନକୁ ଦାରିଦ୍ର୍ୟରେ ବିତାଇଥିବା ଗୁଲଶାନ କେବଳ ବଲିଉଡରେ ନୁହେଁ, ହଲିଉଡ, ଜର୍ମାନ, ଅଷ୍ଟ୍ରେଲିୟ, ପୋଲାଣ୍ଡ,...

କୌଣସି ସ୍ମୃତି ରଖିବାକୁ ଚାହୁଁ ନାହାଁନ୍ତି ସାମନ୍ଥା, ଫେରାଇ ଦେଲେ ବିବାହର ଶାଢୀ

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଦୀର୍ଘ ଦିନର...

ପଞ୍ଜାବକୁ ଭଲ ଫିନିଶିଂ ଦେଲେ ରାହୁଲ-ହରପ୍ରୀତ

ଅହମ୍ମଦାବାଦ,୩୦।୪ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଗରେ ୧୮୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି କିଙ୍ଗ୍ସ ପଞ୍ଜାବ। ଅଧିନାୟକ ଲୋକେଶ...

ଭର୍ସାଟାଇଲ ଆକ୍ଟର ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂଙ୍କୁ ବହୁମୁଖୀ ପ୍ରତିଭାର କଳାକର ବୋଲି କୁହାଯାଇଥାଏ। କାରଣ ସେ ଭିନ୍ନ ଭିନ୍ନ ଚରିତ୍ରରେ ଭଲ ଅଭିନୟ କରିପାରନ୍ତି। ନିକଟରେ...

ଶେଷରେ ଅନନ୍ୟା

ଯାହାହେଉ ଶେଷରେ କରନ୍‌ ଟେନସନରୁ ମୁକ୍ତ ହେଲେ। କଥା କ’ଣ କି ତାଙ୍କର ଆଗାମୀ ଫିଲ୍ମ ‘ଫାଇଟର’ର ନାୟିକା କିଏ ହେବ ସେ ନେଇ ଅଡୁଆରେ...

Advertisement
Archives

Model This Week