ହଣ୍ଡପା ପ୍ରାଣୀ ଚିକିତ୍ସାଳୟ ଅବହେଳିତ: ଆସୁନାହାନ୍ତି କର୍ମଚାରୀ, ମିଳୁନି ଚିକିତ୍ସା

ବଇଣ୍ଡା,୧୭।୬(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ପ୍ରାଣୀ ଚିକିତ୍ସାଳୟ ଅବହେଳିତ ହୋଇପଡ଼ିଛି। କର୍ମଚାରୀମାନେ ଚିକିତ୍ସାଳୟ ଖୋଲୁ ନ ଥିବାବେଳେ ଗୃହପାଳିତ ପଶୁଙ୍କୁ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ହଣ୍ଡପା ଗ୍ରାମବାସୀ ଶୁକ୍ରବାର ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।
ଗ୍ରାମବାସୀ କହିଛନ୍ତି, ଏହି ଚିକିତ୍ସାଳୟ ଉପରେ ହଣ୍ଡପା, ବିଲେଇନାଳୀ, ଗାଁ ବଇଣ୍ଡା, ନୁନୁକାପଶି, ଲୁହାମୁଣ୍ଡା, କଣ୍ଟେଇକୁଳିଆ, କଟରଙ୍ଗା, ଜାମ୍ବୁନାଳୀ ଆଦି ୯ଟି ପଞ୍ଚାୟତର ବାସିନ୍ଦା ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ୨୦୧୦ ଗଣନା ଅନୁଯାୟୀ ଏହି ପଞ୍ଚାୟତ ଗୁଡ଼ିକରେ ୧୫,୫୦୦ ମେଣ୍ଢା, ଗାଈ, ମଇଁଷି, ଛେଳି ରହିଛନ୍ତି। ଏଠାରେ ଜଣେ ପ୍ରାଣୀ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ପିଅନ ଆବଶ୍ୟକ ଥିବାବେଳେ ଦୀର୍ଘଦିନ ହେବ ଡାକ୍ତର ଓ ଫାର୍ମାସିଷ୍ଟ ପଦବୀ ଖାଲିପଡ଼ିଛି। ୨୦୧୮ ମେରେ ବଇଣ୍ଡା ଡାକ୍ତରଖାନାଟି ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଯୋଗୁ ଭଙ୍ଗା ଯାଇଥିବାବେଳେ ନୂତନ କେନ୍ଦ୍ର ନିର୍ମାଣ ହୋଇ ନ ଥିବା ଯୋଗୁ ହଣ୍ଡପା ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ବଇଣ୍ଡା ପ୍ରାଣୀ ଚିକିତ୍ସାଳୟର ସମସ୍ତ ଔଷଧ ଓ ଯନ୍ତ୍ରପାତି ସ୍ଥାନାନ୍ତର କରାଯାଇଛି। ଏପରିକି ବଇଣ୍ଡା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ହଣ୍ଡପା ଚିକିତ୍ସାକେନ୍ଦ୍ରର ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ହେଲେ ହଣ୍ଡପା କେନ୍ଦ୍ରଟି ଏପ୍ରିଲ ମାସରୁ ଖୋଲାଯାଉ ନାହିଁ। କୌଣସି କର୍ମଚାରୀ କେନ୍ଦ୍ରକୁ ଆସୁ ନ ଥିବାରୁ ଚିକିତ୍ସାଳୟରେ ସଦାସର୍ବଦା ତାଲା ଝୁଲୁଛି। ଏପରିକି ଘରୋଇ ପ୍ରାଣୀ ଡାକ୍ତରଙ୍କ ଉପରେ ନିର୍ଭର କରି ଲୋକେ ଖର୍ଚ୍ଚାନ୍ତ ହେଉଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟାଳୟଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ଥିବାବେଳେ ସା ହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ନେଇ ଭାରପ୍ରାପ୍ତ ପ୍ରାଣୀ ଚିକିତ୍ସାଧିକାରୀ ମୁରଲୀ ଧର କଅଁର କହିଛନ୍ତି, ମୋ ଅଧୀନରେ ଥିବା ଗ୍ରାମଗୁଡ଼ିକୁ ଯାଇ ଚିକିତ୍ସା କରୁଥିବା ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ରୋଜଗାରର ଆଶା ଭରସା

ବଅଁରପାଳ, ୧୫ା୫(ଡି.ଏନ.ଏ.) – ଲକ୍‌ଡାଉନ ଯୋଗୁ ପ୍ରଭାବିତ ହୋଇଛି ଜୀବନ ଜୀବିକା। ବିଶେଷକରି ଖଟିଖିଆ ଦିନମଜୁରିଆମାନେ ରୋଜଗାର ହରାଇ ବସିଛନ୍ତି। ସବୁଠି ତାଲା ବନ୍ଦ ଯୋଗୁ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା: ରୋଗୀଙ୍କ ଖାଦ୍ୟରୁ ଗ୍ଲୋବ୍ସ ବାହାରିଥିବା ଚର୍ଚ୍ଚା

ଅନୁଗୋଳ ଅଫିସ, ୨୫ା୧୦- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଦିଆଯାଇଥିବା ରନ୍ଧା ଖାଦ୍ୟରୁ ଗୁରୁବାର ସନ୍ଧ୍ୟାରେ ଏକ ଗ୍ଲୋବ୍ସ ବାହାରିଥିବା ନେଇ ଜୋରଦାର ଚର୍ଚ୍ଚା...

ହାତୀ ଗଳିତ ମୃତଦେହ ଉଦ୍ଧାର

ବନ୍ତଳା,୧୯ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଥାନା ପମ୍ପାସର ରେଞ୍ଜ ବଡ଼ଖେତା ଗ୍ରାମ ନିକଟ କୁରୁ ରିଜର୍ଭ ଜଙ୍ଗଲ ୫ ନମ୍ବର କମ୍ପାର୍ଟମେଣ୍ଟରେ ଶୁକ୍ରବାର...

ମହିଳାଙ୍କୁ କଚାଡ଼ିଦେଲା ହାତୀ

ଛେଣ୍ଡିପଦା,୧୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ରବିବାର ସକାଳେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ...

ବ୍ୟବଚ୍ଛେଦ ପୂର୍ବରୁ ପୁଣି ମୃତଦେହରେ କ୍ଷତ ନେଇ ବିବାଦ:ମେଡିକାଲ ପରିସରରେ ଚାପା ଉତ୍ତେଜନା

ଅନୁଗୋଳ ଅଫିସ, ୧୩।୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଏକ ମୃତଦେହରେ କ୍ଷତ ନେଇ ସୋମବାର ମେଡିକାଲ ପରିସରରେ ଚାପା...

ଧାନବିଲ ଜଗିଥିବା ସମୟରେ ଚାଷୀଙ୍କୁ ମାରିଦେଲା ହାତୀ

ମାଧପୁର,୨୧ା୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଆଠମଲ୍ଲିକ ବନାଞ୍ଚଳ ପୁରୁଣା ମାଣତ୍ରି ପଞ୍ଚାୟତ ଅଧୀନ ରାଜିଙ୍ଗ ଗ୍ରାମରେ ଅଘଟଣ ଘଟିଛି। ଧାନବିଲ ଜଗିଥିବା ସମୟରେ...

ବନ୍ତଳା ଜଙ୍ଗଲରେ ସନ୍ଦିଗ୍ଧଙ୍କ କ୍ୟାମ୍ପ

ବନ୍ତଳା,୧୨ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗ୍ରାମ ଜଙ୍ଗଲ ଭିତରେ ହୋଇଥିବା ସନ୍ଦିଗ୍ଧଙ୍କ କ୍ୟାମ୍ପକୁ ନେଇ...

ଚାଷୀଙ୍କୁ କଚାଡ଼ି ମାରିଲା ହାତୀ

ବଅଁରପାଳ,୬।୧୧(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏକ ପଲରେ ୪୬ ହାତୀ ଆତଙ୍କ ସୃଷ୍ଟି କରିଚାଲିଛନ୍ତି। ସୋମବାର ହାତୀ ଆକ୍ରମଣରେ ନଳଟାଙ୍ଗର ଗ୍ରାମର ଚାଷୀ ଧନେଶ୍ୱର...

Advertisement
Archives

Model This Week