Posted inରାଜ୍ୟ

ହଟିଲା ସାମୁଦ୍ରିକ ମାଛଧରା କଟକଣା : ସମୁଦ୍ର ଅଭିମୁଖେ ବାହାରିଲେ ମତ୍ସ୍ୟଜୀବୀ

ପାରାଦୀପ,୧୫ା୬(ସ୍ବ.ପ୍ର.): ଦୀର୍ଘ ୨ ମାସର ନିରବତା ପରେ ରାଜ୍ୟର ଅନ୍ୟତମ ବୃହତ ମତ୍ସ୍ୟଶିଳ୍ପ ପାରାଦୀପ ମାଛଧରା ବନ୍ଦର ଚଳଚଞ୍ଚଳ ହୋଇପଡିଛି। ଶୁକ୍ରବାର ମଧ୍ୟରାତ୍ରୀରୁ ପ୍ରାୟ ୭୦୦ ମାଛଧରା ଟ୍ରଲର ଓ ଯନ୍ତ୍ରଚାଳିତ ଡଙ୍ଗାରେ ମତ୍ସ୍ୟଜୀବୀମାନେ ସମୁଦ୍ର ଅଭିମୁଖେ ଯାଇଛନ୍ତି। ଏଥିସହ ମତ୍ସ୍ୟଶିଳ୍ପ ସହ ଜଡିତ ଅନ୍ୟ ବ୍ୟବସାୟୀ, ଟ୍ରଲର ମାଲିକମାନେ ବନ୍ଦରରେ ଡେରା ପକାଇଛନ୍ତି। ଏହା ପରେ ରପ୍ତାନୀକାରୀ ମାଛ ବ୍ୟବସାୟୀମାନେ ଆସି ୩ରୁ ୪ ଦିନ ମଧ୍ୟରେ ପହଞ୍ଚତ୍ବେ। ତା’ପରେ ଚାଲିବ ବ୍ୟବସାୟ ଓ ଗହଳି। ପ୍ରକାଶ ଯେ, ସମୁଦ୍ରରେ ମାଛବଂଶ ବୃଦ୍ଧି ନିମନ୍ତେ ସରକାର ଦୁଇ ମାସ ସାମୁଦ୍ରିକ କଟକଣା ଜାରି କରିଥାନ୍ତି। ଏପ୍ରିଲ ୧୫ରୁ ଜୁନ୍‌ ୧୪ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ କେହି ମାଛ ଧରନ୍ତି ନାହିଁ। ଦୁଇ ମାସର ବିରତି ଓ ମୌସୁମୀ ଆଗମନ ଯୋଗୁ ଆସନ୍ତା ମାସକ ମଧ୍ୟରେ ଅପେକ୍ଷାକୃତ ଅଧିକ ପରିମାଣର ମାଛ ମିଳିବ। ତେଣୁ ଟ୍ରଲର ମାଲିକମାନେ ଏହି ପ୍ରଥମ ମାସ ମାଛଧରାକୁ ଅପେକ୍ଷା କରିଥାନ୍ତି। ଏହା ପରେ ଯଦିଓ ମାଛ ଧରା ଅବ୍ୟାହତ ଥାଏ, ତେବେ ପ୍ରକୃତି ପ୍ରତିବନ୍ଧକ ସାଜିଥାଏ। ସାମାନ୍ୟ ବର୍ଷା ପବନର ଆଗୁଆ ସୂଚନା ମିଳିବା ମାତ୍ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଏ। ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଏ। ତେଣୁ ଅଧିକାଂଶ ଟ୍ରଲର ଫେରିବାକୁ ବାଧ୍ୟ ହୋଇଥାଏ। ଏହା ଦ୍ୱାରା ସେମାନଙ୍କ ତେଲ ଓ ବରଫ ଖର୍ଚ୍ଚ ମଧ୍ୟ ଉଠେ ନାହିଁ। ଗୋଟିଏ ମାଛଧରା ଟ୍ରଲର ବର୍ଷକୁ ଅତି ବେଶିରେ ୨୦ରୁ ୨୨ଥର ମାଛ ଧରିବାକୁ ସମୁଦ୍ରକୁ ଯାଇଥାଏ। ଏହାକୁ ସେମାନଙ୍କ ଭାଷାରେ ଭଏସ ବୋଲି କୁହାଯାଏ। ଗୋଟିଏ ଭଏସ ପାଇଁ ଏବେ ମାଲିକଙ୍କୁ ୩ରୁ ୪ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ବୋଲି କୁହନ୍ତି ମାଲିକ ଅରବିନ୍ଦ ସ୍ବାଇଁ। ସେହି ଖର୍ଚ୍ଚ ସହ ୭ଜଣ ମତ୍ସ୍ୟଜୀବୀଙ୍କ ଖର୍ଚ୍ଚ ରହିଛି। କାରଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ୭ରୁ ୧୦ଦିନ ରହିବାକୁ ପଡ଼େ। ପାଗ ଖରାପ ହେଲେ ଅଧାରୁ ଯେଉଁ ଟ୍ରଲର ଫେରେ ତା’ର କ୍ଷତି ହୋଇଥାଏ। ପୂର୍ବରୁ ସମୁଦ୍ରରେ ଅଧିକ ପରିମାଣର ମାଛ ମିଳୁଥିବାରୁ ମାଲିକଙ୍କୁ ପ୍ରାୟତଃ ଲାଭ ମିଳୁଥିଲା। ଗତ କିଛିବର୍ଷ ହେଲା ଜଳବାୟୁ ପରିବର୍ତ୍ତନ ପ୍ରଭାବ ଓ ଶିଳ୍ପାୟନ ପ୍ରଦୂଷଣ ଯୋଗୁ ମାଛବଂଶ ଲୋପ ପାଇବାରେ ଲାଗିଛି। ତେଣୁ ଏବେ ସମୁଦ୍ରକୁ ଟ୍ରଲର ପଠାଇବା ଜୁଆ ଖେଳ ଭଳି ହୋଇଛି। ଯଦି ମାଛ ମିଳିଗଲା ତେବେ ଠିକ୍‌ ଅଛି। ନଚେତ ପ୍ରତି ଭଏସରେ କ୍ଷତିର ଭୟ ରହୁଛି ବୋଲି ଅନେକ ମାଲିକ କହିଛନ୍ତି। ଏହାବାଦ୍‌ ମୁହାଣରେ ଦୁର୍ଘଟଣା ଭୟ ଅଛି। ଯେଉଁ ପୁରୁଖା ମତ୍ସ୍ୟଜୀବୀ ଏହି ବ୍ୟବସାୟରେ ରହିଛନ୍ତି ସେମାନେ ଅନ୍ୟ ବୃତ୍ତିକୁ ଯାଇପାରୁ ନାହାନ୍ତି। ଅନ୍ୟପକ୍ଷରେ ଦୀର୍ଘବର୍ଷ ହେଲା କୌଣସି ନୂଆ ଲୋକ ମାଛଧରା ବୃତ୍ତିକୁ ଆସୁ ନ ଥିବା ଓମ୍ଫା ପକ୍ଷରୁ କୁହାଯାଇଛି। ଏହା ସତ୍ତ୍ୱେ ସମୁଦ୍ର ମାଛ ଓ ମାଛଧରା ବନ୍ଦର ପ୍ରତି ଲୋକଙ୍କ ଆଦର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସି: ପୂର୍ଣ୍ଣ ସଦସ୍ୟ ଥାଇ ମାମଲା ବଢୁଛି

ଭୁବନେଶ୍ୱର,୨୫।୮(ବ୍ୟୁରୋ): ପୋଲିସ, ପ୍ରଶାସନଠାରୁ ନ୍ୟାୟ ନ ମିଳିଲେ ସାଧାରଣ ଲୋକେ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥାନ୍ତି। କମିଶନଙ୍କ ଉପରେ ଭରସା ଥିବାରୁ ମାମଲା...

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୮୩୦୭ ଭୋଟ...

କରୋନା ଯାଇନି, ସମସ୍ତେ ସତର୍କ ରହନ୍ତୁ: ପୋଲିସ କମିଶନର

ଭୁବନେଶ୍ୱର,୨୭।୫(ବ୍ୟୁରୋ)-କରୋନା ଯାଇନି। ସମସ୍ତେ ସତର୍କ ରହନ୍ତୁ। ଲକଡାଉନ ନିୟମକୁ ପାଳନ କରନ୍ତୁ। ଲକ୍‌ଡାଉନ କୋହଳର ଅର୍ଥ ନୁହେିଁ କରୋନା ପଳାଇଲା। ସାମାଜିକ ଦୂରତା ପ୍ରତ୍ୟେକ ଲୋକ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ...

କେବଳ ଶନି-ରବିବାର ଶଟ୍‌ଡାଉନ୍‌; ଉଡ଼ା ଖବରକୁ ବିଶ୍ୱାସ କରନ୍ତୁ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର,୯।୬(ବ୍ୟୁରୋ): ସପ୍ତାହର କେବଳ ଶନିବାର ଓ ରବିବା ଶଟ୍‌ଡାଉନ୍‌ ରହିବ। ଶନି ଓ ରବିବାର ବ୍ୟତୀତ ଅନ୍ୟ କୌଣସି ଦିନରେ ଶଟ୍‌ଡାଉନ୍‌ ହେବ ନାହିଁ। ଅନ୍ୟ...

ଆକ୍ରାନ୍ତ ବୃଦ୍ଧଙ୍କ ଆତ୍ମହତ୍ୟା ପରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ସ୍ତ୍ରୀ

ବିଜେପୁର,୭।୫: ବରଗଡ଼ ଜିଲା ବିଜେପୁର ଥାନା ଅଧୀନ ସାତବନ୍ଧ ଗ୍ରାମରେ ଶୁକ୍ରବାର କରୋନା ଆକ୍ରାନ୍ତ ଜଣେ ବୃଦ୍ଧ ମାନସିକ ଭାରସାମ୍ୟ ହରାଇ ଦଉଡି ଦେଇ ଆତ୍ମହତ୍ୟା...

ଏପ୍ରିଲ ୧ ପର୍ଯ୍ୟନ୍ତ ଚାଲିବ ପାର୍ବଣ ଟ୍ରେନ

ଭୁବନେଶ୍ୱର, ୧୭ା୧(ବ୍ୟୁରୋ): ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସେବା ଯୋଗାଉଥିବା ୨୧ ଯୋଡ଼ା ପାର୍ବଣ ସ୍ପେଶାଲ ଟ୍ରେନଗୁଡ଼ିକର ଚଳାଚଳ ଅବଧି ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି...

ଭିଜିଲାନ୍ସ ଜାଲରେ ପିପଳପଙ୍କା ବନରକ୍ଷୀ, ରାତ୍ର ଜଗୁଆଳି

ବ୍ରହ୍ମପୁର ଅଫିସ,୨୭।୫-ଗଞ୍ଜାମ ଜିଲା ସୋରଡ଼ା ବନଖଣ୍ଡ ଅଧିନରେ ଥିବା ପିପଳପଙ୍କା ବନରକ୍ଷୀ (ଫରେଷ୍ଟ ଗାର୍ଡ) ବିଷ୍ଣୁପ୍ରିୟା ଦାଶ ଜଣେ ଆଦିବାସୀଙ୍କ ନାମରେ ମାମଲା ରୁଜୁ ନ...

Advertisement


Archives

Model This Week