ସ୍ମୃତିରେ ସଜ୍ଜଳ କଳ୍ପନା: ପର୍ବତରାଣୀଙ୍କୁ ଝୁରୁଛି ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୨୩।୫ – ଏଭରେଷ୍ଟର ଉତ୍ତୁଙ୍ଗ ଶିଖରରେ ତ୍ରିରଙ୍ଗା ଉଡ଼ାଇବା ସ୍ବପ୍ନ ସାକାର କରୁକରୁ ସବୁଦିନ ଲାଗି ନୀରବିଗଲେ ପର୍ବତରାଣୀ କଳ୍ପନା ଦାଶ। ଏହି ଦୁଃଖଦ ଘଟଣାକୁ ଚାହୁଁ ଚାହୁଁ ବର୍ଷେ ପୂରିଛି। ଶନିବାର (ମେ’ ୨୩)ରେ ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଏହି ଦୁଃସାହସୀ ପର୍ବତାରୋହୀଙ୍କ ମୃତ୍ୟୁ ଢେଙ୍କାନାଳବାସୀଙ୍କୁ ଶକ୍ତ ଧକ୍କା ଦେଇଥିବାବେଳେ ଏବେ ବି ସ୍ମୃତିରେ ସଜଳ କଳ୍ପନା।
ବୃତ୍ତିରେ ଆଇନଜୀବୀ କଳ୍ପନା ୨୦୦୮ରେ ଏଭରେଷ୍ଟ ଶିଖରରେ ପାଦ ରଖି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସେ ଦକ୍ଷିଣଆଫ୍ରିକା, ଅଷ୍ଟ୍ରେଲିଆରେ ଥିବା ସୁଉଚ୍ଚ ଗିରିଶୃଙ୍ଗ ମଧ୍ୟ ଆରୋହଣ କରି ସଫଳତା ସାଉଁଟିଥିଲେ। ତେବେ ଦ୍ୱିତୀୟ ଥର ଧୋକା ଦେଇଦେଲା ଏଭରେଷ୍ଟର ପ୍ରତିକୂଳ ପାଗ। ୨୦୧୯ ଏପ୍ରିଲ ୧୭ରେ କଳ୍ପନା ଏଭରେଷ୍ଟ ଆରୋହଣ ପାଇଁ ନେପାଳର ଲୁକ୍‌ଲାଠାରେ ପହଞ୍ଚତ୍ଥିଲେ ସେ। ୨୩ ତାରିଖ ମଧ୍ୟାହ୍ନ ୧୨ଟା ୧୫ରେ ଏଭରେଷ୍ଟ ଶୀର୍ଷରେ ପହଞ୍ଚତ୍ ଅଭିଯାନ ଶେଷ କଲେ। ତେବେ ସନ୍ଧ୍ୟା ୬ଟା ୪୧ରେ ଭାଇ ପ୍ରଦୀପ ଦାଶଙ୍କ ନିକଟକୁ କଳ୍ପନାଙ୍କ ମୃତ୍ୟୁ ଖବର ଆସି ପହଞ୍ଚତ୍ଲା। ଫେରିବା ବେଳେ ବରଫ ପାହାଡ଼ର ଏକ ଉଚ୍ଚ ସ୍ଥାନରୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ପୃଥିବୀର ବୃହତ୍‌ ଗିରିଶୃଙ୍ଗରେ ଯଦିଓ ସେ ପାଦ ରଖି ଜାତୀୟ ପତାକା ଉଡ଼ାଇଥିଲେ, ହେଲେ ଫେରିବା ବାଟରେ ସେ ହୋଇଗଲେ ମୃତ୍ୟୁପଥର ଯାତ୍ରୀ।
କଳ୍ପନା ଥିଲେ ଯୁବଗୋଷ୍ଠୀଙ୍କ ପ୍ରେରଣା। ମହିଳା, ଯୁବତୀ ଲାଗି ଉଦାହରଣ। ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବ୍ୟବହିତ ପୂର୍ବରୁ ଢେଙ୍କାନାଳ କାଞ୍ଚନ ବଜାରରେ ଥିବା ତାଙ୍କ ଘରେ ଲାଗିଛି ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନଙ୍କ ଭିଡ଼। ସମସ୍ତଙ୍କ ମୁହଁରେ ଗୋଟିଏ କଥା, କଳ୍ପନା ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଗଲେ। ମା’ ଶୈଳବାଳା ଦାଶଙ୍କ ଆଖିରେ ଏବେ ବି ସାହସୀ ଝିଅଙ୍କୁ ହରାଇବାର ଦୁଃଖ ବାରିହୋଇପଡ଼ିଛି। କଳ୍ପନାଙ୍କ ଫଟୋ ଆଗରେ ଲୁହଗଡ଼ାଇ ସେ ପୁରୁଣା ସ୍ମୃତିକୁ ମନେ ପକାଉଛନ୍ତି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ମନା କରିବା ସତ୍ତ୍ୱେ ଘରେ କାହାକୁ ନ ଜଣାଇ କଳ୍ପନା ଏଭରେଷ୍ଟ ଚଢିବା ପାଇଁ ପଳାଇଯାଇଥିଲେ। ସଫଳତା ହାସଲ କଲେ ସତ ହେଲେ ଆମେ ସବୁଦିନ ପାଇଁ ତାଙ୍କୁ ହରାଇଲୁ। ତା’ପ୍ରତି ସମସ୍ତଙ୍କର ଭଲପାଇବା ଅଭୁଲା ବୋଲି ଶୈଳବାଳା କହିଛନ୍ତି।
ମଧ୍ୟାହ୍ନରେ ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ର କଳ୍ପନାଙ୍କ ବାସଭବନରେ ପହଞ୍ଚତ୍ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପର୍ବତ ଆରୋହଣ ପାଇଁ କଳ୍ପନାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ‘ତେନଜିଙ୍ଗ୍‌ ନର୍‌ଗେ’ ସମ୍ମାନରେ ସମ୍ମାନିତ କରିବା ଏବଂ ଜିଲା ପ୍ରଶାସନ ପକ୍ଷରୁ ଢେଙ୍କାନାଳରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ଲାଗି ସମ୍ପର୍କୀୟ ଗୌରୀଶଙ୍କର ଦାଶ, ସଂଯୁକ୍ତା ଦାଶ, ଗାୟତ୍ରୀ ଦାଶ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri