ସ୍ମୃତିରେ ସଜ୍ଜଳ କଳ୍ପନା: ପର୍ବତରାଣୀଙ୍କୁ ଝୁରୁଛି ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୨୩।୫ – ଏଭରେଷ୍ଟର ଉତ୍ତୁଙ୍ଗ ଶିଖରରେ ତ୍ରିରଙ୍ଗା ଉଡ଼ାଇବା ସ୍ବପ୍ନ ସାକାର କରୁକରୁ ସବୁଦିନ ଲାଗି ନୀରବିଗଲେ ପର୍ବତରାଣୀ କଳ୍ପନା ଦାଶ। ଏହି ଦୁଃଖଦ ଘଟଣାକୁ ଚାହୁଁ ଚାହୁଁ ବର୍ଷେ ପୂରିଛି। ଶନିବାର (ମେ’ ୨୩)ରେ ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଏହି ଦୁଃସାହସୀ ପର୍ବତାରୋହୀଙ୍କ ମୃତ୍ୟୁ ଢେଙ୍କାନାଳବାସୀଙ୍କୁ ଶକ୍ତ ଧକ୍କା ଦେଇଥିବାବେଳେ ଏବେ ବି ସ୍ମୃତିରେ ସଜଳ କଳ୍ପନା।
ବୃତ୍ତିରେ ଆଇନଜୀବୀ କଳ୍ପନା ୨୦୦୮ରେ ଏଭରେଷ୍ଟ ଶିଖରରେ ପାଦ ରଖି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସେ ଦକ୍ଷିଣଆଫ୍ରିକା, ଅଷ୍ଟ୍ରେଲିଆରେ ଥିବା ସୁଉଚ୍ଚ ଗିରିଶୃଙ୍ଗ ମଧ୍ୟ ଆରୋହଣ କରି ସଫଳତା ସାଉଁଟିଥିଲେ। ତେବେ ଦ୍ୱିତୀୟ ଥର ଧୋକା ଦେଇଦେଲା ଏଭରେଷ୍ଟର ପ୍ରତିକୂଳ ପାଗ। ୨୦୧୯ ଏପ୍ରିଲ ୧୭ରେ କଳ୍ପନା ଏଭରେଷ୍ଟ ଆରୋହଣ ପାଇଁ ନେପାଳର ଲୁକ୍‌ଲାଠାରେ ପହଞ୍ଚତ୍ଥିଲେ ସେ। ୨୩ ତାରିଖ ମଧ୍ୟାହ୍ନ ୧୨ଟା ୧୫ରେ ଏଭରେଷ୍ଟ ଶୀର୍ଷରେ ପହଞ୍ଚତ୍ ଅଭିଯାନ ଶେଷ କଲେ। ତେବେ ସନ୍ଧ୍ୟା ୬ଟା ୪୧ରେ ଭାଇ ପ୍ରଦୀପ ଦାଶଙ୍କ ନିକଟକୁ କଳ୍ପନାଙ୍କ ମୃତ୍ୟୁ ଖବର ଆସି ପହଞ୍ଚତ୍ଲା। ଫେରିବା ବେଳେ ବରଫ ପାହାଡ଼ର ଏକ ଉଚ୍ଚ ସ୍ଥାନରୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ପୃଥିବୀର ବୃହତ୍‌ ଗିରିଶୃଙ୍ଗରେ ଯଦିଓ ସେ ପାଦ ରଖି ଜାତୀୟ ପତାକା ଉଡ଼ାଇଥିଲେ, ହେଲେ ଫେରିବା ବାଟରେ ସେ ହୋଇଗଲେ ମୃତ୍ୟୁପଥର ଯାତ୍ରୀ।
କଳ୍ପନା ଥିଲେ ଯୁବଗୋଷ୍ଠୀଙ୍କ ପ୍ରେରଣା। ମହିଳା, ଯୁବତୀ ଲାଗି ଉଦାହରଣ। ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବ୍ୟବହିତ ପୂର୍ବରୁ ଢେଙ୍କାନାଳ କାଞ୍ଚନ ବଜାରରେ ଥିବା ତାଙ୍କ ଘରେ ଲାଗିଛି ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନଙ୍କ ଭିଡ଼। ସମସ୍ତଙ୍କ ମୁହଁରେ ଗୋଟିଏ କଥା, କଳ୍ପନା ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଗଲେ। ମା’ ଶୈଳବାଳା ଦାଶଙ୍କ ଆଖିରେ ଏବେ ବି ସାହସୀ ଝିଅଙ୍କୁ ହରାଇବାର ଦୁଃଖ ବାରିହୋଇପଡ଼ିଛି। କଳ୍ପନାଙ୍କ ଫଟୋ ଆଗରେ ଲୁହଗଡ଼ାଇ ସେ ପୁରୁଣା ସ୍ମୃତିକୁ ମନେ ପକାଉଛନ୍ତି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ମନା କରିବା ସତ୍ତ୍ୱେ ଘରେ କାହାକୁ ନ ଜଣାଇ କଳ୍ପନା ଏଭରେଷ୍ଟ ଚଢିବା ପାଇଁ ପଳାଇଯାଇଥିଲେ। ସଫଳତା ହାସଲ କଲେ ସତ ହେଲେ ଆମେ ସବୁଦିନ ପାଇଁ ତାଙ୍କୁ ହରାଇଲୁ। ତା’ପ୍ରତି ସମସ୍ତଙ୍କର ଭଲପାଇବା ଅଭୁଲା ବୋଲି ଶୈଳବାଳା କହିଛନ୍ତି।
ମଧ୍ୟାହ୍ନରେ ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ର କଳ୍ପନାଙ୍କ ବାସଭବନରେ ପହଞ୍ଚତ୍ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପର୍ବତ ଆରୋହଣ ପାଇଁ କଳ୍ପନାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ‘ତେନଜିଙ୍ଗ୍‌ ନର୍‌ଗେ’ ସମ୍ମାନରେ ସମ୍ମାନିତ କରିବା ଏବଂ ଜିଲା ପ୍ରଶାସନ ପକ୍ଷରୁ ଢେଙ୍କାନାଳରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ଲାଗି ସମ୍ପର୍କୀୟ ଗୌରୀଶଙ୍କର ଦାଶ, ସଂଯୁକ୍ତା ଦାଶ, ଗାୟତ୍ରୀ ଦାଶ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri