ସ୍ମାର୍ଟ କିଚେନ ଟିପ୍ସ

ବ୍ୟସ୍ତବହୁଳ ଜୀବନରେ କିପରିଭାବେ ଶୀଘ୍ର ରୋଷେଇ ଘର କାମ ସାରିବେ ସେଇ ଲକ୍ଷ୍ୟରେ ସମସ୍ତେ କାମ କରିଥାନ୍ତି। ଏକ୍ଷେତ୍ରରେ ଆପଣଙ୍କୁ ସ୍ମାର୍ଟ କିଚେନ ଟିପ୍ସ ସମ୍ପର୍କରେ ଜାଣି ରଖନ୍ତୁ…

ଅଟା ଚକଟି ସାରିବା ପରେ ହାତରେ କିଛି ରଫାଇନ୍‌ ତେଲ କିମ୍ବା ଦେଶୀ ଘିଅ ନେଇ ଚକଟା ଅଟାରେ ଲଗାଇ ଦିଅନ୍ତୁ। ଏହାଫଳରେ ଅଟା ଶୁଖିବ ନାହିଁ ଏବଂ ନରମ ରହିବ।
ଅଦାକୁ କଟରରେ କୋରି ଦେଇ ଦୁଇ ତିନି ଦିନ ଖରାରେ ଶୁଖାଇ ଡବାରେ ବନ୍ଦ କରି ରଖି ଦିଅନ୍ତୁ। ଏହାକୁ ଆପଣ ପରେ ଚା କିମ୍ବା ବିଭିନ୍ନ ତରକାରୀରେ ବ୍ୟବହାର କରିପାରିବେ।
ହେଙ୍ଗୁକୁ ଆପଣ କେବେ ହେଲେ ଛୁଙ୍କ କରିବା ସମୟରେ ପକାନ୍ତୁ ନାହିଁ। ଏହା ପୋଡ଼ିଯିବ। ତେଣୁ ତରକାରୀ ହୋଇ ସାରିବ ପରେ ହିଁ ହେଙ୍ଗୁ ପକାନ୍ତୁ। ସ୍ବାଦ ବଢ଼ିବା ସହିତ ହଜମ ଶକ୍ତି ବୃଦ୍ଧି ପାଇବ।
ପନିରକୁ ଠିକ୍‌ ସାଇଜରେ କାଟିବା ପାଇଁ ହେଲେ ତାକୁ କିଛି ସମୟ ଫ୍ରିଜରେ ରଖି ଦିଅନ୍ତୁ। ଏପରି କରିବା ଫଳରେ ଠିକ୍‌ ସେପରେ କଟିବ।
ଅଣ୍ଡାକୁ ସିଝାଇବାର ପରେ ସଙ୍ଗେ ସଙ୍ଗେ ଛଡାଇ ଦିଅନ୍ତୁ। କାରଣ ଅଣ୍ଡା ସିଝିବା ପରେ ବେଶୀ ସମୟ ଖୋଲାରେ ରହିଲେ ତାହା ସୁଖି ଯାଇଥାଏ ଓ ଛଡାିବା ପାଇଁ ଅସୁବିଧା ହୋଇଥାଏ।
ତରକାରୀ ତିଆରି କରିବା ସମୟରେ ଯଦି ଟମାଟୋ ପ୍ୟୁରୀ ବଳକା ରହିଥାଏ ତେବେ ତାକୁ ଆଇସ୍‌ ଟ୍ରେରେ ରଖି ଦିଅନ୍ତୁ। ପୁଣି ଥରେ ଅନ୍ୟ ତରକାରୀ କରିବାବେଳେ କାମରେ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ମହୁସହ ନିଅନ୍ତୁ ଏସବୁ

ପ୍ରତିଦିନ ଖାଉଥିବା ଖାଦ୍ୟ ଶରୀର ପାଇଁ କେତେ ଉପକାରୀ ତାହା ସବୁବେଳେ ଜାଣି ରଖିବା ଭଲ । ସେଥିପାଇଁ କୁହାଯାଏ ନିତିଦିନିଆ ଖାଦ୍ୟ ପାନୀୟ ଉପରେ...

ସ୍ଲିମ୍‌ ହେବା ପାଇଁ ଆପଣାନ୍ତୁ ଏହି ଉପାୟ…

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଅଭ୍ୟାସ କରି ପ୍ରତିଦିନ ସକାଳୁ...

ଆପଣଙ୍କ ସାଥୀ କନ୍ୟା ରାଶିର କି? ଜାଣନ୍ତୁ କିଭଳି ତାଙ୍କର ସ୍ବଭାବ, ବ୍ୟକ୍ତିତ୍ୱ…

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା।...

ଅବସାଦ ଦୂର ପାଇଁ ଶୁଣନ୍ତୁ ଏମିତି ଗୀତ

ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ...

ବ୍ୟାୟାମ କଲେ ବୃଦ୍ଧିପାଏ ବୟସ୍କଙ୍କ ସ୍ମରଣ ଶକ୍ତି

ନ୍ୟୁୟର୍କ:  ବ୍ୟାୟାମ କଲେ ବୟସ୍କମାନଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଓ ସ୍ମରଣ ଶକ୍ତି ବୃଦ୍ଧି ପାଏ  । ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁ ମିଳିଛି।...

ଚିକେନ ରାଜପୁତାନା

ପୁରୀ ସହରର ଭିଆଇପି ରୋଡରେ ରହିଛି ହୋଟେଲ ଭିଆଇପି ସ୍କୋୟାର। ଏହି ହୋଟେଲର ଏକ ଚାହିଦା ଥିବା ଡିଶ୍‌ ହେଉଛି ଚିକେନ ରାଜପୁତାନା। ଏହାର ଗୋଟିଏ...

ଶୋଇବା ଘରେ ରଖୁଛନ୍ତି କି ଏହି ଜିନିଷ: ବଢ଼ିବ କରଜ

ବାସ୍ତୁଶାସ୍ତ୍ରରେ ଅନେକ କିଛି ବିଷୟରେ ଉଲ୍ଲେଖ ରହିଛି। ଏହାର ପ୍ରତିକାରକୁ ଆପଣାଇ ଜଣେ ନିଜ ଘରେ ଥିବା ବାସ୍ତୁସମସ୍ୟା ଦୂର କରିପାରିବ। ଏହି କ୍ରମରେ ଶୋଇବା...

ସ୍ବାସ୍ଥ୍ୟପୋକାରୀ ତ୍ରିଫଳା: ବଢ଼ାଇଥାଏ ରୋଗ ପ୍ରତିରୋଧକ କ୍ଷମତା

ତ୍ରିଫଳା, ୩ଟି ଫଳର ସମାହାର। ହରିଡ଼ା, ଅଁଳା ଏବଂ ବାହାଡ଼ା। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ବିଭିନ୍ନ ରୋଗରୁ ଉପସମ ପାଇଁ ଏହାର ବ୍ୟବହାର...

Advertisement


Archives

Model This Week

Why Dharitri