ଲକ୍‌ଡାଉନ୍‌: କିପରି ଚାଲିଛି ପରିବାର

କରୋନା କଟକଣା ବଢ଼ାଇଛି ଜଞ୍ଜାଳ। ଘରେ ଏବେ ପରିବାରର ସବୁ ସଦସ୍ୟ। ଏ ସମୟରେ ବଢ଼ିଛି ଗୃହିଣୀଙ୍କ କାମ। ନିତିଦିନିଆ କାମ ସାଙ୍ଗକୁ ପିଲା ଓ ଅନ୍ୟ ସମସ୍ତଙ୍କର ଖବର ବି ବୁଝିବାକୁ ପଡୁଛି । ଏ ସମ୍ପର୍କରେ କେତେକ ଗୃହିଣୀ ଯାହା କୁହନ୍ତି …

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଛି। ଏହା କବଳରେ ଏବେ ଲକ୍ଷାଧିକ ଲୋକ। ଅପରପକ୍ଷରେ ସହସ୍ରାଧିକ ଲୋକଙ୍କର ଜୀବନ ନେଇ ସାରିଛି ଏହି ଭାଇରସ। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଭାରତରେ ଲକ୍‌ ଡାଉନ ଘୋଷଣା ହୋଇଛି ଏବଂ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ତେଣୁ ଘରେ ଏବେ ପରିବାରର ସବୁ ସଦସ୍ୟ। ଏ ସମୟରେ ବଢ଼ିଛି ଗୃହିଣୀଙ୍କ କାମ। ନିତିଦିନିଆ କାମ ସାଙ୍ଗକୁ ପିଲା ଓ ଅନ୍ୟ ସମସ୍ତଙ୍କର ଖବର ବି ବୁଝିବାକୁ ପଡୁଛି। ଏବେ କରୋନା ପାଇଁ ସ୍ବଚ୍ଛତା ପ୍ରତି ଗୃହିଣୀମାନଙ୍କୁ ଟିକିଏ ବେଶି ସଚେତନ ହେବାକୁ ପଡୁଛି।
ପିଲା ତଥା ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କର ଦାୟିତ୍ୱ ନେଇଥାନ୍ତି ଗୃହିଣୀ। କିଏ କ’ଣ ଖାଇବ, କ’ଣ ପିନ୍ଧିବ ଏମିତିକି ଘରର ସଫାସୁତୁରା କାମ ତଥା ସମସ୍ତଙ୍କ ସ୍ବାସ୍ଥ୍ୟ ପ୍ରତି ବି ସେମାନେ ସଚେତନ ଥାଆନ୍ତି। ଏବେ କରୋନା ଯେଉଁଭଳି ସମସ୍ତଙ୍କ ଚିନ୍ତା ବଢ଼ାଇଛି ସେ ସମୟରେ ଗୃହିଣୀମାନଙ୍କ କାମ ବି ବଢ଼ିଯାଇଛି। ତେବେ କରୋନା କଟକଣା ପାଇଁ ଗୃହିଣୀମାନେ କିଏ କେମିତି ସମୟ କାଟୁଛନ୍ତି ସେନେଇ ସମସ୍ତେ ଭିନ୍ନ ଅନୁଭୂତି ପ୍ରଦାନ କରିଛନ୍ତି।
କାମ ବଢ଼ିଯାଇଛି
(ସ୍ମୃତି ପରିଜା, ବମିଖାଲ, ଭୁବନେଶ୍ୱର)
କରୋନା ପାଇଁ ଘରେ ଏବେ କାମ ବହୁତ ବଢ଼ିଯାଇଛି। ତା’ ଛଡ଼ା ଘର କାମ କରିବାକୁ ଆସୁଥିବା ଲୋକଙ୍କୁ ବି କରୋନା ପାଇଁ ବନ୍ଦ କରିଦିଆଯାଇଛି। ତେଣୁ ଘରେ ରୋଷେଇବାସ କାମ ସହ ଅନ୍ୟ ସବୁ ଦିଗକୁ ଦୃଷ୍ଟି ଦେବାକୁ ପଡୁଛି। ପିଲାମାନଙ୍କର ସବୁ ଲୁଗାପଟା ପ୍ରତିଦିନ ଡେଟଲରେ ସଫା ହେଉଛି ଆଉ ସେମାନେ ଡେଟଲ ପାଣିରେ ଗାଧୋଉଛନ୍ତି। କିଛି ବି କାମ କଲେ ସାଙ୍ଗେ ସାଙ୍ଗେ ହ୍ୟାଣ୍ଡୱାଶରେ ହାତ ଧୋଉଛନ୍ତି। ଘରକୁ ସବୁଦିନ ପୋଛାପୋଛି କରି ସଫା ରଖୁଛି। ତେବେ ସମସ୍ତେ ସବୁବେଳେ ଘରେ ରହୁଥିବାରୁ ଘର କାମ ଏବେ ବହୁତ ବଢ଼ିଯାଇଛି। ପିଲାମାନେ ବି ଗଣମାଧ୍ୟମରୁ ଖବର ଦେଖି ନିଜେ ନିଜେ ଅନେକାଂଶରେ ସଚେତନ ରହୁଛନ୍ତି ଓ ଘରୁ ବାହାରକୁ ଯାଉନାହାନ୍ତି। ସେଥିପାଇଁ ମୋତେ ବେଶି ପରିଶ୍ରମ କରିବାକୁ ପଡୁନାହିଁ।
ବେଶି ସତର୍କ ହୋଇଛି
(ଅର୍ଚ୍ଚନା ସ୍ବାଇଁ, ନହରକଣ୍ଟା)
କରୋନା ପାଇଁ ଏବେ ମୁଁ ବହୁତ ସତର୍କ ହୋଇଛି। ସାଧାରଣଭାବେ ଆମ ଘରର କେହି ବାହାରକୁ ଯାଉନାହାନ୍ତି। କେହି ବାହାରକୁ କିଛି ଆଣିବା ପାଇଁ ଗଲେ ଘରକୁ ଫେରି ଭଲଭାବେ ସାନିଟାଇଜ୍‌ କରି ଘର ଭିତରକୁ ଆସୁଛନ୍ତି।
ଘରକୁ ସବୁବେଳେ ଫିନାଇଲ୍‌ ପକାଇ ପୋଛୁଚି। ଲୁଗାପଟାକୁ ଧୋଇ ଖରାରେ ଶୁଖାଉଛି। ବିଶେଷକରି ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ଚେଷ୍ଟା କରୁଛି।
ମନପସନ୍ଦର ଖାଦ୍ୟ ପ୍ରସ୍ତୁତ କରି
ଖାଇବାରେ ସମୟ କଟୁଛି
(ମମତା ଜେନା, ବଡଗଡ଼, ଭୁବନେଶ୍ୱର)
ଆମର ଘରେ ଆଗରୁ ବି ସବୁବେଳେ ବେଶି ସଫାସୁତୁରା ହେଉଥିଲା। ଆମର ବଡ଼ ପରିବାର। ତେଣୁ ସମସ୍ତଙ୍କୁ ନିଜ ନିଜ ପସନ୍ଦର ଖାଇବା ତିଆରି କରି ଦେଉଛି। ଘରେ ଆମର ତିନିଜଣ ପିଲାଙ୍କୁ ହାତ ଧୋଇ ପରିଷ୍କାର ରହିବା ପାଇଁ କହିଛି। କାମ କରିବାକୁ କଷ୍ଟ ହେଉ ପଛେ କିନ୍ତୁ ଲୋକମାନଙ୍କ ଜୀବନ ରକ୍ଷା ହେଉ ଓ ଏ ପରିସ୍ଥିତି ଶୀଘ୍ର ବଦଳି ଯାଉ।
ବେଶି ଅସୁବିଧା ହେଉନି
(ରାଜଶ୍ରୀ ରାଉତ, ମଞ୍ଚେଶ୍ୱର)
ଘରକୁ ଫିନାଇଲ୍‌ରେ ଦୁଇଥର ଧୋଉଛି। ତା’ ଛଡ଼ା ଘରେ ସମସ୍ତେ ଥିବାରୁ ସ୍ବଚ୍ଛତା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡୁଛି। ଅବଶ୍ୟ ଆମର ଓଡ଼ିଆ ଘର ଚଳଣି ହୋଇଥିବାରୁ ଏହା ଅସୁବିଧା ସୃଷ୍ଟି କରୁନି। କାରଣ ଆମର ଚଳଣି ଓ ସଂସ୍କାର ଅନୁସାରେ ପ୍ରତିଦିନ ଠାକୁର ଘର ଓ ରୋଷେଇ ଘର ଧୁଆ ପୋଛା ହୋଇଥାଏ। ତେଣୁ ସ୍ବଚ୍ଛତା ଆମ ଚଳଣିର ଏକ ଅଂଶ ଥିଲା। ଅବଶ୍ୟ ଏବେ ଆଉଟିକେ ଅଧିକ ସଚେତନ ହେବାକୁ ପଡୁଛି।
କଟକଣା ଅଲଗା ଲାଗୁନି
(ସୁସ୍ମିତା ସାହୁ, ରାହାମା, ଜଗତ୍‌ସିଂହପୁର)
ଆମର ତଳ ଘରେ କ୍ଲିନିକ୍‌ ହୋଇ ଥିବାରୁ ସବୁବେଳେ ସାନିଟାଇଜ୍‌ ଉପରେ ବେଶି ଗୁରୁତ୍ୱ ଦିଆଯାଏ। ସବୁଦିନ ଘର ଫିନାଇଲରେ ପୋଛାହୁଏ। ତା’ ଛଡ଼ା ଘରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଦୃଷ୍ଟି ଦିଆଯାଏ। ସେଥିପାଇଁ ଏବେ କରୋନା ହୋଇଥିଲେ ବି ଆମ ଘରେ ଅଲଗା କିଛି କାମ ହେଉନି। ଖାଲି ପୁଅ ଘରେ ସବୁବେଳେ ରହୁଥିବାରୁ ଅଧିକ ସମୟ ଲାପଟପ୍‌ ଧରି ବସୁଛି। କାରଣ ତା’ର ଅନ୍‌ଲାଇନରେ ପାଠପଢ଼ା ହେଉଛି। ଏହା ବ୍ୟତୀତ ସବୁ ଦିନ ଭଳି ରୋଷେଇ ବି ହେଉଛି। ତେଣୁ କରୋନା କଟକଣା ସେମିତି କିଛି ଅଲଗା ଲାଗୁନାହିଁ।
-ସସ୍ମିତା ନାୟକ

ଛୋଟ ପିଲାଙ୍କର ଅଧିକ ଯତ୍ନ ନିଅନ୍ତୁ
ଡା. ମୋନାଲିସା ନାୟକ
(ଶ୍ରୀ ହସ୍‌ପିଟାଲ୍‌, ଭୁବନେଶ୍ୱର)
କରୋନାକୁ ନେଇ ଲେକେ ମୁଖ୍ୟତଃ ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଦୃଷ୍ଟି ଦେବା ଆବଶ୍ୟକ। ତା’ ସହ ସମସ୍ତେ ଘରେ ରହିବା ଆବଶ୍ୟକ। ଏହା ସହିତ ସୋସିଆଲ୍‌ ଡିଷ୍ଟାନ୍ସ (ସାମାଜିକ ଦୂରତ୍ୱ) ନିହାତି ମାନିବା ଦରକାର। ଏବେ ଘରୁ କୌଣସି କାମରେ ବାହାରକୁ ଯିବାକୁ ଥିଲେ ମାସ୍କ ଓ ଗ୍ଲୋବ୍‌ସ ପିନ୍ଧି ଯାଆନ୍ତୁ। ଆଉ ଘରକୁ ଫେରିବା ମାତ୍ରେ ପ୍ରଥମେ ଭଲଭାବେ ହାତ ଧୁଅନ୍ତୁ। ଏହା ପରେ ପୋଷାକ ବଦଳାଇ ହାତ ଗୋଡ଼ ଧୋଇ ଭିତରକୁ ଯାଆନ୍ତୁ। ନେଇ ଯଥେଷ୍ଟ ପଦକ୍ଷେପ ଗୃହିଣୀମାନେ ଏ ସମୟରେ ନିଜ ପିଲାମାନଙ୍କର ଅଧିକ ଯତ୍ନ ନିଅନ୍ତୁ। ସଫାସୁତୁରା ପ୍ରତି ଧ୍ୟାନ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri