ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ଆର୍‌ଟିଓ: ୨୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ

ଜୟପୁର/ନବରଙ୍ଗପୁର,୯ା୩(ଡି.ଏନ.ଏ./ବି.ପ୍ର.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କହଁରଙ୍କୁ ସୋମବାର କୋରାପୁଟ ଜିଲା ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୨୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ଗତ ଶୁକ୍ରବାର କୋରାପୁଟ ଭିଜିଲାନ୍ସ ଡିଭିଜନ୍‌ ପକ୍ଷରୁ ଆର୍‌ଟିଓ କହଁରଙ୍କ ନବରଙ୍ଗପୁରସ୍ଥିତ ଭଡ଼ାଘର, କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ଫୁଲବାଣୀ ଓ ଗଜପତି ଜିଲାର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ ୧କୋଟି ୫୦ ଲକ୍ଷ ୬୩ ହଜାର ୩୨୮ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ଏହାପରେ ତାଙ୍କୁ ଅଟକ ରଖାଯାଇଥିବାବେଳେ ଯାଞ୍ଚ ପ୍ରକ୍ରିୟା ଶେଷ ପରେ ରବିବାର ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ଗୋଲରାଗଡ଼ର ଅବଦାନ ଅବିସ୍ମରଣୀୟ

ଓଡ଼ିଶାର ପଥରଶିଳ୍ପୀ ବଂଶାନୁକ୍ରମିକ ଭାବରେ କାମ ଶିକ୍ଷା କରିଥାଏ। କେଉଁ ପଥର ବ୍ୟବହାର ପାଇଁ କେଉଁ ଅଞ୍ଚଳର ଶିଳ୍ପୀ ଦକ୍ଷ, ତାହା ନିର୍ଦ୍ଦିଷ୍ଟ। ଗଞ୍ଜାମ ଅଞ୍ଚଳର...

ଏସ୍‌ଏଚ୍‌ଜି ସଶକ୍ତୀକରଣ ପାଇଁ ୫୧.୪୪ଲକ୍ଷ

ଢେଙ୍କାନାଳ ଅଫିସ, ୨୩।୧୨: ଭୁବନେଶ୍ୱର ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଭରେନ୍ସରେ ମିଶନ ଶକ୍ତି ଇ-ମାର୍କେଟ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ...

୨୫ ଯୁବକଙ୍କୁ ମିଳିଲା ରାଜ୍ୟ ସରକାରଙ୍କ ସହାୟତା

ବ୍ରହ୍ମପୁର ଅଫିସ,୩୧ା୫-ଆଇଟିଆଇର ବିଭିନ୍ନ ଟ୍ରେଡରେ ଅଧ୍ୟୟନ କରି ନିଜକୁ ସ୍ବାବଲମ୍ବୀ କରିବା ସହ ଅନ୍ୟ ପାଇଁ ରୋଜଗାର କରୁଥିବା ଯୁବ ବର୍ଗଙ୍କୁ ରାଜ୍ୟ ସରକାର ସହାୟତାର...

ପଥର ପ୍ୟାକିଂ କାର୍ଯ୍ୟ ନିମ୍ନମାନର

ନାଉଗାଁ,୯।୪(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପ୍ରବାହିତ ଦେବୀ ନଦୀର ଦୁର୍ବଳ ସ୍ଥାନକୁ ପ୍ରଶସାନ ପକ୍ଷରୁ ଚିହ୍ନଟ କରାଯାଇ ପଥର ପ୍ୟାକିଂ କରାଯାଉଛି। ଏଥିସହ ନଦୀବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟ...

ବନ୍ଦ ହେବ ଧରାକୋଟଗଡ ରଥଯାତ୍ରା

ଧରାକୋଟ,୫ା୬(ଡି.ଏନ.ଏ.)- ଧରାକୋଟଗଡ଼ର ରଥଯାତ୍ରା ଚଳିତ ବର୍ଷ ହେବନାହିଁ। ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଗୁଣ୍ଡିଚା ଯାତ୍ରା କରୋନା ମହାମାରୀ ଯୋଗୁ ବନ୍ଦ କରାଯାଇଥିବା ଦେବୋତ୍ତର...

ଅବ୍ୟବସ୍ଥାରେ ନ୍ୟାୟିକ ବ୍ୟବସ୍ଥା

ଭୁବନେଶ୍ୱର,୧୭।୮(ବ୍ୟୁରୋ): ଦେଶର ବିଭିନ୍ନ କୋର୍ଟରେ ବର୍ଷ ବର୍ଷ ଧରି ବିଚାରାଧୀନ ଅବସ୍ଥାରେ ମାମଲାଗୁଡିକ ପଡ଼ି ରହିଛି। ଉପଯୁକ୍ତ ଭିତ୍ତିଭୂମି ନ ଥିବାରୁ କୋର୍ଟ ପରିଚାଳନାରେ ଗୁରୁତର...

ଡେପୁଟି ମେୟରଙ୍କ ଘରେ ଲାଗିଲା ଉଚ୍ଛେଦ ନୋଟିସ୍‌

କଟକ ଅଫିସ,୩।୫: କଟକ ଡେପୁଟି ମେୟରଙ୍କ ଘରେ ଉଚ୍ଛେଦ ନୋଟିସ୍‌ ଲଗାଯାଇଛି। ଇଡ୍‌କୋ ଜାଗାରେ ଥିବା ତାଙ୍କ ଏହି ଘରକୁ ଭାଙ୍ଗିବାକୁ  ନୋଟିସ ଜାରି ହୋଇଛି।...

ରାସ୍ତାରେ ଆମ୍ବୁଲାନ୍ସ ରଖି ଆତ୍ମହତ୍ୟା କଲେ ଡ୍ରାଇଭର

ନରସିଂହପୁର,୧୯ା୬(ଡି.ଏନ୍‌.ଏ.): କଟକ ଜିଲା କାନପୁର ଥାନା ଅଞ୍ଚଳରେ ରାସ୍ତାରେ ଆମ୍ବୁଲାନ୍ସ ରଖି ଗଛରେ ରଶି ଲଗାଇ ଜଣେ ଡ୍ରାଇଭର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି...

Advertisement
Archives

Model This Week