ଜୟପୁର,୮ା୧(ଡି.ଏନ୍.ଏ.)- ଏସ୍ଏଚ୍ଜି ପ୍ରସ୍ତୁତ କରିବେ ସ୍କୁଲ ମଧ୍ୟାହ୍ନଭୋଜନ। କୋରାପୁଟ ଜିଲା ଜୟପୁର ବ୍ଲକର ୬୫ ଓ ପୌରସଂସ୍ଥାର ୨୦ଟି ବିଦ୍ୟାଳୟରେ ସେମାନେ ମଧ୍ୟାହ୍ନଭୋଜନ ଦେବା ପାଇଁ ନିଷ୍ପତ୍ତି ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ ଏନେଇ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଜୟପୁର ବ୍ଲକ ରଣ୍ଡାପାଲୀସ୍ଥିତ କେନ୍ଦ୍ରୀୟ ରୋଷେଇ ଶାଳ ଘରୋଇ ସଂସ୍ଥା ୨୦୧୬ରୁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିଲା। ଏଠାରୁ ଜୟପୁର ବ୍ଲକ ସମେତ ପୌରସଂସ୍ଥା, କୋରାପୁଟ, ସୁନାବେଡ଼ା ଓ କୋଟପାଡ଼ ଏନ୍ଏସିରେ ଥିବା ବିଦ୍ୟାଳୟକୁ ମଧ୍ୟାହ୍ନଭୋଜନ ଯୋଗାଣ ହେଉଥିଲା। ତେବେ ବିଭିନ୍ନ ସମୟରେ ସିଝା ଅଣ୍ଡାରୁ ପୋକ, ଡାଲିରୁ ଗୋଡ଼ି ଓ ଭାତରୁ ମଲା ଝିଟିପିଟି ବାହାରିବା ପରେ ଗ୍ରାମବାସୀ ଓ ଅଭିଭାବକମାନେ କେନ୍ଦ୍ରିୟ ରୋଷେଇ ଶାଳ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ନିମ୍ନମାନର ଓ ଅପମିଶ୍ରିତ ବୋଲି ଅଭିଯୋଗ କରିଥିଲେ। ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଏହାକୁ ଉପସ୍ଥାପନ କରାଯାଇ ପୂର୍ବଭଳି ସ୍ଥାନୀୟ ଏସ୍ଏଚ୍ଜିକୁ ମଧ୍ୟାହ୍ନଭୋଜନ ରନ୍ଧନ ଓ ବଣ୍ଟନ ଦାୟିତ୍ୱ ଦେବାକୁ ଦାବି କରାଯାଇଥିଲା। ଜିଲା ପ୍ରଶାସନର ନିଷ୍ପତ୍ତି କ୍ରମେ ବିଜ୍ଞପ୍ତି ବାହାରିବା ପରେ ଏସ୍ଏଚ୍ଜିଗୁଡ଼ିକ ଏଥିପାଇଁ ଆବେଦନ କରିବେ। ଶହେରୁ ଅଧିକ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟ ପାଇଁ ଏସ୍ଏଚ୍ଜି ରନ୍ଧାଖାଦ୍ୟ ଯୋଗାଇବ। ମାନଦଣ୍ଡ ଓ ନିୟମାବଳୀ ଅନୁଯାୟୀ ସେମାନଙ୍କୁ ଚୟନ କରାଯିବ। ଏଥିପାଇଁ ଥିବା ଚୟନ କମିଟିରେ ବିଡିଓ, ବ୍ଲକ ଶିକ୍ଷାଧିକାରୀ, ସିଡିପିଓ ଓ ମିଶନ ଶକ୍ତିର କୋର୍ଡିନେଟର ଚୟନକର୍ତ୍ତା ଭାବେ ରହିବେ ବୋଲି ସିଡିପିଓ ପ୍ରତିମାରାଣୀ ତ୍ରିପାଠୀ କହିଛନ୍ତି। ଆବେଦନର ଅନ୍ତିମ ଦିବସ ମଙ୍ଗଳବାର ଥିବାବେଳେ ଆସନ୍ତା ସପ୍ତାହରେ ଚୟନ କରାଯିବ। ଉଲ୍ଲେଖଯୋଗ୍ୟ, ଜୟପୁର ବ୍ଲକରେ ୧୭୨ ଓ ପୌରାଞ୍ଚଳର ୪୫ଟି ବିଦ୍ୟାଳୟରେ କେନ୍ଦ୍ରିୟ ରୋଷେଇ ଶାଳରୁ ପ୍ରସ୍ତୁତ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଛି। ୧୬ଟି ଅପହଞ୍ଚ ଓ ଗମନାଗମନ ସୁବିଧା ନ ଥିବା ବିଦ୍ୟାଳୟରେ ସ୍ଥାନୀୟ ଏସ୍ଏଚ୍ଜି ଦ୍ୱାରା ଖାଦ୍ୟ ଦିଆଯାଉଛି।
Posted inଆମ ଜିଲା ଖବର, କୋରାପୁଟ View All

ବନ୍ୟା ବିପନ୍ନଙ୍କ ପାଇଁ ‘ଆପାଦ ମିତ୍ର’
ଯାଜପୁର ଅଫିସ,୧୫ା୧୧:ସରକାରୀ ସହାୟତା ପହଞ୍ଚିବା ପୂର୍ବରୁ ବନ୍ୟା ବିପନ୍ନଙ୍କୁ ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ (କମ୍ୟୁନିଟି ଲେବୁଲ ଭଲେଣ୍ଟିୟର) ତୁରନ୍ତ ସହଯୋଗ କରିବେ। ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ...

ଲମ୍ପି ସଂକ୍ରମଣ ରୋକିବାକୁ ଟିକାକରଣ
ଆରଡ଼ି,୧୮।୧୨(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଆରଡ଼ି, ସୁନ୍ଦରପୁର, ନାନ୍ଦପୁର ଏବଂ ଓଳଗ ୪ ପଞ୍ଚାୟତରେ ଗୋରୁଙ୍କୁ ଲମ୍ପି ସଂକ୍ରମଣ ବଢ଼ି ଚାଲିଛି। ଏ...

ଅଧ୍ୟକ୍ଷ ପଦବୀକୁ ନେଇ ଥମୁନି ଅଶାନ୍ତି: ବ୍ଲକରେ ଜନପ୍ରତିନିଧିଙ୍କ ହୋହଲ୍ଲା
ପୁରୁଷୋତ୍ତମପୁର, ୨୦ା୧୨ (ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଲାଗି ରହିଥିବା ଅଶାନ୍ତି ଥମିବାର ନାଁ ନେଉନାହିଁ। ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ କାର୍ଯ୍ୟକଳାପରେ...

ରଦ୍ଦିରେ ବିକ୍ରି ହେଲା ପଢ଼ାବହି
ପାରାଦୀପ,୬।୧୧(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ମାଗଣାରେ ଦିଆଯାଉଥିବା ବହିଗୁଡ଼ିକୁ ଶନିବାର ରଦ୍ଦିରେ ବିକ୍ରି କରାଯାଇଛି। ପାରାଦୀପ ନୂଆବଜାରସ୍ଥିତ ସଞ୍ଜୟ ଗାନ୍ଧୀ...

ଜୀବନ ସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ: ଯୋଗଦେଲେ ସୁନାବେଡାର ଆଦିବାସୀ
ନୂଆପଡା ଅଫିସ,୧୦ା୮ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟରେ ସଭାଗୃହରେ ଜିଲାପାଳ ମଧୁସ୍ମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିବାସୀ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ଉନ୍ନତି ସକାଶେ ଜୀବନ...

ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ
ଲଖନପୁର, ୨।୯(ଡି.ଏନ୍.ଏ.)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ସରକାରୀ ବାସଭବନ ସମେତ ୬ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ...

ଶାଳିଆ ଡ୍ୟାମ୍ରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
ଖୋର୍ଦ୍ଧା ଅଫିସ,୨ା୧୦: ବାଣପୁର ଥାନା ଶାଳିଆ ଡ୍ୟାମରେ ବୁଧବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖାଯାଇଛି। ମୃତ ଯୁବକଙ୍କର ବୟସ ୨୫ରୁ ୪୦ ବର୍ଷ ମଧ୍ୟରେ...

ସ୍କୁଲ ମୁହେଁ ଅଁ।ଠେ କାଦୋ
ଜାମଟିକ୍ରା, ୧୦।୯ (ଡି.ଏନ୍.ଏ): ବରଗଡ଼ ଜିଲା ଅତାବିରା ବ୍ଲକ ଅଧୀନ ଜାମଟିକ୍ରା ଗାନ୍ଧୀ ଏମ୍ଇ ସ୍କୁଲ ସାମ୍ନାରେ ପାଏନ୍ ଟୁଡ଼ି ରହିବାର ଲାଗି ଅଁାଠେ...