ସୌଭାଗ୍ୟ ଯୋଜନାରେ ଜଣକ ଘରକୁ ହୋଇନି ବିଦ୍ୟୁତ ସଂଯୋଗ

ପାପଡାହାଣ୍ଡି, ୧୮।୪,(ଡି.ଏନ.ଏ)-  ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଞ୍ଚାୟତ ବିସମପଦର ଗ୍ରାମବାସୀ ସମସ୍ୟା ଭିତରେ ଗତି କରୁଛନ୍ତି। ରାସ୍ତା ନ ଥିବାରୁ ବର୍ଷା ଦିନେ ଗାଁକୁ ଆମ୍ବୁଲାନ୍ସ ଆସି ପାରେନି। ଏବେ ଖରା ଦିନେ ଗାଁରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା ।  ଗୋଟିଏ  ନଳକୂପର ପାଣି ୩୦୦ ଲୋକଙ୍କ ଆବଶ୍ୟକତାକୁ  ପୂରଣ କରି ପାରୁନାହିଁ  ।  ଲୋକେ ବାଧ୍ୟ ହୋଇ ଚୁଆରୁ ପାଣି ବ୍ୟବହାର କରୁଛନ୍ତି । ସେହିପରି ସୌଭାଗ୍ୟ ଯୋଜନାରେ ଗାଁକୁ ସାମିଲ କରାଯାଇଛି କିନ୍ତୁ ଗ୍ରାମର ଜଣକ ଘରକୁ ବିଦ୍ୟୁତ ସଂଯୋଗ ହୋଇ ନାହିଁ। ସମସ୍ୟା ସମ୍ପର୍କରେ  ଅଭିଯୋଗ ପରେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ବିସମପଦର ଗ୍ରାମରେ ଅଛନ୍ତି ୪୫ ପରିବାରର  ୩୦୦ରୁ ଊର୍ଦ୍ଧ୍ୱ ଲୋକ ।  ଗୋଟିଏ ସୋଲାର ଚାଳିତ  ନଳକୂପର ପାଣି ହିଁ ଲୋକଙ୍କ ଭରସା ।  ପ୍ରବଳ ଖରା ଯୋଗୁ ସେଥିରୁ ବି କମ ପାଣି  ବାହାରୁଛି । ନଳକୂପର ଜଳସ୍ତର ତଳକୁ ଚାଲି ଯାଇଥିବାରୁ ତାହା ଅଧିକାଂଶ ସମୟରେ ବନ୍ଦ ରହୁଛି । ପାଣି ହାଣ୍ଡିଏ ପାଇଁ ମହିଳାଙ୍କୁ ନଳକୂପ ନିକଟରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।  ଗ୍ରାମକୁ ଏପର୍ଯ୍ୟନ୍ତ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇ ନାହିଁ ।  ମହିଳାମାନେ ୧ କି.ମି ଦୂର ମହିମାଗୁଡା କିମ୍ବା କାଙ୍ଗମାଝିଗୁଡା ଯାଇ ପାଣି ଆଣୁଥିବା କହିଛନ୍ତି । ସେହି ଗ୍ରାମରେ ବି ପାଣି ସମସ୍ୟା ଦେଖା ଦେଇ ଥିବାରୁ ମହିଳାମାନେ ବାଧ୍ୟ ହୋଇ ନିକଟସ୍ଥ ନଦୀରେ ଚୁଆ ଖୋଲି ପାଣି ଆଣୁଥିବା କହିଛନ୍ତି । ଗ୍ରାମରେ ସୌଭାଗ୍ୟ ଯୋଜନାରେ ଟ୍ରାନ୍ସଫର୍ମର ସହ ଖୁଣ୍ଟ ଓ ତାର ଟଣା ଯାଇଥିବା ବେଳେ ଜଣକ ଘରକୁ ବି ଏ ପର୍ଯ୍ୟନ୍ତ  ବିଦ୍ୟୁତ ସଂଯୋଗ ହୋଇ ନାହିଁ।

ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ମରାମତି କରାଯାଉ ନାହିଁ।  ରାସ୍ତା ସାରା ଖାଲଖମାରେ ଭରି ରହିଛି । ବର୍ଷା  ହେଲେ ଆମ୍ବୁଲାନ୍ସ ଯିବା ବି ମୁସ୍କିଲ ହୋଇପଡୁଥିବା ଗ୍ରାମବାସୀ କହିଛନ୍ତି । ଗ୍ରାମର ସମସ୍ୟା ନେଇ ଗ୍ରାମବାସୀ  ସ୍ଥାନୀୟ ସରପଞ୍ଚ, ବିଡ଼ିଓ ଓ ଜିଲାପାଳଙ୍କୁ ବି ଅବଗତ କରିଛନ୍ତି । କେହି କିଛି ପଦକ୍ଷେପ ନେଉ ନଥିବା  କହିଛନ୍ତି । ପାନୀୟ ଜଳ ସମସ୍ୟାର ତୁରନ୍ତ ସମଧାନ ଲାଗି ମୁକୁନ୍ଦ ଭତରା,  ବ୍ରଜ ପାଇକ,  ଲଖଣ ଭତରା, ରାମଚନ୍ଦ୍ର ପାଇକ, ଅଭି ପାଇକ, ମନମୋତି ଭତରା, ଯମୁନା ଭତରା ପାକଲି ଭତରା, ଅମ୍ବିକା ପାଇକ, ପ୍ରମିଳା ଭତରା, ପଦମା ଭତରା ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲା ଆନ୍ତଃରାଜ୍ୟ କଇଁଛ ଚୋରା ଚାଲାଣ ର଼୍ୟାକେଟ: ୪୦ କେଜି କଇଁଛ ଜବତ, ୪ ଗିରଫ

ଏମ୍‌ଭି ୭୮,୧୧ା୬(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ପଡ଼ିଆ ଓ କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ କଇଁଛ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏଥିରେ ଆନ୍ତଃରାଜ୍ୟ...

ରାୟଗଡ଼ାରେ ହେବ କୋଭିଡ୍‌ ପରୀକ୍ଷା: ମେ’ ଶେଷ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ରାୟଗଡ଼ା ଅଫିସ,୧୮ା୫: ଏଣିକି ରାୟଗଡ଼ା ଜିଲାରେ ହେବ କୋଭିଡ୍‌ ପରୀକ୍ଷା। ଏଠାରେ ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ଦ୍ୱାରା ରୋଗୀଙ୍କ ଶୀଘ୍ର ଚିକିତ୍ସା ହୋଇପାରିବ। ଏ ନେଇ...

ପୋଲିସ ଆଖିରେ ଧୂଳି ଦେଇ ଖସି ପଳାଉଥିଲା ଅଭିଯୁକ୍ତ: ଚଢିଗଲା ଟ୍ରକ

ରାୟଗଡା ଅଫିସ,୧୩।୭-ପୋଲିସ ଆଖିରେ ଧୂଳି ଦେଇ ଥାନା ସମ୍ମୁଖରୁ ଖସି ଯିବାକୁ ଜଣେ ଅଭିଯୁକ୍ତ ଚେଷ୍ଟା କରୁଥିବାବେଳେ ତାଙ୍କ ଉପରେ ଟ୍ରକ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ...

ଲେମ୍ବୁରେ ସଜେଇ ହୋଇଛନ୍ତି ମା’ ମଝିଘରିଆଣୀ, ମଧ୍ୟରାତ୍ରିରେ ସରିଛି ମହାନବମୀ ପୂଜା

ରାୟଗଡ଼ା ଅଫିସ, ୧୪।୧୦: ଆରାଧ୍ୟା ଠାକୁରାଣୀ ମା’ ମଝିଘରିଆଣୀଙ୍କ ମହାନବମୀ ପୂଜା ବୁଧବାର ବିଳମ୍ବିତ ରାତ୍ରିରେ ଶେଷ ହୋଇଛି। ତହସିଲ ପ୍ରାଙ୍ଗଣରେ କରାଯାଇଥିବା ଅସ୍ଥାୟୀ ମଣ୍ଡପରେ...

ବିଲ୍ଟ କାଗଜକଳରେ ଉତ୍ତେଜନା: ଠିକା ଶ୍ରମିକଙ୍କୁ କାରଖାନାରେ ପୂରାଇଦେଲେନି

ଜୟପୁର,୫ା୬(ଡି.ଏନ୍‌.ଏ.): ଜୟପୁର ଗାଗନାପୁର ସ୍ଥିତ ବିଲ୍ଟ ସେୱା କାଗଜକଳରେ ପୁଣି ଅଶାନ୍ତି ଦେଖାଦେଇଛି। ବୁଧବାର ପୂର୍ବାହ୍ନରୁ ଠିକା ଶ୍ରମିକ କାରଖାନାକୁ ଯିବାବେଳେ ସୁରକ୍ଷାବଳ ସେମାନଙ୍କୁ ପ୍ରବେଶ...

ସରପଞ୍ଚରୁ ମନ୍ତ୍ରୀ ହେଲେ ଜଗନ୍ନାଥ

ଗୁଣପୁର/ମୁନିଗୁଡ଼ା,୩୦।୫(ଡି.ଏନ.ଏ)- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୫ମ ଥର ପାଇଁ ଗଠିତ ହୋଇଥିବା ସରକାରରେ ବିଷମକଟକ ନିର୍ବାଚନମଣ୍ଡଳୀର ବିଧାୟକ ଜଗନ୍ନାଥ ସାରକାଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ପଦ...

ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହା ହେଲେ ଗର୍ଭବତୀ

ରାୟଗଡା ଅଫିସ,୨୯।୧: ଗାଁକୁ ରାସ୍ତା ନ ଥିବାରୁ ୩ କିମି ଖଟିଆରେ ବୁହା ହେଲେ ଗର୍ଭବତୀ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ...

୨୦ ଫୁଟ ତଳକୁ ଖସିଲା ଆଲୁମିନିୟମ ପାଉଡର ଲୋଡିଂ ଟ୍ୟାଙ୍କର: ଡ୍ରାଇଭର ମୃତ

ରାୟଗଡ଼ା ଅଫିସ, ୨।୧: ୩୨୬ ନଂ. ଜାତୀୟ ରାଜପଥର ଗୁମ୍ମା ଘାଟିରୁ ଗୁରୁବାର ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର ଖସିପଡ଼ିଛି। ଫଳରେ ଘଟଣା ସ୍ଥଳରେ...

Advertisement
Archives

Model This Week