ସେଣ୍ଟ୍ରିଙ୍ଗ୍‌ ଖୋଲିବା ବେଳେ ଦୁର୍ଘଟଣା: ବିଦ୍ୟୁତ୍‌ ଆଘାତରେ ୨ ଘର ମାଲିକଙ୍କ ସମେତ ମିସ୍ତ୍ରି ମୃତ

ବ୍ରହ୍ମପୁର ଅଫିସ/କୁକୁଡ଼ାଖଣ୍ଡି,୨୨ା୭(ଡି.ଏନ.ଏ.)-ବ୍ରହ୍ମପୁର ଅଳକାପୁରୀ ୬ଷ୍ଠ ଲେନ୍‌ରେ ଏକ ନିର୍ମାଣାଧୀନ ଘର ଛାତ ସେଣ୍ଟ୍ରିଙ୍ଗ୍‌ ଖୋଲିବା ବେଳେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଘର ମାଲିକ ଓ ମିସ୍ତ୍ରିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଲ୍ଲିକୋଟ ଧୋବା ସାହିର ଶରତ ଚନ୍ଦ୍ର ବେହେରା ଓ ମିସ୍ତ୍ରି ହେଉଛନ୍ତି ସଦାନନ୍ଦ ବିହାରର ଅରୁଣ କୁମାର ସାବତ। ସେହିପରି ଅନ୍ୟ ଏକ ଘଟଣାରେ ଏକ ଫ୍ୟାନ ତାର ଯୋଡିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଘର ମାଲିକ ଜଗଦ୍ଦଳପୁରର କାଳିଆ ସେଠୀଙ୍କର ମୃତ୍ୟୁ ଘଟିଛି ବୋଲି ସଦର ଥାନା ଅଧିକାରୀ ଭାବନାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଶରତ ସାଉଥ୍‌କୋରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। ସେ ଅଳକାପୁରୀରେ ଏକ ଘର ତିଆରି କରୁଛନ୍ତି। ଏଠାରେ ଅରୁଣ ମିସ୍ତ୍ରି ଭାବେ କାମ କରୁଥିଲେ। ରବିବାର ଘର ଛାତ ସେଣ୍ଟ୍ରିଙ୍ଗ୍‌ ଖୋଲିବା ପାଇଁ ଅରୁଣ କେତେକ ଶ୍ରମିକଙ୍କୁ ନିଯୋଜିତ କରିଥିଲେ। ନିର୍ମାଣାଧୀନ ଘର ନିକଟ ଦେଇ ୧୧ କେଭି ବିଦ୍ୟୁତ ତାର ଯାଇଛି। ଅପରାହ୍ନରେ ଅରୁଣ ଛାତ ଉପରକୁ ଯାଇ ଛାତରେ ଲାଗି ରହିଥିବା ଏକ କାଠ ଏକ ଶାବଳରେ ତାଡି ବାହାର କରୁଥିବା ବେଳେ ଅସାବଧାନତାବଶତଃ ଶାବଳଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଅରୁଣ ଉକ୍ତ ତାରରେ ଲଟକି ରହିଯାଇଥିଲେ ା ସେ ଛଟପଟ ହୋଇ ଚିତ୍କାର କରିବାରୁ ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ଏକ କାଠ ବଲା ସାହାଯ୍ୟରେ ଅରୁଣଙ୍କୁ ତାରରୁ ଅଲଗା କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ଉକ୍ତ ୧୧ କେଭି ତାରରେ ରହିଯାଇଥିବା ଶାବଳକୁ ବାହାର କରିବା ପାଇଁ ଘର ମାଲିକ ଶରତ ବେହେରା ଏକ ଝାଡୁ ଧରି ଛାତ ଉପରକୁ ଯାଇଥିଲେ। ସେ ଧରିଥିବା ଝାଡୁରେ ବିଦ୍ୟୁତ ତାର ଉପରୁ ଶାବଳଟିକୁ ବାହାର କରିବା ବେଳେ ବିଦ୍ୟୁତ୍‌ ଆଘାତରେ ଛିଟିକି ପଡି ଚିତ୍କାର କରିଥିଲେ। ପରିବାର ଲୋକେ ପାଟି ଶୁଣି ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଏମ୍‌କେସିଜି ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ପୂର୍ବରୁ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ମିସ୍ତ୍ରି ଅରୁଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।
ସେହିପରି ରବିବାର ଅନ୍ୟ ଏକ ଘଟଣାରେ ଜଗଦ୍ଦଳପୁର ଗ୍ରାମର କାଳିଆ ସେଠୀ ଘର ଫ୍ୟାନରେ ତାର ଯୋଡୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ। ତାଙ୍କୁ ପରିବାର ଲୋକେ ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର କାଳିଆଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘର ମାଲିକ ଓ ମିସ୍ତ୍ରିଙ୍କ ମୃତଦେହ ଜବତ କରି ନଂ.୨୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସେହିପରି କାଳିଆଙ୍କ ମୃତଦେହ ଜବତ କରି ନଂ.୨୭/୧୯ରେ ଅନ୍ୟ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri