ସୁଶାନ୍ତଙ୍କ ବାନ୍ଧବୀ ରିଆଙ୍କ ଉପରେ ସମସ୍ତଙ୍କ ନଜର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ। ବଲିଉଡ୍‌ର ଏହି ପରିଚିତ ନାଁଟି ଏବେ ଅତିତ ହୋଇଯାଇଛି। ଅସମୟରେ ଦୁନିଆରୁ ବିଦାୟ ନେଇଥିବା ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ ସମସ୍ତଙ୍କୁ ଏକ ପ୍ରକାର ଚମକାଇ ଦେଇଛି। ହେଲେ କାହିଁକି ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ଏତେବଡ ନିଷ୍ପତ୍ତି ନେଲେ ତାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ। ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଏବେବି ଏହାକୁ ନେଇ ଅନେକଙ୍କ ମନରେ ସନ୍ଦେହ ଉପୁଜୁଛି। ଇତିମଧ୍ୟରେ ରବିବାର ସୁଶାନ୍ତ ମୃତ୍ୟୁ ହୋଇଥିବା ବେଳେ ସୋମବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ଏହାରି ଭିତରେ ତାଙ୍କ ପ୍ରିୟ ବାନ୍ଧବୀ ରିଆ ଚର୍କବର୍ତ୍ତୀ ସୁଶାନ୍ତଙ୍କୁ ଶେଷ ଦର୍ଶନ କରିବାକୁ ହସ୍ପିଟାଲ ପହଞ୍ଚିଥିଲେ। ଏହି ସମୟରେ ରିଆ ଖୁବ୍‌ ଅପସେଟ୍‌ ଜଣାପଡୁଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୋଲିସ ରିଆଙ୍କୁ ଜେରା କରିପାରେ ବୋଲି କୁହାଯାଉଛି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବହୁ ଦିନରୁ ଆଲୋଚନା ହେଉଥିଲେ ମଧ୍ୟ ଏହାକୁ ଏମାନେ କେବେ ଖୋଲାଖୋଲି ଭାବେ କହି ନାହାନ୍ତି। ଅନ୍ୟପଟେ ଶେଷଥର ପାଇଁ କୁଆଡେ ସୁଶାନ୍ତ ବାନ୍ଧବୀ ରିଆଙ୍କ ସହ ଫୋନରେ କଥା ହୋଇଥିଲେ। ତେଣୁ ପୋଲିସ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରିଆଙ୍କୁ ଜେରା କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ମିନିଟର ଭିଡିଓ ବଦଳାଇଲା ଜୀବନ: ଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ଏବେ ଷ୍ଟାର, ଦଶ ବର୍ଷ ପରେ ଭେଟିଲେ ଝିଅଙ୍କୁ

ମୁମ୍ବାଇ: ଦୁଇ ମିନିଟର ଭିଡିଓ ବଦଳାଇଛି ଜୀବନ। ରାନୁ ମାରିୟା ମଣ୍ଡଳ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେଶନରେ ବସି ଗାଉଥିବା ବେଳର ଏକ ଭିଡିଓକୁ ଯାତ୍ରୀ ଅତିନ୍ଦ୍ର...

ସୁଶାନ୍ତଙ୍କ ପାଇଁ ଡାଏରୀ ଲେଖୁଥିଲେ ଛାତ୍ରୀ, ମୃତ୍ୟୁ ଖବର ପାଇ ହାରିଲେ ଜୀବନ

ମୁମ୍ବାଇ: ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣକ ପରେ ଜଣେ ଆତ୍ମହତ୍ୟା କରିଚାଲିଛନ୍ତି। ଏବେ ଆଉ ଜଣେ ପ୍ରଶଂସକ...

ଆଙ୍କର-ଆକ୍ଟର ସୁବାସ

ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକଟିଏ ପ୍ରଥମେ ଯାହାର କଣ୍ଠସ୍ବର ଶୁଣେ ଆଉ ଯାହାକୁ ସର୍ବପ୍ରଥମେ ମଞ୍ଚରେ ଭେଟେ ସେ ହେଉଛି ଆଙ୍କର ବା ଘୋଷକ। ଓଡ଼ିଆ...

ନବରାତ୍ରିକୁ ନେଇ କ୍ୟାଟ୍ରିନା-ରଣବୀରଙ୍କ ଫଟୋରେ ଅଶ୍ଳୀଳ ଟୁଇଟ୍‌ କରି ବିବାଦରେ ଏହି କମ୍ପାନୀ

ବର୍ତ୍ତମାନ ସମଗ୍ର ଦେଶରେ ଦେଶହରା ପୂଜା ଜାରି ରହିଛି। ନବରାତ୍ରି ମଧ୍ୟ ଚାଲିଛି। ଏହି ସମୟରେ ‘ଇରୋଜ ନାଓ’ କମ୍ପାନୀ ନବରାତ୍ରିକୁ ନେଇ କ୍ୟାଟ୍ରିନା କୈଫ୍‌...

ଏହି ବଲିଉଡ୍‌ ନାୟକଙ୍କ ପ୍ରେମରେ ପଡିଥିଲେ କ୍ରିତି

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ରିତି ସାନନ ୨୦୧୪ରେ ଫିଲ୍ମ ହିରୋପନ୍ଥି ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ୩୦ ବର୍ଷରେ ପଦାର୍ପଣ କରିଥିବା ଏହି ନାୟିକା ଇଞ୍ଜିନିୟରିଂରେ...

କରୋନାକୁ ଡରିଲେ ‘ବାହୁବଳୀ’: ଆଇସୋଲେଶନରେ ୧୪ ଦିନ

ମୁମ୍ବାଇ: କରୋନା ଭୟ ଏବେ ସମସ୍ତଙ୍କୁ। ସାରା ବିଶ୍ୱରେ ଏହା କାୟା ବିସ୍ତାର କରି ସାରିଥିବା ବେଳେ ଭାରତରେ ବି କରୋନା ତା’ର ଉପସ୍ଥିତି ଜାହିର...

୧୪ ବର୍ଷ ପରେ ଛୋଟପରଦାକୁ ଫେରୁଛି ଶକ୍ତିମାନ

ଛୋଟପରଦାରେ ଏକଦା ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲା ‘ଶକ୍ତିମାନ’ ସିରିୟଲ୍‌। ବିଶେଷକରି ଏହା ପିଲାମାନଙ୍କର ବହୁ ପସନ୍ଦ ଆସିଥିଲା। ଏତେ ପସନ୍ଦ ଆସିଥିଲା ଯେ, ସେମାନେ...

କିଛି ଏମିତି ଥିଲା ମହେଶ ବାବୁ-ନମ୍ରତାଙ୍କ ପ୍ରେମକାହାଣୀ

ମହେଶ ବାବୁ ଏବଂ ନମ୍ରତା ଶିରୋଦକରଙ୍କୁ ଶକ୍ତିଶାଳୀ ଦମ୍ପତି ଭାବେ ବିବେଚନା କରାଯାଏ। ୧୫ ବର୍ଷ ପୂର୍ବେ ମହେଶ ବାବୁ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କୁ...

Advertisement

BGU

Archives

Model This Week

Why Dharitri