କାହିଁକି ସୁନାର କଇଁଚିରେ ପ୍ରଥମ ଗ୍ରାହକଙ୍କ କେଶ କାଟିଲେ ସେଲୁନ ମାଲିକ

ମୁମ୍ବାଇ,୩୦।୬: କରୋନା ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ୩ମାସ ପରେ ମହାରାଷ୍ଟ୍ରରେ ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସରକାରଙ୍କ ଅନୁମତି ପରେ କୋହ୍ଲାପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। କୋହ୍ଲାପୁରରେ ଜଣେ ସେଲୁନ ମାଲିକ ନିଜ ପ୍ରଥମ ଗ୍ରାହକଙ୍କ କେଶ କାଟିବାକୁ ସୁନାର କଇଁଚି ବ୍ୟବହାର କରିଥିବା ଜଣାପଡ଼ିଛି। ତେବେ ସେ ବ୍ୟବହାର କରିଥିବା ସୁନା କଇଁଚିର ଓଜନ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କଇଁଚିର ଓଜନ ହେଉଛି ୧୦ଭରି। ସୂଚନାଯୋଗ୍ୟ, ‘ମିଶନ ବିଗିନ୍‌ ଏଗେନ’ ଆଧାରରେ ମହାରାଷ୍ଟ୍ର ସରକାର କରୋନା ସଙ୍କଟ ମଧ୍ୟରେ ଲକ୍‌ଡାଉନ କଟକଣାକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ ସାଧାରଣ ଜୀବନ ଧିରେ ଧିରେ ଟ୍ରାକ୍‌କୁ ଫେରିବା ସହ ସହରରେ ଦୋକାନ ବଜାର ଓ ସେଲୁନ ଖୋଲଛି। ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସି ହୋଇ କୋହ୍ଲାପୁରରେ ରାମଭାଉ ସଙ୍କପାଳ ନାମକ ଜଣେ ସେଲୁନ ମାଲିକ ନିଜ ପ୍ରଥମ ଗ୍ରାହକଙ୍କ କେଶ ସୁନା କଇଁଚିରେ କାଟିଛନ୍ତି। ଏଭଳି କରିବା ପଛରେ ସେ ଏକ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ ଯୋଗୁ ଦୀର୍ଘ ୩ମାସରୁ ଉର୍ଦ୍ଧ୍ୱ ହେବ ସେଲୁନ ବନ୍ଦ ରହିଛି। ଫଳରେ ତାଙ୍କ ବ୍ୟବସାୟ ଉପରେ ବଡ଼ ପ୍ରଭାବ ପକାଇଛି। ସେହି ସମୟରେ ସେଲୁନ ମାଲିକ ଓ କର୍ମଚାରୀମାନେ ଅତି ଖରାପ୍‌ ସ୍ଥିତି ଦେଇ ଗତି କରୁଥିଲେ। ବର୍ତ୍ତମାନ ସେଲୁନ ଖୋଲିବା ଖୁସିରେ ସେ ସୁନା କଇଁଚିରେ କେଶ କାଟିଛନ୍ତି ବୋଲି ରାମଭାଉ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସାରେ ଏଠି ସୃଜନ ସମୀକ୍ଷା

ଡ଼ିଶାରେ ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ, ନାଟକ, ଥିଏଟର, ସିନେମା ଆଦି କ୍ଷେତ୍ରରେ ସମୀକ୍ଷାର ଅଭାବ ନାହିଁ। କେଉଁ ମାଧ୍ୟମରେ କିଭଳି ସମୀକ୍ଷା କରାଗଲେ ସୃଜନ...

ବାଇସେପ୍‌- ଆବ୍ସ ପରେ ଏବେ ଚର୍ଚ୍ଚାରେ ରାହୁଲଙ୍କ ପୁଶ୍‌ଅପ୍‌: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧।୩: ଆଜିକାଲି ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ୫୦ ବର୍ଷୀୟ ରାହୁଲ ନିକଟରେ ମତ୍ସଜୀବୀମାନଙ୍କ ସହ ସମୁଦ୍ରକୁ ଡେଇଁଥିଲେ। ଏହାର...

ଜିନ୍ଦାବାଦ୍‌ ଭିଡ଼ରେ ମୁର୍ଦ୍ଦାବାଦ ସ୍ବର

ନୂଆଦିଲ୍ଲୀ,୨୧ା୩: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଭୋର୍‌ ଠିକ୍‌ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଯିବା ମାତ୍ରେ ଦିଲ୍ଲୀର ତିହାର...

ମେହବୁବାଙ୍କ ଝିଅ ଶାହଙ୍କୁ ଲେଖିଲେ ଚିଠି, ଆମକୁ ଜୀବଜନ୍ତୁଙ୍କ ଭଳି ବ୍ୟବହାର କରାଯାଉଛି

ଶ୍ରୀନଗର, ୧୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲ୍ଲିଜା ଜାଭେଦ ଆଉ ଏକ ଅଡିଓ ମେସେଜ ଜାରି କରିଛନ୍ତି। ସେ କହିଛନ୍ତି, ମୋ...

ପରାଜୟ ସ୍ବୀକାର କଲେ ରାୱତ

ନୂଆଦିଲ୍ଲୀ,୧୦।୩: ୨୦୧୭ ପରେ ୨୦୨୨ରେ ମଧ୍ୟ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ସିଂ ରାୱତଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି ।...

ସରକାରୀ ରିପୋର୍ଟଠାରୁ ଢ଼େର୍‌ ଅଧିକ କରୋନା ମୃତକଙ୍କ ସଂଖ୍ୟା, ଭାରତରେ ୫୦ ଲକ୍ଷ…

ଓ୍ବାଶିଂଟନ, ୧୯।୧ : ପୃଥିବୀର ବିଭିନ୍ନ ଦେଶରେ ଘଟିଥିବା କରୋନା ଆକ୍ରାନ୍ତଙ୍କ ପ୍ରକୃତ ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢ଼େର୍‌ ଅଧିକ ରହିଛି। ସରକାରୀ ଆକଳନ...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ, ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର, ୧୬।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଶୋପିଆନ୍‌ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେଠାରୁ ଅସ୍ତ୍ରଶସ୍ତ୍ର...

ଥମୁନି ଭାଷା ବିବାଦ

ଲକ୍ଷ୍ନୌ,୬ା୬(ପି.ଟି.): କେନ୍ଦ୍ର ସରକାରଙ୍କ ତ୍ରିଭାଷୀ ସୂତ୍ରକୁ ଜୋରଦାର ବିରୋଧ ପରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟରେ ତାମିଲକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଲାଗି...

Advertisement
Archives

Model This Week